Posted inଜାତୀୟ

୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍‌ ପାଇଲଟ୍‌ ଟ୍ରେନିଂ…

ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି। ୨୦୨୨ ବଜେଟ ଉପସ୍ଥାପନ କରିବାବେଳେ କେନ୍ଦ୍ର ସରକାର ଡ୍ରୋନ ସହ ଜଡିତ ଏକ ବଡ ଘୋଷଣା କରିଥିଲେ। ମୋବାଇଲ ଏବଂ କମ୍ପ୍ୟୁଟର ପରି ବୈନନ୍ଦିନ ଜୀବନରେ ଡ୍ରୋନ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଉଥିଲା। ଯେଉଁଥିପାଇଁ ବହୁ ସଂଖ୍ୟକ ଡ୍ରୋନ ପାଇଲଟ ମଧ୍ୟ ଆବଶ୍ୟକ ହେବେ।

ଏହି ଯୋଜନା ଅନ୍ତର୍ଗତ ୧୦ ରାଜ୍ୟରେ ଡ୍ରୋନ ପାଇଲଟ୍ଙ୍କ ତାଲିମ ପାଇଁ ୧୮ ସ୍କୁଲ ଖୋଲାଯାଇଛି। ଅଧିକାଂଶ ସ୍ଥାନରେ ବିଦ୍ୟାଳୟ ଖୋଲିବା ପାଇଁ କେବଳ ପ୍ରାଇଭେଟ ଫ୍ଲାଇଙ୍ଗ କ୍ଲବଗୁଡ଼ିକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ଦୁଇଟି ଏବଂ ହରିୟାଣାରେ ଚାରିଟି ସ୍କୁଲ ଖୋଲିଛି। ଡ୍ରୋନ ସମ୍ବନ୍ଧୀୟ ଅଧିକ ସୂଚନା ଡିଜିଟାଲ ସ୍କାଏ ନାମକ ଏକ ପ୍ଲାଟଫର୍ମରେ ଡିଜିସିଏର ୱେବସାଇଟରେ ପ୍ରଦାନ କରାଯାଇଛି।

 

ଉତ୍ତରପ୍ରଦେଶର ଆଲିଗଡର ଧାନିପୁର ଏୟାରଷ୍ଟ୍ରିପରେ ଦୁଇଟି ଡ୍ରୋନ ପାଇଲଟ ଟ୍ରେନିଂ ସ୍କୁଲ ଖୋଲାଯାଇଛି। ହରିୟାଣାରେ ଗୁରୁଗ୍ରାମରେ ତିନୋଟି ଏବଂ ବାହାଦୂରଗଡରେ ଗୋଟିଏ ସ୍କୁଲ ରହିଛି। ମଧ୍ୟପ୍ରଦେଶର ଗ୍ବାଲିଅର୍‌, ଗୁଜୁରାଟର ଅହମ୍ମଦାବାଦ, ହିମାଚଳ ପ୍ରଦେଶର ଶାହପୁର, ଝାଡଖଣ୍ଡର ଜାମସେଦପୁର, କର୍ନାଟକର ବେଙ୍ଗାଲୁରୁ, ମହାରାଷ୍ଟ୍ରର ପୁଣେରେ ୪ ଟି, ମୁମ୍ବାଇରେ ଗୋଟିଏ ଏବଂ ବାରାମତିରେ ଗୋଟିଏ ଖୋଲାଯାଇଛି। ତେଲେଙ୍ଗାନାର ସିକନ୍ଦରାବାଦ ଏବଂ ହାଇଦ୍ରାବାଦରେ ଗୋଟିଏ ଲଖାଏଁ ଖୋଲାଯାଇଛି । ତାମିଲନାଡୁର ଚେନ୍ନାଇରେ ଗୋଟିଏ ଟ୍ରେନିଂ ସ୍କୁଲ ଖୋଲା ଯାଇଛି।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ଡାକ୍ତରୀ, କୃଷି, ପଞ୍ଚାୟତରାଜ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଗୃହ ଓ ସହରାଞ୍ଚଳ, ଖଣି, ପରିବହନ, ବିଦ୍ୟୁତ୍‌, ପେଟ୍ରୋଲିୟମ ଏବଂ ଗ୍ୟାସ, ପରିବେଶ ଏବଂ ସୂଚନା କ୍ଷେତ୍ରରେ ଡ୍ରୋନ ବ୍ୟବହାର କରିବାକୁ ଅନୁମୋଦନ ଦିଆଯାଇଛି। ସେହିପରି କରୋନା ଟିକା ଯୋଗାଣ ପାଇଁ ମେଘାଳୟରେ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri