Posted inଜାତୀୟ

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ ୫.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଏଠାରେ ପିଇବା ପାଣି ବରଫରେ ପରିଣତ ହେବାରେ ଲାଗିଛି। ଜଳ ଯୋଗାଣ ପାଇପ୍‌ରେ ପାଣି ବରଫ ପାଲଟି ଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ଦିନରେ ଅଧିକ ଅଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବାର ସମ୍ଭାବନା ରହିଛି। ପାରିବ।

ରାଜଧାନୀ ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତର ବହୁ ଅଞ୍ଚଳରେ ଶୀତ ଲହର ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାଗପୁରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଠାରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ ରହିଛି। ଉତ୍ତରକାଶୀର ପାହାଡ଼ିଆ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ଥିବା ହର୍ଷିଲ, ଝାଲା ସୁଖୀ ଟପ, ମୁଖୱା ଧରାଲି ଆଦି ଅଞ୍ଚଳରେ ସକାଳ ଓ ସାର ତାପମାତ୍ରା ମାଇନସ ଡିଗ୍ରୀ ତଳେ ପହଞ୍ଚିଛି। ରାଜସ୍ଥାନରେ ମନାଲି ପରି ପାଣିପାଗ ସୃଷ୍ଟି ହୋଇଛି।

ଏଠାରେ ଗଛ ଉପରେ ତୁଷାରପାତ ହେଉଛି। କ୍ଷେତରେ ଥିବା ଫସଲ ଉପରେ ବରଫର ଏକ ଆବରଣ ଦେଖିବାକୁ ମିଳୁଛି। ସିକରର ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛ।

ଏହାପୂର୍ବରୁ ୭ ବର୍ଷ ତଳେ ଶୀତଦିନରେ ୩୦ ଡିସେମ୍ବର ୨୦୧୪ରେ ଏଭଳି ତାପ ରେକର୍ଡ କରାଯାଇଥିଲା। ଯେତେବେଳେ ତାପମାତ୍ରା ମାଇନସ ୪.୬ ରେକର୍ଡ କରାଯାଇଥିଲା। କିନ୍ତୁ ଏଥର ତାପମାତ୍ରା ଆହୁରି କମିଛି। ଡିସେମ୍ବର ୧୭ରେ ତାପମାତ୍ରା ମାଇନସ ୧.୬ ଥିଲା। ସେହିପରି ଡିସେମ୍ବର ୧୮ରେ ମାଇନସ ୩.୮ ଥିବାବେଳେ ଡିସେମ୍ବର ୨୧ ସକାଳ ୭ଟା ୩୦ରେ ଏହା ମାଇନସ ୫.୨ ଛୁଇଁଛି।

ପ୍ରବଳ ଥଣ୍ଡା ଯୋଗୁ କୃଷକମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ ଫସଲ ପାଇଁ ଜଳସେଚନ କରି ପାରୁନାହାନ୍ତି। ଜଳ ଯୋଗାଣ ପାଇପଲାଇନରେ ପାଣି ମଧ୍ୟ ବରଫ ହୋଇଯାଇଛି। ଲଦାଖରେ ନଦୀର ଉପରସ୍ତର ଫ୍ରିଜ ହୋଇ ବରଫ ପାଲଟିଛି। ସବୁଠାରୁ ବଡ ସମସ୍ୟା କରିଛି ପାନୀୟ ଜଳ। ଏହା ବରଫ ପାଲଟି ଯିବାରୁ ଲୋକେ ଅସୁବିଧାରେ ପଡୁଛନ୍ତି।

ରନ୍ଧାରନ୍ଧି ପାଇଁ ତେଲକୁ ଗରମ କରିବା ଲାଗି ଅଧିକ ସମୟ ଲାଗୁଛି। ଜମ୍ମୁରେ ଶୀତ ଗତ ୨୩ ବର୍ଷର ରେକର୍ଡ ଭାଙ୍ଗିଛି। ସକାଳେ ଘନ କୁହୁଡ଼ି ଏବଂ ଥଣ୍ଡା ଯୋଗୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏଥିସହିତ ରେଳ ଏବଂ ସଡକ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ମଧ୍ୟପ୍ରଦେଶର ହୋଶଙ୍ଗାବାଦର ତାପମାତ୍ରା ୦.୫ ଡିଗ୍ରୀ ଛୁଇଁଛି। ପାଣିପାଗ ବିଜ୍ଞାନୀମାନେ ଆଗାମୀ ଦିନରେ ଅଧିକ ଥଣ୍ଡା ବିଷୟରେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri