Categories: କୋରାପୁଟ

ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ

କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ସମସ୍ତ ଯୋଜନାରୁ ସୁଫଳ ଲୋକେ ପାଉନାହାନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ସଦର ମହକୁମା ରେଲିକୁମ୍ଭା ଗ୍ରାମରେ। ଏହି ଗ୍ରାମରେ ୩୦୦ ପରିବାର ବସବାସ କରୁଛନ୍ତି। ସେହି ପରିବାରଙ୍କ ପାଇଁ ୪ଟି ନଳକୂପ ରହିଛି। ସେଥିରୁ ୨ଟି ନଳକୂପ ଠିକ୍‌ ରୂପେ କାର୍ଯ୍ୟ କରୁନାହିଁ। ଗ୍ରାମ ଆରମ୍ଭରେ ପାନୀୟ ଜଳ ପ୍ରକଳ୍ପ କରାଯାଇଛି। ହେଲେ ତଳସାହିକୁ ପାଣି ଆସୁଥିବା ବେଳେ ଉପରସାହିକୁ ଆସୁନାହିଁ। ପାନୀୟ ଜଳ ଯୋଗାଣ ପାଇଁ ଖାଲି ଟ୍ୟାପ୍‌ ବସାଇ ବିଭାଗ ନୀରବ ରହିଛି। ତୁରନ୍ତ ଗ୍ରାମବାସୀଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ଦାବି ହେଉଛି।