କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ଅଧିକାଂଶ ନାବାଳକ କବଳିତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଖଣି ଅଞ୍ଚଳରେ କାମଧନ୍ଦା ମିଳୁନାହିଁ ା ବହୁ ଯୁବକ କାମ କରିବାକୁ ଦାଦନ ଖଟି ଯାଉଥିବା ବେଳେ ଆଉ କେତେଜଣ ଯୁବକ ରୋଜଗାର ଅଭାବରୁ ଚୋରି,ଡକାୟତି କରି ମଦ,ଗଞ୍ଜେଇ ଖାଇ ଗଣ୍ଡଗୋଳ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ା
ବିଶେଷ କରି ଟାଟା ବଜାର, କାଳିଆପାଣି ବଜାର ଓ ହଟିଂଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯୁବକମାନଙ୍କ ସହ ନାବାଳକମାନେ ମେଳି କରୁଛନ୍ତି। ଏଥିପାଇଁ ପଥଚାରୀ ଓ କ୍ରୋମାଇଟ ପରିବହନ ଗାଡ଼ି ଚାଳକମାନେ ବିଳମ୍ବିତ ରାତ୍ରି ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ା ଟମକା-ମଙ୍ଗଳପୁର ରାସ୍ତାରେ ମାରଣାସ୍ତ୍ର ଦେଖାଇ ପଥଚାରୀଙ୍କଠାରୁ ଟଙ୍କା ଲୁଟ୍ କରାଯାଉଥିବା କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ଖଣି ଅଞ୍ଚଳର କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡ଼ପାଳ, କୁହିକା ଆଦି ପଞ୍ଚାୟତର ଅଧିକାଂଶ ଯୁବକ ଦେଶୀ ମଦ,ଗଞ୍ଜେଇ ଖାଇ ବିପଥଗାମୀ ହେଉଥିବା ଅଭିଯୋଗ ହୋଇଛି ା ସେପରି ହାଣ୍ଡିଆ,ରଶି ବିକ୍ରି ନାମରେ ଦେଶୀ ମହୁଲି ବିକ୍ରି ଲାଗିଛି ା କଅଁସ ପଞ୍ଚାୟତର କୋଳିପଶି ବଜାର, ହଟିଂ, କାଳିଆପାଣି ପଞ୍ଚାୟତର ହନୁମାନ ବଜାରରେ ଥିବା ହଟିଂ, ବିର୍ସାନଗର ହଟିଂ, କଟେପୁର୍ତ୍ତି ନଗର ହଟିଂ, ବରଗଜି ଗାଁ , ହରଟୋଟା ଗାଁ , ଡ଼ମଶାଳ ନାଳକୂଳରେ ଦେଶୀ ମହୁଲି ବିକ୍ରି ହେଉଛି। କେତେକ ସ୍ଥାନରେ ଡେନ୍ଡ୍ରାଇଟ୍ ନିଶାରେ ନାବାଳକମାନେ ପଡିଛନ୍ତି ା ଏପରି କି ଖଣି ଅଞ୍ଚଳର ବିଭିନ୍ନ ପାନ,ଚା ଦୋକାନରେ ଗଞ୍ଜେଇ ବିକ୍ରି ହେଉଛି। ସେହିପରି ନିଶାଦିଆ ସିଗାରେଟ ୫୦ ଟଙ୍କାରୁ ୧୦୦ ଟଙ୍କା ବିକ୍ରି କରାଯାଉଛି ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଦୃଢ଼ କଲେ ଏପରି ନିଶା କାରବାର ରୋକା ଯାଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି, ତୁରନ୍ତ ପୋଲିସ ଏପରି ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବ ା
Posted inଆମ ଜିଲା ଖବର, ଯାଜପୁର View All
ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ
ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍ଓ ନିଲମ୍ବିତ
ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…
ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ
କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…
ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…
ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…
ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…
ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …
ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା
ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…
Archives

