୨୭ ଜିଲାରେ ମରୁଡ଼ି ଆଶଙ୍କା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କରୋନା ମହାମାରୀରୁ ମୁକୁଳି ନ ଥିବା ବେଳେ ଓଡ଼ିଶାକୁ ମାଡ଼ିଆସୁଛି ଆଉ ଏକ ବିପଦ। ଅନାବୃଷ୍ଟି ଯୋଗୁ ରାଜ୍ୟ ଏବେ ଘୋର ସଙ୍କଟ ଭିତରକୁ ଟାଣିହୋଇ ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକା ଦେଇଛି। ଆଷାଢ଼ ଯାଇ ଶ୍ରାବଣ ଶେଷ ହେଲାଣି। ବିଲ ଫାଟି ଆଁ କରିଛି। ଜୁଲାଇରେ କମ୍‌ ବର୍ଷା ହୋଇଥିବାବେଳେ ଅଗଷ୍ଟରେ ତାହା ଭରଣା ହୋଇଯିବ ବୋଲି ଆଶା କରାଯାଉଥିଲା। ମାତ୍ର ବିଡ଼ମ୍ବନା ଯେ ଅଗଷ୍ଟ ମାସ ସରିବାକୁ ବସିଲାଣି ହେଲେ ବିଲରେ ବେଉଷଣ ପାଇଁ ପାଣି ମୁନ୍ଦାଏ ନାହିଁ। ରୁଆ ବେଉଷଣ କରି ନ ପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ସବୁ ଆକଳନ ଭୁଲ ପ୍ରମାଣିତ ହେବାକୁ ଯାଉଛି। ଯାଜପୁର ଜିଲାର ଚାଷୀ ଜଗନ୍ନାଥ ମଲ୍ଲିକ କହିଛନ୍ତି, ଗତ ମାସେ ହେବ ବର୍ଷା ନାହିଁି। ଧାନ ରୋଇଥିଲି। ବିଲ ଶୁଖି ଗଲାଣି। ଏବର୍ଷ କ’ଣ କରିବୁ କିଛି ବୁଦ୍ଧିବାଟ ଦିଶୁନାହିଁ।
ଓଡ଼ିଶାର ୨୭ ଜିଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ସ୍ବାଭାବିକଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୮୩୬.୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ହୋଇଛି ମାତ୍ର ୫୮୩.୭ ମିଲିମିଟର । ଏଥିଯୋଗୁ ୨୭ ଜିଲାର ପ୍ରାୟ ୨୯୦ ବ୍ଲକରେ ଭୟଙ୍କର ମରୁଡ଼ି ଦେଖାଦେଲାଣି। ଯାଜପୁରରେ ସ୍ବାଭାବିକଠାରୁ ୫୪ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଭଦ୍ରକ ୫୦, ବଲାଙ୍ଗୀର ୪୩, ଗଜପତି ୩୯, କଳାହାଣ୍ଡି ୩୮, କନ୍ଧମାଳ ୩୩, ସମ୍ବଲପୁର ୩୭, ସୁବର୍ଣ୍ଣପୁର ୩୦, ଝାରସୁଗୁଡ଼ା ୩୯, ଅନୁଗୋଳ ୪୦, ବାଲେଶ୍ୱର ୨୩, ବରଗଡ଼ ୨୮, ବୌଦ୍ଧ ୩୨, ଦେବଗଡ଼ ୩୫, ଢେଙ୍କାନାଳରେ ୩୯% କମ୍‌ ବର୍ଷା ହୋଇଛି। ଏହାଛଡ଼ା ଅନ୍ୟ ଜିଲାଗୁଡ଼ିକରେ ୩୫ ପ୍ରତିଶତରୁ କମ୍‌ ବର୍ଷା ରେକର୍ଡ ହୋଇଛି।

ରାଜ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଦୁର୍ବଳ ରହିଛି। ମୌସୁମୀକୁ ସକ୍ରିୟ କରିବା ପାଇଁ ଲଘୁଚାପ ସୃଷ୍ଟି ହୋଇଥାଏ। ମାତ୍ର ଚଳିତ ବର୍ଷ ଓଡ଼ିଶା ଉପକୂଳରେ କୌଣସି ଲଘୁଚାପ ହୋଇନାହିଁ। ପ୍ରତ୍ୟେକ ବର୍ଷ ଅଗଷ୍ଟ ସୁଦ୍ଧା ୮ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଯଦିଓ ଜୁନ୍‌ ୧୧ରେ ଗୋଟିଏ, ଜୁଲାଇରେ ୩ଟି ଏବଂ ଅଗଷ୍ଟ ୧ରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି, ତେବେ ସେସବୁ ଲଘୁଚାପ ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ବାଲାଂଦେଶ ଉପକୂଳରେ ହୋଇଛି। ରାଜସ୍ଥାନ ଆଡୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ବହିଥାଏ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥାଏ। ମାତ୍ର ଚଳିତ ବର୍ଷ ଏହି ବାୟୁପ୍ରବାହ ନ ହେବାରୁ ଲଘୁଚାପ ଅଧିକ ସୃଷ୍ଟି ହେଲା ନାହିଁ। ଫଳରେ ଜୁଲାଇ ଓ ଅଗଷ୍ଟରେ ଯେତିକି ବର୍ଷା ହେବା କଥା ତାହା ହେଲା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ବର୍ଷା ଅଭାବରୁ ରାଜ୍ୟରେ ଖରିଫ ଉତ୍ପାଦନ ମଧ୍ୟ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ଦକ୍ଷିଣ ଓଡ଼ିଶା, ଆନ୍ଧ୍ର ଉପକୂଳ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ମାତ୍ରାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା ହ୍ରାସ ପାଇବାରେ ଲାଗିଛି। ଆଗାମୀ ଦିନରେ ପରିବର୍ତ୍ତିତ ଜଳବାୟୁ ସହ ଖାପଖୁଆଇ ଚାଷ କାର୍ଯ୍ୟ ନ କଲେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୃଷି ବିଶେଷଜ୍ଞ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୧.୫ ଲକ୍ଷ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ଯୋଜନାରୁ ୬୦୦ କୋଟି ଟଙ୍କା ବ୍ୟୟବରାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ଏହା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ୪ଟି ଜିଲାର ୭ଟି ବ୍ଲକର ୨୭ଟି ପଞ୍ଚାୟତର ୧୦୧ଟି ଗ୍ରାମରେ ଚକଭିତ୍ତିରେ ଏହା କାର୍ଯ୍ୟକାରୀ ହେବ। ୧୮ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ୩୩୪୩ ହେକ୍ଟର ଜମିରେ ଡାଲିଜାତୀୟ, ୩୭୪୫ ହେକ୍ଟର ଜମିରେ କପା, ୯୨୮ ହେକ୍ଟର ଜମିରେ ତୈଳବୀଜ, ୨୪୫୧ ହେକ୍ଟର ଜମିରେ ମକା, ୧୩୨୨ ହେକ୍ଟର ଜମିରେ ମାଣ୍ଡିଆ ଏବଂ ୪୧୮ ହେକ୍ଟର ଜମିରେ ପନିପରିବା ଚାଷ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ୧୬.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୩ ବର୍ଷ ମଧ୍ୟରେ ଉକ୍ତ ୪ ଜିଲାର ୧୬୮୯୮.୩୮ ହେକ୍ଟର ଜମିରେ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri