ଗଡ଼ୁନି ଗାଡ଼ି, ବଢ଼ୁଛି ଦୁର୍ଦ୍ଦଶା

ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି ପ୍ରାୟ ସବୁ ଟାଙ୍କିରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ରହୁଛିି। ଅନ୍ୟପକ୍ଷରେ ଭୁବନେଶ୍ୱର ବରମୁଣ୍ଡା ସମେତ ରାଜ୍ୟ ପ୍ରାୟ ସମସ୍ତ ବସ୍‌ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ଅଟକି ରହିଥିବାବେଳେ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଦୁର୍ଦ୍ଦଶା ଭୋଗୁଛନ୍ତି। ପରିବହନ ବ୍ୟବସ୍ଥାରେ ସୁଧାର ଆସୁ ନ ଥିବାରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଶୁକ୍ରବାର(୧୧ ତାରିଖ) ରହିଥିବା ବେଳେ ଡ୍ରାଇଭର ମହାସଂଘ ଚଳାଇଥିବା ଆନ୍ଦୋଳନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଡ୍ରାଇଭର ମହାସଂଘକୁ ଗୋଟିଏ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ନିବେଦନ କରିଛନ୍ତି। ଏହାସହିତ ସେ କହିଛନ୍ତି, ଏହି ଆନ୍ଦୋଳନ ପଛରେ ସରକାରୀ ଷଡ଼ଯନ୍ତ୍ର ରହିଛି। ଗୁରୁବାର ଅପରାହ୍ନରେ ପିସିସି ସଭାପତି ଦାସ ଖବରଦାତା ସମ୍ମିଳନୀରେ କହିଛନ୍ତି, କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ପୂର୍ବରୁ ଘୋଷଣା ହୋଇଛି। କଂଗ୍ରେସର ସମାବେଶକୁ ସଫଳ କରିବା ପାଇଁ ରାଜ୍ୟସାରା ଲୋକେ ରାଜଧାନୀକୁ ଆସିବାକୁ ଚାହୁଁଛନ୍ତି। ହେଲେ ଏଥିରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବାଧା ସୃଷ୍ଟି କରୁଛି। ଏହି ଆନ୍ଦୋଳନ ପଛରେ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି। ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ଭାଜପା ପକ୍ଷରୁ ମହାସଂଘର ଆନ୍ଦୋଳନକୁ ସରକାର କାହିଁକି ପୂରଣ କରୁନାହାନ୍ତି ବୋଲି ଯୁକ୍ତି ବାଢୁଥିଲେ। ହେଲେ ଏବେ ଏହି ଆନ୍ଦୋଳନ ଏକ ପ୍ରକାର ପ୍ରାୟୋଜିତ। କଂଗ୍ରେସକୁ ଟାର୍ଗେଟ କରି ଓଡ଼ିଶା ଲୋକଙ୍କୁ ହଇରାଣ କରିବା ପାଇଁ ଏହା ସୁଚିନ୍ତିତ ଯୋଜନା। ହେଲେ ଲୋକେ ଏହାକୁ ବରଦାସ୍ତ କରିବେ ନାହିଁ। ରାଜ୍ୟରେ ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ରାହୁଲ ଆସିଲେ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି ହେବ। ହେଲେ ଏହାକୁ ଭଣ୍ଡୁର କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ବିଜେଡି ନେତ୍ରୀ ତଥା ବିରୋଧୀଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ଡ୍ରାଇଭର ସଂଘର ଦାବି ଯୁକ୍ତିଯୁକ୍ତ ବୋଲି କହୁଥିଲେ। ସଂଘର ଦାବି ପୂରଣ କରିବାକୁ ସରକାରଙ୍କଠାରେ ଦାବି ରଖିଥିଲେ। ସଂଘର ଦାବି ଯୁକ୍ତିଯୁକ୍ତ, ତେଣୁ ସରକାର ତୁରନ୍ତ ପୂରଣ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ସରକାରଙ୍କୁ ବଦ୍‌ନାମ କରିବାକୁ ଚାହୁଁଛନ୍ତି ବିରୋଧୀ। କଂଗ୍ରେସ ଏବେ ଯାଏ ଡ୍ରାଇଭର ମହାସଂଘକୁ ଆନ୍ଦୋଳନରୁ ଓହରିବାକୁ ଥରେ ହେଲେ କହିନାହିଁ। ବିରୋଧୀମାନେ ହିଁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପଛରେ ଅଛନ୍ତି ବୋଲି ସେ କହିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଡ୍ରାଇଭର ସଂଘର ଦାବିକୁ ସରକାର ବିଚାର କରୁଛନ୍ତି। ସେମାନଙ୍କର ଦାବି ଖୁବ୍‌ଶୀଘ୍ର ପୂରଣ ହେବ। ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଆଦୌ ସଙ୍କଟ ନାହିଁ। ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଥିବାବେଳେ କଟକକୁ ୭୬ ଟ୍ୟାଙ୍କର ଆସିଛି। ସବୁ ସହରକୁ ତେଲ ପଠାଯାଇଛି। ତେଲର କଳାବଜାରକୁ ରୋକିବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି କଳାବଜାର ହେବା ନଜରକୁ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri