ଡ୍ରପ୍‌ଆଉଟ୍‌ ପିଲାଙ୍କୁ ନିଯୁକ୍ତିକ୍ଷମ କରାଯିବ

ଭୁବନେଶ୍ୱର, ୩।୯(ଅସମାପିକା ସାହୁ)ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ନିଯୁକ୍ତିକ୍ଷମ କରାଯିବ। ଭୁନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ସେମାନଙ୍କୁ ବିଭିନ୍ନ ଟ୍ରେଡ୍‌ରେ ତାଲିମ ଦିଆଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌. ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର ଶନିବାର ସିିଟିଟିସି କ୍ୟାମ୍ପସ ପରିଦର୍ଶନ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି, ସିଟିଟିସିରେ ବିଭିନ୍ନ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ତେଣୁ ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ତାଲିମ୍‌ ପାଇଁ ଏହି ସେଣ୍ଟର ସହ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ପିଲାମାନେ ମାଟ୍ରିକରେ ଫେଲ୍‌ ବା ଅଧାରୁ ପାଠ ଛାଡ଼ି ଦେଉଛନ୍ତି, ସେମାନଙ୍କୁ ସିଟିଟିସିରେ ତାଲିମ ଦେବା ଉପରେ ଆଲୋଚନା ହୋଇଛି। ୩ ମାସିଆ କିମ୍ବା ୬ ମାସିଆ ପାଠ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଏଠାରେ ତାଲିମ୍‌ ଦିଆଯାଇ ନିଯୁକ୍ତିକ୍ଷମ କରାଯିବ। ଏ ନେଇ ସିଟିଟିସିର ପ୍ରଶିକ୍ଷଣ ମୁଖ୍ୟ କେ.ଏମ୍‌. ରାଜନ୍‌ କହିଛନ୍ତି, ଦଶମ ଡ୍ରପ୍‌ ଆଉଟ୍‌ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଦକ୍ଷତା ବିକାଶ କରାଗଲେ ସେମାନେ ଆତ୍ମନିର୍ଭର ଓ ରୋଜଗାରକ୍ଷମ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

‘ନା ନଇଁବ ଭାରତ, ନା ଭାଙ୍ଗିବ ରୁଷିଆ’, ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ପ୍ରଥମ ପ୍ରତିକ୍ରିୟା

ବେଜିଂ/ନୂଆଦିଲ୍ଲୀ,୫।୧୨: ବିଶ୍ୱ ବର୍ତ୍ତମାନ ଦୁଇଟି ଅକ୍ଷରେ ବିଭକ୍ତ ହୋଇଥିବା ପରି ମନେ ହେଉଛି। ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପଟେ...

ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଲିକ୍‌ ହୋଇଗଲା ANM ପ୍ରଶ୍ନପତ୍ର, ଆଉ ତା’ ପରେ…

କଟକ,୫ା୧୨: ପୂର୍ବରୁ ଅନେକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବାବେଳେ ଆଜି ଅର୍ଥାତ୍‌ ଶୁକ୍ରବାର ANM ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଛି। ପରୀକ୍ଷାର ୩ଘଣ୍ଟା ପୂର୍ବରୁ ଏହି...

‘ବିବାହଯୋଗ୍ୟ ବୟସ ନ ହୋଇଥିଲେ ମଧ୍ୟ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛାରେ ଲିଭ-ଇନ ସମ୍ପର୍କରେ ରହିପାରିବେ’: ହାଇକୋର୍ଟ

ଜୟପୁର,୫।୧୨: ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିବାହଯୋଗ୍ୟ ବୟସ ନ ହେବା ସତ୍ତ୍ୱେ ଏକାଠି ରହିବାକୁ ଚାହୁଁଥିବା ଦୁଇଜଣ ପ୍ରାପ୍ତବୟସ୍କ ଚାହିଁଲେ ଲିଭ-ଇନ ସମ୍ପର୍କରେ...

ପୁଟିନ ଆସୁଥିବା ବିମାନରେ ଚାଲୁଥିଲା ବଡ଼ ଖେଳ! ଦିଲ୍ଲୀରେ ଅବତରଣ କରିବା ପରେ ଖୋଲିଗଲା ବଡ଼ ରାଜ୍‌, ଶୁଣିଲେ…

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ସମୟରେ ତାଙ୍କ ବିମାନ ଗୁରୁବାର ସାରା...

Putin Family: ହାଇ ସିକ୍ୟୁରିଟି ଖାଦ୍ୟଠାରୁ….ପୁଟିନଙ୍କର ଅଛନ୍ତି କେତେ ଝିଅ, କ’ଣ କରନ୍ତି ସହଧର୍ମିଣୀ? ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ସାରା ବିଶ୍ୱ ତାଙ୍କ ଗସ୍ତ ଉପରେ ନଜର...

ହଠାତ୍‌ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯୁବକ: ଆଉ ତା’ପରେ ଘଟିଲା…

ସଇଁତଳା,୫।୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗିର ଶୁକ୍ରବାର ସକାଳ ସମୟରେ କୌଣସି ଏକ ଟ୍ରେନରୁ ଜଣେ ଯୁବକ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ...

ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍‌ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri