ଚାରାରୋପଣ କାର୍ଯ୍ୟକ୍ରମକୁ ଜଗିଛି ଡ୍ରୋନ୍‌

ଭଞ୍ଜନଗର,୧୦ା୭(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲର ଖୋଲା ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଚାଲିଛି। ଉଭୟ ବନଖଣ୍ଡରେ ୨୨୩୦ ହେକ୍ଟର ଜଙ୍ଗଲରେ ୮ ଲକ୍ଷ ୨୫ ହଜାର ୫୫୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ହେବ। ଉକ୍ତ ଚାରାକୁ ବିଭାଗ ପକ୍ଷରୁ ୪ ବର୍ଷ ପର୍ଯ୍ୟନ୍ତ ତଦାରଖ କରାଯିବ। ଗଛକୁ ଜଗିବା ପାଇଁ ଦୁଇଜଣ ଅଗଷ୍ଟ ମାସରୁ ନିୟୋଜିତ ହେବେ। ଗଛ ବଡ ହେବା ପର୍ଯ୍ୟନ୍ତ ୪ ବର୍ଷ ଏହିଭଳି ତଦାରଖ କରାଯିବ। କାମ୍ପା ଯୋଜନାରେ ବର୍ତ୍ତମାନ ଚାରାରୋପଣ ହେଉଛି। ଏଥିସହ ନଦୀ ଏବଂ ନାଳ ଆଡିବନ୍ଧରେ ମଧ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରାରୋପଣ ହେବ। କାମ୍ପା ଯୋଜନାରେ ଚାରାରୋପଣ ସରିବା ପରେ ଆଡିବନ୍ଧରେ ଚାରାରୋପଣ ହେବ। ବିଗତ କିଛି ଦିନ ହେବ ଭଞ୍ଜନଗର ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଛି। କିନ୍ତୁ ଜୁନ ମାସ ଶେଷ ଆଡ଼କୁ ଜଙ୍ଗଲରେ ଲଗାଯାଇଥିବା ଚାରାଗୁଡିକର ଅବସ୍ଥା କେତେକ ସ୍ଥାନରେ ଭଲ ନାହିଁ। ବର୍ଷା ପାଣି ଅଭାବ ଥିବା ବେଳେ ଅନ୍ୟପଟେ ଟ୍ୟାଙ୍କର ଯୋଗେ ଜଙ୍ଗଲ ଭିତରେ ନେଇ ଗଛକୁ ପାଣି ଦେବା ସମ୍ଭବପର ହୋଇପାରିଲା ନାହିଁ। ତେଣୁ କେତେକ ସ୍ଥାନରେ ବର୍ଷା ପୂର୍ବରୁ ଲାଗିଥିବା ଗଛ ମରିଗଲାଣି। ତେଣୁ ଉକ୍ତ ସ୍ଥାନରେ ଅନ୍ୟ କୌଣସି ଯୋଜନାରେ ନୂଆ ଗଛ ଲଗାଇବା ଆବଶ୍ୟକତା ରହିଛି। ଅପରପକ୍ଷେ ଚାରାରୋପଣ କାର୍ଯ୍ୟକ୍ରମରେ ସ୍ବଚ୍ଛତା ଆଣିବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯାଉଛି। ଯେଉଁ ଜଙ୍ଗଲର ଖୋଲା ସ୍ଥାନରେ ଚାରାରୋପଣ ହେବ ସେଥିରେ ପ୍ରଥମେ ଡ୍ରୋନ ସହାୟତାରେ ଜିପିଏସ୍‌ ରିଡିଂ ନିଆଯାଉଛି। ଏହାପରେ ଗାତ ଖୋଳା ହେଉଛି। ପୁଣି ଜିପିଏସ ରିଡ଼ିଙ୍ଗ ନିଆଯାଉଛି । ଗଛ ଲଗାଇବା ପରେ ପୁଣି ଜିପିଏସ ରିଡ଼ିଙ୍ଗ ନିଆଯାଉଛି । ଏହିଭଳି ବାରମ୍ବାର ଡ୍ରୋନ ସହାୟତାରେ ଜିପିଏସ ରିଡିଂ ନିଆଯିବା ଦ୍ୱାରା ପୂର୍ବ ଅପେକ୍ଷା କାର୍ଯ୍ୟରେ ଅଧିକ ସଚ୍ଛତା ଆସୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri