Posted inଜାତୀୟ

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ ଏନ୍‌ସିବି ଅନେକ ପ୍ୟାଡଲରଙ୍କୁ ଗିରଫ କରି କଡା ତଦନ୍ତ କରିଥିଲା। ଏଥି ସହିତ, ଗତ ୪ ବର୍ଷ ମଧ୍ୟରେ ଏହି ଅପରାଧ ସହ ଜଡିତ ଅପରାଧୀଙ୍କୁ ଦଣ୍ଡବିଧାନ ମାମଲା ୧୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ରେ, ୮୧.୬ ପ୍ରତିଶତ ଅପରାଧୀ ଡ୍ରଗ୍ସ୍‌ କାରବାର ସହ ଜଡିତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୃଥିବୀରେ ଡ୍ରଗ୍ସ କାରଣରୁ ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ମୃତ୍ୟୁ ଘଟୁଛି।
ଗତ ତିନିବର୍ଷ ମଧ୍ୟରେ ଭାରତରେ ଡ୍ରଗ୍ସ ବଜାର ୪୫୫ ପ୍ରତିଶତ ବୃଦ୍ଧି ଘଟିଛି। ଏହା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଦେଶର ୨.୧ ପ୍ରତିଶତ ଏହାକୁ ବ୍ୟବହାର କରୁଛନ୍ତି। ବେଆଇନ ଡ୍ରଗ୍ସ କାରବାରରେ ମିଜୋରାମ ପ୍ରଥମ, ପଞ୍ଜାବ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ନିଶା ସେବନକାରୀଙ୍କ ମଧ୍ୟରୁ ୪୪ ପ୍ରତିଶତ ଲୋକ ଏହାକୁ ଛାନିବାର ପ୍ରୟାସ କରିଥାନ୍ତି। ସେଥିମଧ୍ୟରୁ ମାତ୍ର ୨୫ ପ୍ରତିଶତ ଲୋକଙ୍କୁ ଚିକିତ୍ସା ସୁବିଧା ମଳି ପାରିଥାଏ। ଦେଶର ପ୍ରାୟ ଏକ କୋଟି ୩ ଲକ୍ଷ ଲୋକ ଗଞ୍ଜେଇ କିମ୍ବା ଚରସ ସେବନ କରିଥାନ୍ତି। ଅଧିକା ନିଶା ସେବନକାରୀ ସିକିମରେ ଅଛନ୍ତି। ଏହି ତାଲିକାରେ ଓଡିଶା ଦୁଇ ନମ୍ବରରେ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ପୃଥିବୀର ବିଭିନ୍ନ ଦେଶ ତୁଳନାରେ ଭାରତରେ ଅଫିମରୁ ପ୍ରସ୍ତୁତ ହେଉଥିବା ବେଆଇନ ଡ୍ରଗ୍ସ୍‌ର ଅଧିକ ବ୍ୟବହାର ହେଉଛି।

ମିଳିତ ଜାତିସଂଘର ଡ୍ରଗ ଆଣ୍ଡ କଣ୍ଟ୍ରୋଲ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ,୨୦୧୬ରେ ସମଗ୍ର ପୃଥିବୀର ବିଭିନ୍ନ ଦେଶରେ କାରବାର ହୋଇଥିବା ମୋଟ ଗଞ୍ଜେଇର ୬ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୩୦୦ଟନ କେବଳ ଭାରତରେ ଜବତ କରାଯାଇଛି। ୨୦୧୭ରେ ଏହି ପରିମାଣ ୩୫୩ ଟନକୁ ବୃଦ୍ଧି ପାଇଥିଲା। ୨୦୧୭ରେ ଦେଶରେ ୩.୨ ଟନ ଚରସ ଜବତ କରାଯାଇଛି। ଯଦିଓ ଡ୍ରଗ୍ସ୍‌ କାରବାରର ସଠିକ ଆକଳନ ଉପଲବ୍ଧ ନାହିଁ, କିନ୍ତୁ ବିଭିନ୍ନ ଏଜେନ୍ସି ଦ୍ୱାରା ଏହା ଆକଳନ କରାଯାଇଛି ଯେ ଭାରତରେ ଏହାର ବାର୍ଷିକ ବେଆଇନ ବ୍ୟବସାୟ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା। ତିନି ବର୍ଷ ମଧ୍ୟରେ ଡ୍ରଗ ବ୍ୟବସାୟ ୪୫୫ ପ୍ରତିଶତ ବୃଦ୍ଧି ପାଇବା ସହିତ ପ୍ରାୟ ୨୩.୪ କୋଟି ଲୋକ ଡ୍ରଗ୍ସ୍‌ ବ୍ୟବହାର କରୁଥିବା ଏସବୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁଲାଇ ୨୦୧୬ରେ ରାଜ୍ୟ ସଭାରେ ଜାତୀୟ କ୍ରାଇମ ବ୍ୟୁରୋ (ଏନସିବି) ନିଶା ସେବନ ତଥ୍ୟ ଅନୁଯାୟୀ ଭାରତରେ ପ୍ରତିଦିନ ୧୦ ଜଣଙ୍କର ଡ୍ରଗ କିମ୍ବା ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଥାଏ। ସେଥିମଧ୍ୟରୁ ପଞ୍ଜାବରେ ପ୍ରତିଦିନ ଜଣଙ୍କର ମୃତ୍ୟୁ ଘଟିଥାଏ। ଏହି ଆକଳନ ଅନୁଯାୟୀ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ କେରଳରେ ସର୍ବାଧିକ ଡ୍ରଗ୍ସ ଅଭ୍ୟାସ କାରଣରୁ ଆତ୍ମହତ୍ୟା ଘଟୁଛି।

ଆଫଗାନିସ୍ତାନ, ପାକିସ୍ତାନ, ମ୍ୟାନ୍‌ମାର ଏବଂ ନେପାଳରୁ ହେରୋଇନ, କୋକେନ ଏବଂ ମୋର୍ଫାଇନ ଭାରତ ଦେଇ ପୃଥିବୀର ଅନ୍ୟ ଦେଶକୁ ସପ୍ଲାଏ କରାଯାଉଛି। ଆଫଗାନିସ୍ତାନ ବିଶ୍ୱର ସର୍ବବୃହତ ଆଫିମ ଉତ୍ପାଦନକାରୀ। ଏଠାରେ ବାର୍ଷିକ ୫୦୦୦ ରୁ ୬୦୦୦ ଟନ ଅଫିମ ଉତ୍ପାଦିତ ହୋଇଥାଏ। ଆଫଗାନିସ୍ତାନରୁ ନାଟୋ ସୈନ୍ୟ ବାହିନୀ ପ୍ରତ୍ୟାହାର ପରେ ଏହାର ଉତ୍ପାଦନ ଅଧିକ ବୃଦ୍ଧି ପାଇଛି। ଆମେରିକା ଏବଂ ଏସିଆ ଏସବୁ ଅଫିମ ସବୁଠାରୁ ବଡ କ୍ରେତା।

୨୦୧୬ରେ, ମହାରାଷ୍ଟ୍ର ପୋଲିସ ୧୮.୫ ଟନ ଏଫେଡ୍ରିନ ଜବତ କରିଥିଲେ। ରକ୍ତଚାପକୁ ହ୍ରାସ କରୁଥିବା ଏହି ଔଷଧ ନିଶା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ତେବେ ଦେଶରେ ହେରୋଇନ୍‌ କାରବାର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବୂ୍ୟରୋ (ଏନ୍‌ସିବି) ପକ୍ଷରୁ ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।୨୦୧୭ରେ ସାରା ଦେଶରେ ପ୍ରାୟ ୩.୬ ଲକ୍ଷ କିଲୋଗ୍ରାମ ଡ୍ରଗ ଜବତ କରାଯାଇଥିଲା। ସେଥିରେ ବହୁ ପରିମାଣର ଗଞ୍ଜେଇ ଥିଲା।

୨୦୧୭ରେ ଦେଶରେ ୨୫୫୧ କିଲୋଗ୍ରାମ ଅଫିିମ, ୨୧୪୬ କିଲୋଗ୍ରାମ ହେରୋଇନ, ୩.୫୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇ, ୩୨୧୮ କିଲୋଗ୍ରାମ ଚରସ ଏବଂ ୬୯ କିଲୋଗ୍ରାମ କୋକେନ ଜବତ କରାଯାଇଥିଲା। ୨୦୧୩ ଠାରୁ ଏହି ବର୍ଷ ସର୍ବାଧିକ ପରିମାଣର କୋକେନ ଜବତ ହୋଇଥିଲା। କୋକେନକୁ ଏକ ହାଇ ପ୍ରୋଫାଇଲ ପାର୍ଟି ଡ୍ରଗ୍ସ ଭାବରେ ବିବେଚନା କରାଯାଏ। ଦେଶରେ ଏହାର ବ୍ୟବହାର ଧୀରେଧୀରେ ବଢ଼ିବାରେ ଲାଗିଛି। ଏହା ମୁଖ୍ୟତଃ ପଶ୍ଚିମ ଆଫ୍ରିକାରୁ ଚୋରା ଚାଲାଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?