ଆଜିଠାରୁ ଆଡଭାନ୍ସ ବୁକିଂ; ଦୁଇ ଦିନ ଲାଗି ବମ୍ପର ଅଫର୍‌ ଦେଉଛନ୍ତି ନିର୍ମାତା

ବମ୍ବେ: ପୁଣିଥରେ ଦର୍ଶକଙ୍କୁ ଏଣ୍ଟରଟେନ୍‌ କରିବାକୁ ପ୍ରସ୍ତୁତ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’। ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବା ଯୋଗୁ ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ଦର୍ଶକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଖାସ୍‌ ଅଫର୍‌ ଦେଇଛନ୍ତି। ଦୃଶ୍ୟମ-୨ର ଆଡଭାନ୍ସ ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଏମିତିରେ ରିଲିଜ ପୂର୍ବରୁ ୨୪ ଏବଂ ୨୫ ଅକ୍ଟୋବର ଦିନ ଟିକେଟ ବୁକିଂରେ ୨୫% ରିହାତି ନେଇ ଘୋଷଣା କରିଛନ୍ତି।

Share