ବଢୁଛି ନିଶା କାରବାର

ଖଇରା,୧୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବହୁ ଦାବି ପରେ ଏକ ଅବକାରୀ ଥାନା କାର୍ଯ୍ୟାଳୟ ୪ମାସ ଧରି ଭଡ଼ା ଘରେ ଆରମ୍ଭ ହୋଇଛି। ହେଲେ ଖୋଲିବା ଦିନଠାରୁ ୨/୪ଦିନ ଛାଡ଼ି ଦେଲେ ଅଧିକାଂଶ ଦିନ ବନ୍ଦ ହୋଇ ରହୁଛି। ୩୭ ପଞ୍ଚାୟତରୁ ଲୋକେ କୌଣସି କାର୍ଯ୍ୟ ପାଇଁ ଆସୁଥିଲେ ହେଁ ତାଲା ପଡ଼ିବା ଦେଖି ନିରାଶ ହୋଇ ଫେରୁଛନ୍ତି ା
ଆଖିଦୃଶିଆ ଚଢାଉ କରାଯାଉ ନ ଥିବାରୁ ଗାଁରେ ଚୋରା ମଦ କାରବାର ବଢ଼ିବଢ଼ି ଚାଲିଛି ା ଖଇରାରେ ଗୋଟିଏ ମାତ୍ର ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଥିବା ବେଳେ ଏବେ ୬ରୁ ଅଧିକ ବିକ୍ରେତା ଖଇରା, ଔପଦା ଏବଂ ସିମୁଳିଆ ଅଞ୍ଚଳର ପ୍ରତ୍ୟେକ ସାହି ବସ୍ତିକୁ କାୟା ବିସ୍ତାର କରି ଚାଲିଛନ୍ତି। କାର୍ଯ୍ୟାଳୟ ସ୍ଥାପନା ପରେ ଖଇରା ବଜାରଠାରୁ ୫ଶହ ମିଟର ଦୁର ସୋର-କୁପାରୀ ରାସ୍ତା କଡ଼ରେ ମଦ ପ୍ରସ୍ତୁତି ଚାଲିଥିଲେ ହେଁ ଅବକାରୀ ବିଭାଗର ନଜରକୁ ନ ଆସିବା ଏହି ବିଭାଗର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ତୁରନ୍ତ କାର୍ଯ୍ୟାଳୟକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରା ନ ଗଲେ ନିଶା ଖଇରା ବ୍ଲକକୁ ଗ୍ରାସ କରିବ ଏଥିରେ ସନ୍ଦେହ ନାହିଁ ା
ସଂଗଠନ ପକ୍ଷରୁ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବହୁ ଦାବି ପରେ୨୦୨୦ ମାର୍ଚ୍ଚ ମାସରେ ଖଇରାଠାରେ ଅବକାରୀ ଥାନା ଖୋଲା ଯିବାକୁ ସରକାରୀସ୍ତରରେ ଘୋଷଣା କରାଯାଇଥିଲା। ବେଆଇନ ମଦ କାରବାର ଉପରେ ନିଶ୍ଚୟ ଅଙ୍କୁଶ ଲାଗିବ ବୋଲି ଖଇରାବାସୀ ମନରେ ଅନେକ ଆଶା ବାନ୍ଧିଥିଲେ। ହେଲେ କାର୍ଯ୍ୟାଳୟ ଚାଲିଲା ସତ ହେଲେ ଖଇରାରେ ଚାଲିବା ବଦଳରେ ସୋରରେ ଚାଲିଲା ା ଖଇରା କାର୍ଯ୍ୟାଳୟ ନାମରେ ୧ବର୍ଷ ଧରି ଭଡ଼ା ମଧ୍ୟ ପ୍ରଦାନ କରାଗଲା। ଏକଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁୁ ଖଇରାରେ କାର୍ଯ୍ୟାଳୟ ଖୋଲିବାକୁ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଥିଲାା ଶେଷରେ ସୋର-କୁପାରୀ ରାସ୍ତାର ଅର୍ଜୁନପୁର ଛକ ନିକଟରେ ଗତ ନଭେମ୍ବର ୨ରେ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଖୋଲିଲା। ହେଲେ ଖୋଲିବାର କିଛି ଦିନ ଠିକଠାକ ଚାଲିବା ପରେ ପୁଣି ଷ୍ଟାଫ ନ ଥିବା ଆଳରେ କାର୍ଯ୍ୟାଳୟରେ ତାଲା ପଡ଼ି ଯାଇଥିଲା। ପୁନଶ୍ଚ ସୋରରୁ ରହି ଖଇରାରେ ବେଆଇନ ମଦ କାରବାର ଉପରେ ଚଢ଼ାଉ କାର୍ଯ୍ୟ କରାଯାଉଥିବା ବେଳେ ପ୍ରତ୍ୟେକ ମାସ ରାଜକୋଷରୁ ଭଡା ବାବଦକୁ ଅର୍ଥ ବରବାଦ୍‌ ହେଉଛି। କାର୍ଯ୍ୟାଳୟ ଖୋଲିବା ଦିନଠାରୁ ଅବକାରୀ ବିଭାଗ ପକ୍ଷରୁ କାଁଭାଁ ଚଢ଼ାଉ କରାଯାଇଥିବା ବେଳେ ଖଇରା ପୋଲିସ ୫ ମାସରେ ୫୦ମାମଲା ରୁଜୁ କରିଛି। ଅବକାରୀ ବିଭାଗର ସ୍ଥାଣୁତା ପାଇଁ ଏବେ ଚୋରା ମଦମହୁଲି ବିକ୍ରି ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଛି। ଖଇରା ଥାନା ଅଧୀନ ଗଡପୋଖରୀ ବଜାରରେ ଏବେ ପାନ ତେଜରାତି ଦୋକାନରେ ମଦବିକ୍ରି ଚାଲିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟା ପରେ ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ା ଉଭୟ ଅବକାରୀ ବିଭାଗ କାର୍ଯ୍ୟାଳୟ ଓ ଥାନା ସମ୍ମୁଖ ଦେଇ ୬ ଚୋରା ବ୍ୟବସାୟୀ ବାଇକ୍‌ ଓ ବୋଲେରୋରେ ମଦ ଭର୍ତ୍ତି କରି ବିଭିନ୍ନ ଅଞ୍ଚଳକୁ ଯୋଗାଣ କରି ଦିନକୁ ଦିନ ନେଟୱାର୍କ ବଢ଼ାଇ ଚାଲିଥିବା ବେଳେ ପ୍ରଶାସନର ନଜର ନ ପଡିବା ଚିନ୍ତାର ବିଷୟ ପାଲଟିଛି। ନକଲି ବିଷାକ୍ତ ମଦ ପିଇ ୧ବର୍ଷ ମଧ୍ୟରେ ୨୦ରୁ ଊଦ୍ଧ୍ୱର୍ର୍ ମୃତ୍ୟୁବରଣ କରିଥିବା ବେଳେ ରାସ୍ତା ଦୁର୍ଘଟଣା ମଧ୍ୟ ଆଶାନୁରୁପେ ବୃଦ୍ଧି ପାଇଛି। ଯେଉଁ ଲକ୍ଷ୍ୟ ନେଇ କାର୍ଯ୍ୟାଳୟ ସ୍ଥାପନା ହୋଇଥିଲା ଏହା ସାଧାରଣ ଲୋକଙ୍କ କାମରେ ନ ଆସିବା ଦୁଃଖର ବିଷୟ ବୋଲି ବର୍ତ୍ତନା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରଘୁନାଥ ପଣ୍ଡା କହିଛନ୍ତି। ଚୋରା ମଦ କାରବାର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବହୁଳ ମାତ୍ରରେ ପ୍ରଭାବିତ କରୁଥିବାରୁ ସରକାର ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଗଡ଼ପୋଖରୀ ଗ୍ରାମର ଏସ ଦଳେଇ କହିଛନ୍ତି। କାର୍ଯ୍ୟାଳୟର ଅଚଳାବସ୍ଥା ସମ୍ପର୍କରେ ଜିଲା ଅବକାରୀ ଅଧିକ୍ଷକ ଅଶୋକ ଶତପଥୀଙ୍କୁ ପଚାରିବାରେ ଷ୍ଟାଫ ସମସ୍ୟା ଯୋଗୁ କାର୍ଯ୍ୟାଳୟ ନିୟମିତ ଖୋଲିବାରେ ଟିକେ ଅସୁବିଧା ରହୁଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri