ବଢୁଛି ନିଶା କାରବାର

ଖଇରା,୧୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବହୁ ଦାବି ପରେ ଏକ ଅବକାରୀ ଥାନା କାର୍ଯ୍ୟାଳୟ ୪ମାସ ଧରି ଭଡ଼ା ଘରେ ଆରମ୍ଭ ହୋଇଛି। ହେଲେ ଖୋଲିବା ଦିନଠାରୁ ୨/୪ଦିନ ଛାଡ଼ି ଦେଲେ ଅଧିକାଂଶ ଦିନ ବନ୍ଦ ହୋଇ ରହୁଛି। ୩୭ ପଞ୍ଚାୟତରୁ ଲୋକେ କୌଣସି କାର୍ଯ୍ୟ ପାଇଁ ଆସୁଥିଲେ ହେଁ ତାଲା ପଡ଼ିବା ଦେଖି ନିରାଶ ହୋଇ ଫେରୁଛନ୍ତି ା
ଆଖିଦୃଶିଆ ଚଢାଉ କରାଯାଉ ନ ଥିବାରୁ ଗାଁରେ ଚୋରା ମଦ କାରବାର ବଢ଼ିବଢ଼ି ଚାଲିଛି ା ଖଇରାରେ ଗୋଟିଏ ମାତ୍ର ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଥିବା ବେଳେ ଏବେ ୬ରୁ ଅଧିକ ବିକ୍ରେତା ଖଇରା, ଔପଦା ଏବଂ ସିମୁଳିଆ ଅଞ୍ଚଳର ପ୍ରତ୍ୟେକ ସାହି ବସ୍ତିକୁ କାୟା ବିସ୍ତାର କରି ଚାଲିଛନ୍ତି। କାର୍ଯ୍ୟାଳୟ ସ୍ଥାପନା ପରେ ଖଇରା ବଜାରଠାରୁ ୫ଶହ ମିଟର ଦୁର ସୋର-କୁପାରୀ ରାସ୍ତା କଡ଼ରେ ମଦ ପ୍ରସ୍ତୁତି ଚାଲିଥିଲେ ହେଁ ଅବକାରୀ ବିଭାଗର ନଜରକୁ ନ ଆସିବା ଏହି ବିଭାଗର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ତୁରନ୍ତ କାର୍ଯ୍ୟାଳୟକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରା ନ ଗଲେ ନିଶା ଖଇରା ବ୍ଲକକୁ ଗ୍ରାସ କରିବ ଏଥିରେ ସନ୍ଦେହ ନାହିଁ ା
ସଂଗଠନ ପକ୍ଷରୁ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବହୁ ଦାବି ପରେ୨୦୨୦ ମାର୍ଚ୍ଚ ମାସରେ ଖଇରାଠାରେ ଅବକାରୀ ଥାନା ଖୋଲା ଯିବାକୁ ସରକାରୀସ୍ତରରେ ଘୋଷଣା କରାଯାଇଥିଲା। ବେଆଇନ ମଦ କାରବାର ଉପରେ ନିଶ୍ଚୟ ଅଙ୍କୁଶ ଲାଗିବ ବୋଲି ଖଇରାବାସୀ ମନରେ ଅନେକ ଆଶା ବାନ୍ଧିଥିଲେ। ହେଲେ କାର୍ଯ୍ୟାଳୟ ଚାଲିଲା ସତ ହେଲେ ଖଇରାରେ ଚାଲିବା ବଦଳରେ ସୋରରେ ଚାଲିଲା ା ଖଇରା କାର୍ଯ୍ୟାଳୟ ନାମରେ ୧ବର୍ଷ ଧରି ଭଡ଼ା ମଧ୍ୟ ପ୍ରଦାନ କରାଗଲା। ଏକଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁୁ ଖଇରାରେ କାର୍ଯ୍ୟାଳୟ ଖୋଲିବାକୁ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଥିଲାା ଶେଷରେ ସୋର-କୁପାରୀ ରାସ୍ତାର ଅର୍ଜୁନପୁର ଛକ ନିକଟରେ ଗତ ନଭେମ୍ବର ୨ରେ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଖୋଲିଲା। ହେଲେ ଖୋଲିବାର କିଛି ଦିନ ଠିକଠାକ ଚାଲିବା ପରେ ପୁଣି ଷ୍ଟାଫ ନ ଥିବା ଆଳରେ କାର୍ଯ୍ୟାଳୟରେ ତାଲା ପଡ଼ି ଯାଇଥିଲା। ପୁନଶ୍ଚ ସୋରରୁ ରହି ଖଇରାରେ ବେଆଇନ ମଦ କାରବାର ଉପରେ ଚଢ଼ାଉ କାର୍ଯ୍ୟ କରାଯାଉଥିବା ବେଳେ ପ୍ରତ୍ୟେକ ମାସ ରାଜକୋଷରୁ ଭଡା ବାବଦକୁ ଅର୍ଥ ବରବାଦ୍‌ ହେଉଛି। କାର୍ଯ୍ୟାଳୟ ଖୋଲିବା ଦିନଠାରୁ ଅବକାରୀ ବିଭାଗ ପକ୍ଷରୁ କାଁଭାଁ ଚଢ଼ାଉ କରାଯାଇଥିବା ବେଳେ ଖଇରା ପୋଲିସ ୫ ମାସରେ ୫୦ମାମଲା ରୁଜୁ କରିଛି। ଅବକାରୀ ବିଭାଗର ସ୍ଥାଣୁତା ପାଇଁ ଏବେ ଚୋରା ମଦମହୁଲି ବିକ୍ରି ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି। ଖଇରା ଥାନା ଅଧୀନ ଗଡପୋଖରୀ ବଜାରରେ ଏବେ ପାନ ତେଜରାତି ଦୋକାନରେ ମଦବିକ୍ରି ଚାଲିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟା ପରେ ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ା ଉଭୟ ଅବକାରୀ ବିଭାଗ କାର୍ଯ୍ୟାଳୟ ଓ ଥାନା ସମ୍ମୁଖ ଦେଇ ୬ ଚୋରା ବ୍ୟବସାୟୀ ବାଇକ୍‌ ଓ ବୋଲେରୋରେ ମଦ ଭର୍ତ୍ତି କରି ବିଭିନ୍ନ ଅଞ୍ଚଳକୁ ଯୋଗାଣ କରି ଦିନକୁ ଦିନ ନେଟୱାର୍କ ବଢ଼ାଇ ଚାଲିଥିବା ବେଳେ ପ୍ରଶାସନର ନଜର ନ ପଡିବା ଚିନ୍ତାର ବିଷୟ ପାଲଟିଛି। ନକଲି ବିଷାକ୍ତ ମଦ ପିଇ ୧ବର୍ଷ ମଧ୍ୟରେ ୨୦ରୁ ଊଦ୍ଧ୍ୱର୍ର୍ ମୃତ୍ୟୁବରଣ କରିଥିବା ବେଳେ ରାସ୍ତା ଦୁର୍ଘଟଣା ମଧ୍ୟ ଆଶାନୁରୁପେ ବୃଦ୍ଧି ପାଇଛି। ଯେଉଁ ଲକ୍ଷ୍ୟ ନେଇ କାର୍ଯ୍ୟାଳୟ ସ୍ଥାପନା ହୋଇଥିଲା ଏହା ସାଧାରଣ ଲୋକଙ୍କ କାମରେ ନ ଆସିବା ଦୁଃଖର ବିଷୟ ବୋଲି ବର୍ତ୍ତନା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରଘୁନାଥ ପଣ୍ଡା କହିଛନ୍ତି। ଚୋରା ମଦ କାରବାର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବହୁଳ ମାତ୍ରରେ ପ୍ରଭାବିତ କରୁଥିବାରୁ ସରକାର ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗଡ଼ପୋଖରୀ ଗ୍ରାମର ଏସ ଦଳେଇ କହିଛନ୍ତି। କାର୍ଯ୍ୟାଳୟର ଅଚଳାବସ୍ଥା ସମ୍ପର୍କରେ ଜିଲା ଅବକାରୀ ଅଧିକ୍ଷକ ଅଶୋକ ଶତପଥୀଙ୍କୁ ପଚାରିବାରେ ଷ୍ଟାଫ ସମସ୍ୟା ଯୋଗୁ କାର୍ଯ୍ୟାଳୟ ନିୟମିତ ଖୋଲିବାରେ ଟିକେ ଅସୁବିଧା ରହୁଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri