ପେସାରେ ଅଟୋଚାଳକ ନିଶା ସାପ ଧରିବା

ରାୟଗଡ଼ା ଅଫିସ,୨୯।୫: ପ୍ରତ୍ୟେକ ମଣିଷର ଭିନ୍ନ ଏକ ନିଶା ତଥା ରୁଚି ରହିଥାଏ। ସାପ ଧରିବା ମଧ୍ୟ ଅନେକଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଲେ ରାୟଗଡ଼ା ରାଣୀଗୁଡ଼ା ଫାର୍ମ ଅଞ୍ଚଳର ପ୍ରଦୀପ ଶତପଥୀ(୫୦)। ପେସାରେ ଜଣେ ଅଟୋ ଚାଳକ ହେଲେ ସାପ ଧରିବା ତାଙ୍କର ନିଶା। ସାପ ନାଁ ଶୁଣିଲେ କାହାକୁ ଡର ନାହିଁ। ହେଲେ ପ୍ରଦୀପ ଘରେ ଥାନ୍ତୁ କି କୌଣସି କାମରେ ଗୋଟିଏ ଫୋନ୍‌ କଲ୍‌ରେ ପହଞ୍ଚିଥାନ୍ତି ସାପ ଧରିବାକୁ।
ପାଖରୁ ସାପ ଦେଖିଲେ ଅନେକ ଲୋକ ଭୟରେ ଚେତାଶୂନ୍ୟ ହୋଇଯାଆନ୍ତି। ହେଲେ ପ୍ରଦୀପଙ୍କ ପାଇଁ ଏହା ବାଆଁ ହାତର ଖେଳ ହୋଇଛି। ସାପ ଧରିବାରୁ କୌଶଳ ଶିଖିବା ପାଇଁ ସେ କୌଣସିଠାରେ ତାଲିମ ନେଇନାହାନ୍ତି। ତଥାପି ୧୦ ବର୍ଷ ମଧ୍ୟରେ ସେ ୪ହଜାରରୁ ଊର୍ଦ୍ଧ୍ୱ ସାପ ଧରିଲେଣି। ଏମାନଙ୍କ ମଧ୍ୟରେ ଛୋଟ ସାପଠାରୁ ଆରମ୍ଭ କରି ଅନେକ ବିଷଧର ସାପ ରହଛନ୍ତି। ସ୍ବତନ୍ତ୍ର ଟିଭି ଚାନେଲ୍‌ ଦେଖି ସେ ସାପ ଧରିବା ଶିଖିଥିବା କୁହନ୍ତି। ପ୍ରଦୀପ ପରିବାରର ବଡ଼ ପୁଅ। ରାୟଗଡ଼ା ବନ ବିଭଗରେ ସେ ଜଣେ ଅଟୋ ଚାଳକ ରୂପେ କାମ କରନ୍ତି। ତଥାପି କାହା ଘରେ ସାପ ପଶିଥିବା ନେଇ ଫୋନ୍‌ ପାଇଲେ ତୁରନ୍ତ ସେଠାରେ ପହଞ୍ଚିଥାନ୍ତି। ସାପ କେବେ କାହାର କ୍ଷତି କରେନାହିଁ। ମୋ ପାଇଁ ସେ ବନ୍ଧୁ। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁ ସେମାନେ ଗାଁ କିମ୍ବା ସହର ମୁହାଁ ହୁଅନ୍ତି। ସାପ ଧରିବାକୁ ହେଲେ ସତର୍କତା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଦୀପ ଅଜଗର, ନାଗ, ରଣା, ଚିଟି, ବିଭିନ୍ନ ସାପ ଧରିଛନ୍ତି। ସେ କିଙ୍ଗ୍‌ କୋବ୍ରାକୁ ମଧ୍ୟ ଧରିବାର ସାହସ ରଖନ୍ତି। ଏଥିପାଇଁ ପ୍ରଦୀପଙ୍କୁ ବନ ବିଭଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି। ସ୍ନେକ୍‌ ହେଲ୍ପଲାଇନର ଜଣେ ସଦସ୍ୟ ଭାବେ ସେ କାର୍ଯ୍ୟ କରୁଛନ୍ତି। ସାପ ଧରିବା ପାଇଁ ବନ ବିଭାଗ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି। ସାପକୁ ଧରିବା ପରେ ଡବାରେ ଭର୍ତ୍ତି କରି ଗୁମ୍ମା ଜଙ୍ଗଲରେ ଛାଡ଼ିଦିଅନ୍ତି। ହେଲେ ସାପ ଧରିବା ପାଇଁ ସେ କାହାଠାରୁ ଟଙ୍କା ମାଗନ୍ତି ନାହିଁ। ଯିଏ ଯାହା ଖୁସିରେ ଦିଅନ୍ତି ସେ ରଖନ୍ତି। ଜଙ୍ଗଲ ଗୁମା ୨୦ କିମି ଜଙ୍ଗଲ ରେ ଛା କୌଣସି ପଶୁ ର କ୍ଷତି ହେଲେ ଦେଖୀ ସହି ପାରନ୍ତି ନି ସେ l ଶନିବାର ସେ ରାୟଗଡ଼ା ଜେଏସ୍‌କୋ କ୍ୱାର୍ଟର୍ସ ଅଞ୍ଚଳରୁ ଜଣଙ୍କ ଘରୁ ନାଗ ଧରିଛନ୍ତି। ପ୍ରଦୀପଙ୍କ ଏଭଳି କାର୍ଯ୍ୟକୁ ସମସ୍ତ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri