ନିଶାରେ ଟଳମଳ ହୋଇ ଶ୍ରୀଦେବୀଙ୍କ ରୁମ୍‌ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି…

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର ପାଇଁ କଳାକାରଙ୍କ ସହ ନିଜ ସମ୍ପର୍କକୁ ଖରାପ କରିଦେଉଥିଲେ। ଏଭଳି ଏକ ଘଟଣା ଶ୍ରୀଦେବୀଙ୍କ ସହ ଘଟିଥିଲା। ସଞ୍ଜୟ ନିଶାଗ୍ରସ୍ତ ଅବସ୍ଥାରେ ଅଭିନେତ୍ରୀଙ୍କ କୋଠରୀରେ ପଶି ଯାଇଥିଲେ। ଏହାପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ହେଲେ ପରେ ତାଙ୍କୁ ମହେଶ ଭଟ୍ଟଙ୍କ ଫିଲ୍ମ ଗୁମ୍‌ରାହରେ ଅଭିନେତାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ପଡ଼ିଥିଲା।
୧୯୮୩ରେ ଶ୍ରୀଦେବୀ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିସାରିଥିଲେ। ସେତେବେଳେ ସଞ୍ଜୟ ନିଜ କ୍ୟାରିୟର ଆରମ୍ଭ କରୁଥିଲେ। ଶ୍ରୀଦେବୀ-ଜିତେନ୍ଦ୍ର ନିଜର ଫିଲ୍ମ ‘ହିମ୍ମତବାଲା’ ଶୁଟିଂ କରୁଥିଲେ। ସଞ୍ଜୟ ସେତେବେଳେ ଶ୍ରୀଦେବୀଙ୍କ ବଡ ପ୍ରଶଂସକ ଥିଲେ। ଶୁଟିଂ ସମୟରେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ନିଶାରେ ଥାଇ ସଞ୍ଜୟ ତାଙ୍କ ରୁମ୍‌ରେ ପଶିଯାଇଥିଲେ। ତାଙ୍କ ଆଖି ଲାଲ ଥିଲା। ଢ଼ଳି ଢ଼ଳି ସେ ଚାଲୁଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଶ୍ରୀଦେବୀ ଡରି ଯାଇ ବଡ ପାଟିରେ ଚିତ୍କାର କରିଥିଲେ। ବହୁତ କଷ୍ଟରେ ସେଠାରୁ ତାଙ୍କୁ ଲୋକମାନେ ବାହାର କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇ ଯାଇଥିଲା।
ଧିରେ ଧିରେ ଅଭିନେତା ଜଣେ ଫିଲ୍ମ ଷ୍ଟାର ଭାବେ ଲୋକପ୍ରିୟ ହୋଇଥିଲେ। ଷ୍ଟାରଡମ୍‌ ପାଇଁ ଶ୍ରୀଦେବୀ ତାଙ୍କ ସହ ପରେ କାମ କରିବାକୁ ରାଜି ହୋଇଥିଲେ। ହେଲେ ଫିଲ୍ମ ଶୁଟିଂ ବେଳେ କେହି କାହା ସହ କଥା ହେଉ ନ ଥିଲେ। ରୋମାଣ୍ଟିକ୍‌ ଦୃଶ୍ୟ ଶୁଟିଂ କରିବା ପରେ ଉଭୟ ଅଲଗା ରାସ୍ତାରେ ଚାଲିଯାଉଥିଲେ। ଏକ ସାକ୍ଷାତକାରରେ ନିଜର ଏଭଳି ବ୍ୟବହାର ଉପରକୁ ପରଦା ଉଠାଇଥିଲେ ସଞ୍ଜୟ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri