ନାବାଳକ ଗାଡ଼ି ଚଳାଇଲେ ରଦ୍ଦ ହେବ ରେଜିଷ୍ଟ୍ରେଶନ

କଟକ,୩୧ା୭ (କାର୍ତ୍ତିକ ସାହୁ): ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୋମବାରଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଧରପଗଡ଼ ଅଭିଯାନରେ ବିଶେଷ ସଫଳତା ମିଳିଛି। ନାବାଳକ ଚାଳକଙ୍କୁ ଗାଡ଼ି ଚାଳନାରୁ ନିବୃତ୍ତ କରିବା ପାଇଁ ଏସ୍‌ଟିଏ ଏମ୍‌ଭି ଆକ୍ଟ ୧୯୯(କ) ଧାରାକୁ ପାଳନ କରିବା ନିମନ୍ତେ କଡ଼ା କଟକଣା ଜାରି କରିଛି। ରାଜ୍ୟରେ ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ୩ଟି ଅତିରିକ୍ତ ପରିବହନ ଅଧିକାରୀ (ଏଆର୍‌ଟିଓ)ଙ୍କ ପକ୍ଷରୁ ଧରପଗଡ଼ ଅଭିଯାନ କରାଯାଇଛି। ପ୍ରଥମ ଦିନରେ ୧୫୪ ଓ ଦ୍ୱିତୀୟ ଦିନରେ ୧୮୦ ମିଶି ମୋଟ୍‌ ୩୩୪ଟି ମାମଲାରେ ଚାଲାଣ କଟାଯାଇଛି। ସେହିପରି ପ୍ରଥମ ଦିନରେ ୬୦ ଓ ଦ୍ୱିତୀୟ ଦିନରେ ୭୮ ମିଶି ମୋଟ୍‌ ୧୩୮ ଗାଡ଼ି ଜବତ ହୋଇଛି। ହେଲେ ୧୯୬ଟି ମାମଲାରେ କେବଳ ଚାଲାଣ କଟାଯାଇଥିବାବେଳେ କୌଣସି ଗାଡ଼ି ଜବତ ହୋଇପାରିନାହିଁ। ୨ ଦିନ ବ୍ୟାପୀ ରୁଜୁ ୩୩୪ ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପାଇଁ ଚାଲାଣ କଟାଯାଇଛି।
ଏସ୍‌ଟିଏ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଟିଏର ଆଡିଶନାଲ କମିଶନର ଲାଲମୋହନ ସେଠୀଙ୍କ ସୂଚନା ଅନୁସାରେ, ୧୬ ବର୍ଷରୁ କମ୍‌ ନାବାଳକ ଗାଡ଼ି ଚଳାଇଲେ ପ୍ରଥମେ ଗାଡ଼ି ଜବତ ହୋଇ ମାମଲା ରୁଜୁ ହେବ। ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ରାସ୍ତାରେ ଲାଗିଥିବା କ୍ୟାମେରାରେ ଧରାପଡ଼ିଲେ ବି କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିକଟରୁ ମଙ୍ଗଳବାର ମିଳିଥିବା ୨ ଦିନର ତଥ୍ୟ ଅନୁସାରେ, ଚାଲାଣ କଟାଯାଇଥିବା ମାମଲା ସଂଖ୍ୟା ବଡ଼ବିଲ୍‌ରେ ୩, ଦେବଗଡ଼ ୪, ଅନୁଗୋଳ ୧୩, ଢେଙ୍କାନାଳ ୧୧, କେନ୍ଦୁଝର ୯, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ଝାରସୁଗୁଡ଼ା ୭, ବରଗଡ଼ ୫, ସମ୍ବଲପୁର ୯, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୨୩, ନୟାଗଡ଼ ୧୩, ପୁରୀ ୩, କଟକ ୨୭, କେନ୍ଦ୍ରାପଡ଼ା ୩, ଭୁବନେଶ୍ୱର(୨) ୧୩, ଏଆର୍‌ଟିଓ ଖୋର୍ଦ୍ଧା ୬, ଜଗତ୍‌ସିଂହପୁର ୧, ଫୁଲବାଣୀ ୪, ଭଞ୍ଜନଗର ୫, ଗଞ୍ଜାମ ୧୪, ଗଜପତି ୪, ବୌଦ୍ଧ ୩, ଯାଜପୁର ୫, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୮, ବାଲେଶ୍ୱର ୧୦, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୨୨, ରାୟଗଡ଼ା ୧୩, ମାଲକାନଗିରି ୨, ନବରଙ୍ଗପୁର ୧୦ ଓ କୋରାପୁଟ ୧୪ ମିଶି ମୋଟ୍‌ ୩୩୪ ହୋଇଛି। ଅପରପକ୍ଷରେ ଜବତ ହୋଇଥିବା ଗାଡ଼ି ସଂଖ୍ୟା ବଡ଼ବିଲ ୧, ଅନୁଗୋଳ ୯, ଢେଙ୍କାନାଳ ୨, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୪, ନୟାଗଡ଼ ୨, କଟକ ୧, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୪, ଗଞ୍ଜାମ ୨, ଗଜପତି ୨, ବୌଦ୍ଧ ୧, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୨, ବାଲେଶ୍ୱର ୮, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୯, ରାୟଗଡ଼ା ୧୩, ନବରଙ୍ଗପୁର ୧ ଓ କୋରାପୁଟ ୪ ମିଶି ମୋଟ୍‌ ୧୩୮ ହୋଇଛି। ସର୍ବାଧିକ ମାମଲା ସଂଖ୍ୟା ଭୁବନେଶ୍ୱର-୧ରେ ୨୩ ହୋଇଥିବାବେଳେ ଜଗତ୍‌ସିଂହପୁରରେ ସର୍ବନିମ୍ନ ୧ ରହିଛି। ତେବେ ୨ ଦିନ ବ୍ୟାପୀ ଧରପଗଡ଼ରେ ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, କେନ୍ଦ୍ରାପଡ଼ା, ଭୁବନେଶ୍ୱର(୨), ଜଗତ୍‌ସିଂହପୁର, ଭଞ୍ଜନଗର, ଯାଜପୁର, ମାଲକାନଗିରି ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କୌଣସି ଗାଡ଼ି ଜବତ ହୋଇ ନ ଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଏମ୍‌ଭି ଆକ୍ଟ ୧୯୯(କ) ଧାରା ଅନୁଯାୟୀ ନାବାଳକମାନେ ଗାଡ଼ି ଚଳାଉଥିବା ଧରାପଡ଼ିଲେ ସେମାନଙ୍କ ମା’ବାପା ଜେଲ୍‌ ଯିବେ। ଗାଡ଼ି ଦେଇଥିବା ମା’ବାପାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଥିସହ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ କୌଣସି ଡ୍ରାଇଭିଂ ଲାଇଲେନ୍ସ ପ୍ରଦାନ କରାଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri