୨୭ ଜିଲାରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ମହାମାରୀରୁ ମୁକୁଳି ନ ଥିବା ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆଉ ଏକ ବିପଦ। ଅନାବୃଷ୍ଟି ଯୋଗୁ ରାଜ୍ୟ ଏବେ ଘୋର ସଙ୍କଟ ଭିତରକୁ ଟାଣିହୋଇ ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକା ଦେଇଛି। ଆଷାଢ଼ ଯାଇ ଶ୍ରାବଣ ଶେଷ ହେଲାଣି। ବିଲ ଫାଟି ଆଁ କରିଛି। ଜୁଲାଇରେ କମ୍‌ ବର୍ଷା ହୋଇଥିବାବେଳେ ଅଗଷ୍ଟରେ ତାହା ଭରଣା ହୋଇଯିବ ବୋଲି ଆଶା କରାଯାଉଥିଲା। ମାତ୍ର ବିଡ଼ମ୍ବନା ଯେ ଅଗଷ୍ଟ ମାସ ସରିବାକୁ ବସିଲାଣି ହେଲେ ବିଲରେ ବେଉଷଣ ପାଇଁ ପାଣି ମୁନ୍ଦାଏ ନାହିଁ। ରୁଆ ବେଉଷଣ କରି ନ ପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ସବୁ ଆକଳନ ଭୁଲ ପ୍ରମାଣିତ ହେବାକୁ ଯାଉଛି। ଯାଜପୁର ଜିଲାର ଚାଷୀ ଜଗନ୍ନାଥ ମଲ୍ଲିକ କହିଛନ୍ତି, ଗତ ମାସେ ହେବ ବର୍ଷା ନାହିଁି। ଧାନ ରୋଇଥିଲି। ବିଲ ଶୁଖି ଗଲାଣି। ଏବର୍ଷ କ’ଣ କରିବୁ କିଛି ବୁଦ୍ଧିବାଟ ଦିଶୁନାହିଁ।
ଓଡ଼ିଶାର ୨୭ ଜିଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ସ୍ବାଭାବିକଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୮୩୬.୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ହୋଇଛି ମାତ୍ର ୫୮୩.୭ ମିଲିମିଟର । ଏଥିଯୋଗୁ ୨୭ ଜିଲାର ପ୍ରାୟ ୨୯୦ ବ୍ଲକରେ ଭୟଙ୍କର ମରୁଡ଼ି ଦେଖାଦେଲାଣି। ଯାଜପୁରରେ ସ୍ବାଭାବିକଠାରୁ ୫୪ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଭଦ୍ରକ ୫୦, ବଲାଙ୍ଗୀର ୪୩, ଗଜପତି ୩୯, କଳାହାଣ୍ଡି ୩୮, କନ୍ଧମାଳ ୩୩, ସମ୍ବଲପୁର ୩୭, ସୁବର୍ଣ୍ଣପୁର ୩୦, ଝାରସୁଗୁଡ଼ା ୩୯, ଅନୁଗୋଳ ୪୦, ବାଲେଶ୍ୱର ୨୩, ବରଗଡ଼ ୨୮, ବୌଦ୍ଧ ୩୨, ଦେବଗଡ଼ ୩୫, ଢେଙ୍କାନାଳରେ ୩୯% କମ୍‌ ବର୍ଷା ହୋଇଛି। ଏହାଛଡ଼ା ଅନ୍ୟ ଜିଲାଗୁଡ଼ିକରେ ୩୫ ପ୍ରତିଶତରୁ କମ୍‌ ବର୍ଷା ରେକର୍ଡ ହୋଇଛି।

ରାଜ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଦୁର୍ବଳ ରହିଛି। ମୌସୁମୀକୁ ସକ୍ରିୟ କରିବା ପାଇଁ ଲଘୁଚାପ ସୃଷ୍ଟି ହୋଇଥାଏ। ମାତ୍ର ଚଳିତ ବର୍ଷ ଓଡ଼ିଶା ଉପକୂଳରେ କୌଣସି ଲଘୁଚାପ ହୋଇନାହିଁ। ପ୍ରତ୍ୟେକ ବର୍ଷ ଅଗଷ୍ଟ ସୁଦ୍ଧା ୮ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଯଦିଓ ଜୁନ୍‌ ୧୧ରେ ଗୋଟିଏ, ଜୁଲାଇରେ ୩ଟି ଏବଂ ଅଗଷ୍ଟ ୧ରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି, ତେବେ ସେସବୁ ଲଘୁଚାପ ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଉପକୂଳରେ ହୋଇଛି। ରାଜସ୍ଥାନ ଆଡୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ବହିଥାଏ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥାଏ। ମାତ୍ର ଚଳିତ ବର୍ଷ ଏହି ବାୟୁପ୍ରବାହ ନ ହେବାରୁ ଲଘୁଚାପ ଅଧିକ ସୃଷ୍ଟି ହେଲା ନାହିଁ। ଫଳରେ ଜୁଲାଇ ଓ ଅଗଷ୍ଟରେ ଯେତିକି ବର୍ଷା ହେବା କଥା ତାହା ହେଲା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ବର୍ଷା ଅଭାବରୁ ରାଜ୍ୟରେ ଖରିଫ ଉତ୍ପାଦନ ମଧ୍ୟ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ଦକ୍ଷିଣ ଓଡ଼ିଶା, ଆନ୍ଧ୍ର ଉପକୂଳ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ମାତ୍ରାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା ହ୍ରାସ ପାଇବାରେ ଲାଗିଛି। ଆଗାମୀ ଦିନରେ ପରିବର୍ତ୍ତିତ ଜଳବାୟୁ ସହ ଖାପଖୁଆଇ ଚାଷ କାର୍ଯ୍ୟ ନ କଲେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୃଷି ବିଶେଷଜ୍ଞ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୧.୫ ଲକ୍ଷ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ଯୋଜନାରୁ ୬୦୦ କୋଟି ଟଙ୍କା ବ୍ୟୟବରାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ଏହା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ୪ଟି ଜିଲାର ୭ଟି ବ୍ଲକର ୨୭ଟି ପଞ୍ଚାୟତର ୧୦୧ଟି ଗ୍ରାମରେ ଚକଭିତ୍ତିରେ ଏହା କାର୍ଯ୍ୟକାରୀ ହେବ। ୧୮ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ୩୩୪୩ ହେକ୍ଟର ଜମିରେ ଡାଲିଜାତୀୟ, ୩୭୪୫ ହେକ୍ଟର ଜମିରେ କପା, ୯୨୮ ହେକ୍ଟର ଜମିରେ ତୈଳବୀଜ, ୨୪୫୧ ହେକ୍ଟର ଜମିରେ ମକା, ୧୩୨୨ ହେକ୍ଟର ଜମିରେ ମାଣ୍ଡିଆ ଏବଂ ୪୧୮ ହେକ୍ଟର ଜମିରେ ପନିପରିବା ଚାଷ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ୧୬.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୩ ବର୍ଷ ମଧ୍ୟରେ ଉକ୍ତ ୪ ଜିଲାର ୧୬୮୯୮.୩୮ ହେକ୍ଟର ଜମିରେ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri