ଆନ୍ଦୋଳନରେ ଡ୍ରାଇଭର, ଲୁହାପଥର ପରିବହନ ବାଧାପ୍ରାପ୍ତ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିୟରିଂ ଛାଡ଼ି ହଜାର ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ବିଶେଷକରି ବ୍ୟବସାୟିକ ଟ୍ରକ, ଟିପ୍ପର, ବସ୍‌, ଟ୍ୟାକ୍ସି ଆଦି ଚଳାଚଳ ଗୁରୁବାର ଦ୍ୱିତୀୟ ଦିନ ପାଇଁ ବନ୍ଦ ରହିଥିବାରୁ ଯାତାୟାତ ବ୍ୟାହତ ହୋଇଛି। ବିଶେଷକରି ଯାତ୍ରୀମାନେ ଯିବା ଆସିବା କରିପାରୁ ନ ଥିବା ବେଳେ ମାଲ୍‌ ପରିବହନ ବନ୍ଦ ରହିଛି। ଫଳରେ ପନିପରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ପେଟ୍ରୋଲ/ଡିଜେଲ ଆଦି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏଭଳି ଆନ୍ଦୋଳନ ଜାରି ରହିଲେ ଦିନେ/ଦୁଇ ଦିନ ମଧ୍ୟରେ ଅଭାବ ଦେଖାଦେବ ଏବଂ ଖାଉଟି ଓ ଲୋକମାନେ ସଙ୍କଟର ସମ୍ମୁଖୀନ ହେବେ। ଖାଦ୍ୟର ଦର୍‌ଦାମ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ବେପାରୀମାନେ ଅଧିକ ଲାଭ ଆଶାରେ ସାମଗ୍ରୀ ସାଇତି ରଖିବା ଆରମ୍ଭ କଲେଣି। ଏଣୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ସେହିପରି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଏହାର ପ୍ରଭାବ ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଟ୍ରକ୍‌/ଟିପ୍ପର ବନ୍ଦ ରହିଥିବାରୁ ସାଇଡିଂ ତଥା ଜିଲା ଓ ଜିଲା ବାହାରେ ଥିବା ବିଭିନ୍ନ କାରଖାନାକୁ ଲୁହାପଥର ପରିବହନ ବାଧାପ୍ରାପ୍ତ ହୋଇଛି। ଯୋଡ଼ା ଓ କେନ୍ଦୁଝର ଖଣି ମଣ୍ଡଳରେ ଥିବା ଖଣିରୁ ଲୁହାପଥର ବନ୍ଦ ରହିଛି। କେବଳ ରେଳପଥରେ ଲୁହାପଥର ପରିବହନ ଜାରି ରହିଥିବା ବେଳେ ରାସ୍ତା ପଥରେ ପରିବହନ ବନ୍ଦ ରହିଥିବା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ଦିନେଶ ଅଗ୍ରଓାଲ ସୂଚନା ଦେଇଛନ୍ତି। ବୁଧବାର ମାତ୍ର ୧ ଲକ୍ଷ ୧୦ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ପରିବହନ ହୋଇ ପାରିଥିବା ସୂଚନା ମିଳିଛି।

ଯୋଡ଼ା ଅଞ୍ଚଳରେ ଥିବା ସେଲ୍‌ ଟାଟା ତଥା ଓଏମ୍‌ସିର ତିନୋଟି ଖଣିକୁ ରେଳପଥ ଯାଇଥିବାରୁ ସେଠାରୁ ସିଧାସଳଖ ଲୁହାପଥର ରେଳ ଯୋଗେ ପରିବହନ ହେଉଛି। ପ୍ରକାଶ ଯେ, ଦୈନିକ ହାରାହାରି ୨ ଲକ୍ଷ ୨୦ ମେଟ୍ରିକ ଟନ୍‌ରୁ ଅଧିକ ଲୁହାପଥର ଯୋଡ଼ା ଖଣି ମଣ୍ଡଳରୁ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରକୁ ପରିବହନ ହୋଇଥାଏ। ସେ ବାବଦକୁ ଦୈନିକ ୫୦ କୋଟି ଟଙ୍କା ରାଜସ୍ବ ସରକାର ପାଇଥାନ୍ତି। ଏଭଳି ବନ୍ଦ ଯୋଗୁ ଦୁଇ ଦିନରେ ବହୁ କୋଟି ଟଙ୍କା କ୍ଷତି ହୋଇସାରିଥିବା ବେଳେ ଲୁହାପଥର ପରିବହନ ବନ୍ଦ ଯୋଗୁ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ କଞ୍ଚାମାଲ ପାଇପାରୁ ନ ଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଶିଳ୍ପ ବିଶେଷଜ୍ଞ ସରୋଜ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri