Posted inଜାତୀୟ

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ ଏନ୍‌ସିବି ଅନେକ ପ୍ୟାଡଲରଙ୍କୁ ଗିରଫ କରି କଡା ତଦନ୍ତ କରିଥିଲା। ଏଥି ସହିତ, ଗତ ୪ ବର୍ଷ ମଧ୍ୟରେ ଏହି ଅପରାଧ ସହ ଜଡିତ ଅପରାଧୀଙ୍କୁ ଦଣ୍ଡବିଧାନ ମାମଲା ୧୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ରେ, ୮୧.୬ ପ୍ରତିଶତ ଅପରାଧୀ ଡ୍ରଗ୍ସ୍‌ କାରବାର ସହ ଜଡିତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୃଥିବୀରେ ଡ୍ରଗ୍ସ କାରଣରୁ ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ମୃତ୍ୟୁ ଘଟୁଛି।
ଗତ ତିନିବର୍ଷ ମଧ୍ୟରେ ଭାରତରେ ଡ୍ରଗ୍ସ ବଜାର ୪୫୫ ପ୍ରତିଶତ ବୃଦ୍ଧି ଘଟିଛି। ଏହା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଦେଶର ୨.୧ ପ୍ରତିଶତ ଏହାକୁ ବ୍ୟବହାର କରୁଛନ୍ତି। ବେଆଇନ ଡ୍ରଗ୍ସ କାରବାରରେ ମିଜୋରାମ ପ୍ରଥମ, ପଞ୍ଜାବ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ନିଶା ସେବନକାରୀଙ୍କ ମଧ୍ୟରୁ ୪୪ ପ୍ରତିଶତ ଲୋକ ଏହାକୁ ଛାନିବାର ପ୍ରୟାସ କରିଥାନ୍ତି। ସେଥିମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଚିକିତ୍ସା ସୁବିଧା ମଳି ପାରିଥାଏ। ଦେଶର ପ୍ରାୟ ଏକ କୋଟି ୩ ଲକ୍ଷ ଲୋକ ଗଞ୍ଜେଇ କିମ୍ବା ଚରସ ସେବନ କରିଥାନ୍ତି। ଅଧିକା ନିଶା ସେବନକାରୀ ସିକିମରେ ଅଛନ୍ତି। ଏହି ତାଲିକାରେ ଓଡିଶା ଦୁଇ ନମ୍ବରରେ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ପୃଥିବୀର ବିଭିନ୍ନ ଦେଶ ତୁଳନାରେ ଭାରତରେ ଅଫିମରୁ ପ୍ରସ୍ତୁତ ହେଉଥିବା ବେଆଇନ ଡ୍ରଗ୍ସ୍‌ର ଅଧିକ ବ୍ୟବହାର ହେଉଛି।

ମିଳିତ ଜାତିସଂଘର ଡ୍ରଗ ଆଣ୍ଡ କଣ୍ଟ୍ରୋଲ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ,୨୦୧୬ରେ ସମଗ୍ର ପୃଥିବୀର ବିଭିନ୍ନ ଦେଶରେ କାରବାର ହୋଇଥିବା ମୋଟ ଗଞ୍ଜେଇର ୬ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୩୦୦ଟନ କେବଳ ଭାରତରେ ଜବତ କରାଯାଇଛି। ୨୦୧୭ରେ ଏହି ପରିମାଣ ୩୫୩ ଟନକୁ ବୃଦ୍ଧି ପାଇଥିଲା। ୨୦୧୭ରେ ଦେଶରେ ୩.୨ ଟନ ଚରସ ଜବତ କରାଯାଇଛି। ଯଦିଓ ଡ୍ରଗ୍ସ୍‌ କାରବାରର ସଠିକ ଆକଳନ ଉପଲବ୍ଧ ନାହିଁ, କିନ୍ତୁ ବିଭିନ୍ନ ଏଜେନ୍ସି ଦ୍ୱାରା ଏହା ଆକଳନ କରାଯାଇଛି ଯେ ଭାରତରେ ଏହାର ବାର୍ଷିକ ବେଆଇନ ବ୍ୟବସାୟ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ତିନି ବର୍ଷ ମଧ୍ୟରେ ଡ୍ରଗ ବ୍ୟବସାୟ ୪୫୫ ପ୍ରତିଶତ ବୃଦ୍ଧି ପାଇବା ସହିତ ପ୍ରାୟ ୨୩.୪ କୋଟି ଲୋକ ଡ୍ରଗ୍ସ୍‌ ବ୍ୟବହାର କରୁଥିବା ଏସବୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁଲାଇ ୨୦୧୬ରେ ରାଜ୍ୟ ସଭାରେ ଜାତୀୟ କ୍ରାଇମ ବ୍ୟୁରୋ (ଏନସିବି) ନିଶା ସେବନ ତଥ୍ୟ ଅନୁଯାୟୀ ଭାରତରେ ପ୍ରତିଦିନ ୧୦ ଜଣଙ୍କର ଡ୍ରଗ କିମ୍ବା ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଥାଏ। ସେଥିମଧ୍ୟରୁ ପଞ୍ଜାବରେ ପ୍ରତିଦିନ ଜଣଙ୍କର ମୃତ୍ୟୁ ଘଟିଥାଏ। ଏହି ଆକଳନ ଅନୁଯାୟୀ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ କେରଳରେ ସର୍ବାଧିକ ଡ୍ରଗ୍ସ ଅଭ୍ୟାସ କାରଣରୁ ଆତ୍ମହତ୍ୟା ଘଟୁଛି।

ଆଫଗାନିସ୍ତାନ, ପାକିସ୍ତାନ, ମ୍ୟାନ୍‌ମାର ଏବଂ ନେପାଳରୁ ହେରୋଇନ, କୋକେନ ଏବଂ ମୋର୍ଫାଇନ ଭାରତ ଦେଇ ପୃଥିବୀର ଅନ୍ୟ ଦେଶକୁ ସପ୍ଲାଏ କରାଯାଉଛି। ଆଫଗାନିସ୍ତାନ ବିଶ୍ୱର ସର୍ବବୃହତ ଆଫିମ ଉତ୍ପାଦନକାରୀ। ଏଠାରେ ବାର୍ଷିକ ୫୦୦୦ ରୁ ୬୦୦୦ ଟନ ଅଫିମ ଉତ୍ପାଦିତ ହୋଇଥାଏ। ଆଫଗାନିସ୍ତାନରୁ ନାଟୋ ସୈନ୍ୟ ବାହିନୀ ପ୍ରତ୍ୟାହାର ପରେ ଏହାର ଉତ୍ପାଦନ ଅଧିକ ବୃଦ୍ଧି ପାଇଛି। ଆମେରିକା ଏବଂ ଏସିଆ ଏସବୁ ଅଫିମ ସବୁଠାରୁ ବଡ କ୍ରେତା।

୨୦୧୬ରେ, ମହାରାଷ୍ଟ୍ର ପୋଲିସ ୧୮.୫ ଟନ ଏଫେଡ୍ରିନ ଜବତ କରିଥିଲେ। ରକ୍ତଚାପକୁ ହ୍ରାସ କରୁଥିବା ଏହି ଔଷଧ ନିଶା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ତେବେ ଦେଶରେ ହେରୋଇନ୍‌ କାରବାର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବୂ୍ୟରୋ (ଏନ୍‌ସିବି) ପକ୍ଷରୁ ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।୨୦୧୭ରେ ସାରା ଦେଶରେ ପ୍ରାୟ ୩.୬ ଲକ୍ଷ କିଲୋଗ୍ରାମ ଡ୍ରଗ ଜବତ କରାଯାଇଥିଲା। ସେଥିରେ ବହୁ ପରିମାଣର ଗଞ୍ଜେଇ ଥିଲା।

୨୦୧୭ରେ ଦେଶରେ ୨୫୫୧ କିଲୋଗ୍ରାମ ଅଫିିମ, ୨୧୪୬ କିଲୋଗ୍ରାମ ହେରୋଇନ, ୩.୫୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇ, ୩୨୧୮ କିଲୋଗ୍ରାମ ଚରସ ଏବଂ ୬୯ କିଲୋଗ୍ରାମ କୋକେନ ଜବତ କରାଯାଇଥିଲା। ୨୦୧୩ ଠାରୁ ଏହି ବର୍ଷ ସର୍ବାଧିକ ପରିମାଣର କୋକେନ ଜବତ ହୋଇଥିଲା। କୋକେନକୁ ଏକ ହାଇ ପ୍ରୋଫାଇଲ ପାର୍ଟି ଡ୍ରଗ୍ସ ଭାବରେ ବିବେଚନା କରାଯାଏ। ଦେଶରେ ଏହାର ବ୍ୟବହାର ଧୀରେଧୀରେ ବଢ଼ିବାରେ ଲାଗିଛି। ଏହା ମୁଖ୍ୟତଃ ପଶ୍ଚିମ ଆଫ୍ରିକାରୁ ଚୋରା ଚାଲାଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri