ସରୁନି ପ୍ରକଳ୍ପ: ପାଣି ପାଇଁ ହାହାକାର

ବନ୍ତ, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା ଯୋଗୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ୫ ବର୍ଷ ପୂର୍ବେ ନିଳୋକ ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହାର ଜଳ ଧାରଣ କ୍ଷମତା ୫୦ ହଜାର ଲିଟର। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମର ପ୍ରାୟ ୧ ହଜାର ଲୋକ ଉପକୃତ ହୋଇଥାନ୍ତେ। ମାତ୍ର ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି। ସେହିପରି ପରବର୍ତ୍ତୀ ଅବସ୍ଥାରେ ଭଣ୍ଡାରଗଢିଆ ଠାରେ ଆଉ ଏକ ନୂଆ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାହା ମଧ୍ୟ ଏବେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି ା ଶେଣ୍ଢତୀରା ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କୁ ପଚାରିବାରୁ ନିଳୋକରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ବେଳେ ଶେଣ୍ଢତୀରାରେ କାର୍ଯ୍ୟ ସରି ଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri