ଚଢ଼ାଉ ସତ୍ତ୍ୱେ ବଢୁଛି ନିଶା କାରବାର

ଖୋର୍ଦ୍ଧା ଅଫିସ,୨୩ା୧୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୁଇନ୍ଦା, ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏବଂ ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି କାରବାର ଥମୁନାହିଁ। କୋଲକାତା, ବାଲେଶ୍ୱର ଓ ଜଳେଶ୍ୱରରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ବ୍ରାଉନସୁଗାର ପହଞ୍ଚିବା ପରେ ଏଠାରୁ ଗ୍ରାମାଞ୍ଚଳ ସମେତ ପଡ଼ୋଶୀ ଜିଲାକୁ ପଠାଯାଉଛି। ଏହି କାରବାରରେ ମହିଳା, ଯୁବପିଢ଼ି ଓ ଛାତ୍ରଙ୍କ ସମ୍ପୃକ୍ତି ରହିଥିବା ନଜିର ରହିଛି। ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ଏହି କାରବାରରେ ଲିପ୍ତ ରହୁଛନ୍ତି।
ରାଜଧାନୀ ପରେ ଖୋର୍ଦ୍ଧା ସହର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ ଖୁଲମଖୁଲା ବେପାର କରୁଛନ୍ତି। ଗୁରୁଜଙ୍ଗ, ସାମନ୍ତରାପୁର, ଠେଙ୍ଗାହାଟ, ଜେମାଦେଇ, ବରୁଣେଇ ଶିଳ୍ପାଞ୍ଚଳ ବ୍ରାଉନସୁଗାରର ହବ୍‌ ପାଲଟିଛି। ପାନ ଦୋକାନ, ମୋବାଇଲ ଦୋକାନ, ଗ୍ରସେରି, ପରିବା ଦୋକାନ ଆଳରେ ନିଶା କାରବାର ଚାଲିଛି। ନିୟମିତ ବ୍ୟବଧାନରେ ଏହି ଅଞ୍ଚଳଗୁଡ଼ିକରୁ ବ୍ରାଉନସୁଗାର ଜବତ କରାଯାଉଛି। ଅଧିକାରୀମାନେ ଜବତ ବେଳେ ବେପାରୀଙ୍କୁ ଧରୁଥିବା ବେଳେ ଏହି କାରବାରର ମାଷ୍ଟରମାଇଣ୍ଡ ଧରାପଡୁନାହାନ୍ତି। ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ପୋଲିସ, ଏସଟିଏଫ, ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ତଥାପି ଏହା ଥମିବା ପରିବର୍ତ୍ତେ ବଢୁଛି। ଗତ ବର୍ଷ ଖୋର୍ଦ୍ଧା ପୋଲିସ ସାମନ୍ତରାପୁରର ଜଣେ ନିଶା ବେପାରୀଙ୍କ ପ୍ରାୟ ୧.୫କୋଟିର ବେଆଇନ ଭାବେ ଗଚ୍ଛିତ କରିଥିବା ସମ୍ପତ୍ତିକୁ ସିଲ୍‌ କରିଥିଲା। ତେବେ ଏନେଇ ମାଫିଆଙ୍କ ମହଲରେ ଛନକା ପଶିଥିଲା। ପୋଲିସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ପର ଠାରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ନିଶା କାରବାରର ମାଷ୍ଟରମାଇଣ୍ଡଙ୍କ ନିକଟରେ ପୋଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ଖୋର୍ଦ୍ଧା ସହରକୁ ନିଶା କବଳରୁ ମୁକ୍ତି କରିବାରେ ସଫଳ ହୋଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଖୋର୍ଦ୍ଧା ନିଶାମୁକ୍ତ ଲାଗି ଅଭିଯାନ ଜାରି ରହିଛି। ନିକଟରେ ଦୁଇ ଜଣ ନିଶା ବେପାରୀଙ୍କ ଘରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଜଣାପଡିବା ପରେ ପ୍ରଶାସନ ସହାୟତାରେ ଘରକୁ ନଷ୍ଟ କରାଯାଇଛି। ଏପରିକି ନିଶା ବେପାର ଦ୍ୱାରା ସମ୍ପତ୍ତି ଅର୍ଜନ କରିଥିବା ଜଣାପଡିବା ପରେ ଏହାକୁ ବାଜ୍ୟାପ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ନିଶା ବେପାରୀ ଏବଂ ଜେଲରୁ ଫେରନ୍ତା ବେପାରୀଙ୍କ ଉପରେ ପୋଲିସର ନଜର ରହିଛି। ନିଶା ବେପାରକୁ ପ୍ରଶ୍ରୟ ଦିଆଯିବ ନାହିଁ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଖୋର୍ଦ୍ଧା ପୋଲିସ ୨୫ଟି ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି। ସେଥିରୁ ୧୮ଟି ବ୍ରାଉନସୁଗାର ଏବଂ ୭ଟି ଗଞ୍ଜେଇ ମାମଲା। ୪୩ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୩୯ ପୁରୁଷ ଓ ୪ଜଣ ମହିଳା ଅଛନ୍ତି। ୧ କେଜି ୩ଶହ ଗ୍ରାମ ବ୍ରାଉନସୁଗାର ଏବଂ ୨୧୮କେଜି ଗଞ୍ଜେଇ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri