ଆନ୍ଦୋଳନରେ ଡ୍ରାଇଭର, ଲୁହାପଥର ପରିବହନ ବାଧାପ୍ରାପ୍ତ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିୟରିଂ ଛାଡ଼ି ହଜାର ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ବିଶେଷକରି ବ୍ୟବସାୟିକ ଟ୍ରକ, ଟିପ୍ପର, ବସ୍‌, ଟ୍ୟାକ୍ସି ଆଦି ଚଳାଚଳ ଗୁରୁବାର ଦ୍ୱିତୀୟ ଦିନ ପାଇଁ ବନ୍ଦ ରହିଥିବାରୁ ଯାତାୟାତ ବ୍ୟାହତ ହୋଇଛି। ବିଶେଷକରି ଯାତ୍ରୀମାନେ ଯିବା ଆସିବା କରିପାରୁ ନ ଥିବା ବେଳେ ମାଲ୍‌ ପରିବହନ ବନ୍ଦ ରହିଛି। ଫଳରେ ପନିପରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ପେଟ୍ରୋଲ/ଡିଜେଲ ଆଦି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏଭଳି ଆନ୍ଦୋଳନ ଜାରି ରହିଲେ ଦିନେ/ଦୁଇ ଦିନ ମଧ୍ୟରେ ଅଭାବ ଦେଖାଦେବ ଏବଂ ଖାଉଟି ଓ ଲୋକମାନେ ସଙ୍କଟର ସମ୍ମୁଖୀନ ହେବେ। ଖାଦ୍ୟର ଦର୍‌ଦାମ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ବେପାରୀମାନେ ଅଧିକ ଲାଭ ଆଶାରେ ସାମଗ୍ରୀ ସାଇତି ରଖିବା ଆରମ୍ଭ କଲେଣି। ଏଣୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ସେହିପରି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଏହାର ପ୍ରଭାବ ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଟ୍ରକ୍‌/ଟିପ୍ପର ବନ୍ଦ ରହିଥିବାରୁ ସାଇଡିଂ ତଥା ଜିଲା ଓ ଜିଲା ବାହାରେ ଥିବା ବିଭିନ୍ନ କାରଖାନାକୁ ଲୁହାପଥର ପରିବହନ ବାଧାପ୍ରାପ୍ତ ହୋଇଛି। ଯୋଡ଼ା ଓ କେନ୍ଦୁଝର ଖଣି ମଣ୍ଡଳରେ ଥିବା ଖଣିରୁ ଲୁହାପଥର ବନ୍ଦ ରହିଛି। କେବଳ ରେଳପଥରେ ଲୁହାପଥର ପରିବହନ ଜାରି ରହିଥିବା ବେଳେ ରାସ୍ତା ପଥରେ ପରିବହନ ବନ୍ଦ ରହିଥିବା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ଦିନେଶ ଅଗ୍ରଓାଲ ସୂଚନା ଦେଇଛନ୍ତି। ବୁଧବାର ମାତ୍ର ୧ ଲକ୍ଷ ୧୦ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ପରିବହନ ହୋଇ ପାରିଥିବା ସୂଚନା ମିଳିଛି।

ଯୋଡ଼ା ଅଞ୍ଚଳରେ ଥିବା ସେଲ୍‌ ଟାଟା ତଥା ଓଏମ୍‌ସିର ତିନୋଟି ଖଣିକୁ ରେଳପଥ ଯାଇଥିବାରୁ ସେଠାରୁ ସିଧାସଳଖ ଲୁହାପଥର ରେଳ ଯୋଗେ ପରିବହନ ହେଉଛି। ପ୍ରକାଶ ଯେ, ଦୈନିକ ହାରାହାରି ୨ ଲକ୍ଷ ୨୦ ମେଟ୍ରିକ ଟନ୍‌ରୁ ଅଧିକ ଲୁହାପଥର ଯୋଡ଼ା ଖଣି ମଣ୍ଡଳରୁ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରକୁ ପରିବହନ ହୋଇଥାଏ। ସେ ବାବଦକୁ ଦୈନିକ ୫୦ କୋଟି ଟଙ୍କା ରାଜସ୍ବ ସରକାର ପାଇଥାନ୍ତି। ଏଭଳି ବନ୍ଦ ଯୋଗୁ ଦୁଇ ଦିନରେ ବହୁ କୋଟି ଟଙ୍କା କ୍ଷତି ହୋଇସାରିଥିବା ବେଳେ ଲୁହାପଥର ପରିବହନ ବନ୍ଦ ଯୋଗୁ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ କଞ୍ଚାମାଲ ପାଇପାରୁ ନ ଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଶିଳ୍ପ ବିଶେଷଜ୍ଞ ସରୋଜ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri