ପାନୀୟ ଜଳ ଓ ଦୀର୍ଘାୟୁ ଜୀବନ

ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ବୃକ୍ଷଲତା ଓ ସମସ୍ତ ପ୍ରାଣୀଜଗତ ଜଳ ବିନା ବଞ୍ଚତ୍ରହିବା ଅସମ୍ଭବ। ଜଳ ହିଁ ଜୀବନ। ବୃକ୍ଷଲତା ଆଦି ପାଇଁ ଜଳର ପ୍ରକାରଭେଦ ଅଧିକ ଜରୁରୀ ନ ଥିବା ବେଳେ, ମନୁଷ୍ୟ ପାଇଁ ପାନୀୟ ଜଳ ନିମନ୍ତେ ସ୍ବଚ୍ଛ ଓ ପରିଷ୍କାର ତଥା ଜୀବାଣୁ ଭୂତାଣୁବିହୀନ ଜଳ ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଆମେ ସୁସ୍ଥ, ନିରୋଗ ତଥା ଦୀର୍ଘାୟୁ ହୋଇପାରିବା। ସାଧାରଣତଃ ବର୍ଷା ଋତୁରେ ସ୍ବଚ୍ଛ ପରିଷ୍କାର ପାନୀୟ ଜଳ ନିମନ୍ତେ ଅଧିକ ସତର୍କ ରହିବା ଆବଶ୍ୟକ। ବିଶେଷଭାବରେ ନଦୀ, ନାଳ, କୂପ, ଜଳାଶୟ ଆଦିର ଜଳ ଦୂଷିତ ହୋଇଥାଏ। ତେଣୁ ଜଳକୁ ଭଲଭାବେ ଫୁଟାଇ ଛାଣି ପାନୀୟଜଳ ଭାବେ ବ୍ୟବହାର କରିବା ଜରୁରୀ। ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ବନ୍ୟା ବାତ୍ୟା ଆଦିର ପୂର୍ବ ସୂଚନା ବିଭିନ୍ନ ପତ୍ରପତ୍ରିକା ବୈଦ୍ୟୁତିକ ଗଣମାଧ୍ୟମରୁ ମିଳିଯାଉଛି। ଯାହାଫଳରେ ୪ରୁ ୫ଦିନ ପର୍ଯ୍ୟନ୍ତ ପାନୀୟ ଜଳ ସୁରକ୍ଷିତ ଭାବେ ରଖି ବ୍ୟବହାର କରାଯାଇପାରୁଛି। ବନ୍ୟା ବାତ୍ୟାର ପରବର୍ତ୍ତୀ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୟରେ ସବୁ ଜଳାଶୟର ଜଳ ଦୂଷିତ ହୋଇଥାଏ। ତେଣୁ ଆମେ ଅତି କମ୍‌ରେ ୪ରୁ ୫ ଦିନ ପାଇଁ ପରିଷ୍କାର ଜଳ ସୁରକ୍ଷିତ ରଖି ଏହାକୁ ପାନୀୟ ଭାବେ ବ୍ୟବହାର କରିପାରିବା, ଯାହାଦ୍ୱାରା ଡାଇରିଆ,
ଟାଇଫଏଡ୍‌ ଆଦି ବିଭିନ୍ନ ସଂକ୍ରମଣଜନିତ ରୋଗ ତଥା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଆମେ ନିଜକୁ ରକ୍ଷା କରିପାରିବା। ଆଗ କାଳରେ ଆମର ପୂର୍ବ ପିଢ଼ିର ବୟସ୍କ ବ୍ୟକ୍ତିମାନେ ସକାଳୁ ଉଠି ବାସିପାଣି ପିଉଥିଲେ। କାରଣ ଏହି ପାଣି ସ୍ବାସ୍ଥ୍ୟ ପାଇଁ ଭଲ। ତମ୍ବାପାତ୍ର, ମାଟିପାତ୍ରରେ ପାଣି ରଖି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ।
କୌଣସି କାରଣରୁ ଘରକୁ ଏକାଧିକ ଦିନ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଗଲେ ଆମେ ଅସୁବିଧାରେ ପଡ଼ିଥାଉ। ଜରୁରିକାଳୀନ ପରିସ୍ଥିତିରେ ପାନୀୟ ଜଳର ଆବଶ୍ୟକ ପଡ଼ିଲେ ଘରେ ସଞ୍ଚତ୍ତ ପାଣିକୁ ବ୍ୟବହାର କରିଥାଉ। ଉକ୍ତ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ପରିମାଣରେ ଭଲ କି ଖରାପ ତାହା ଜାଣିବାର ଆବଶ୍ୟକତା ରହିଛି। ଜଳକୁ କାଚ ଗ୍ଲାସ କିମ୍ବା କୌଣସି ପାତ୍ରରେ ରାତିତମାମ ରଖିବା ଦ୍ୱାରା ତାହା ବାୟୁରେ ଥିବା କାର୍ବନ ଡାଇଅକ୍ସାଇଡ ସଂସ୍ପର୍ଶରେ ଆସିଥାଏ। ପାଣି ସହ ଏହା ମିଶିବା ଦ୍ୱାରା ପାନୀୟ ଜଳର ସ୍ବାଦ କିଛି ମାତ୍ରାରେ ଖରାପ ଲାଗିଥାଏ, ତଥାପି ଉକ୍ତ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ସୁରକ୍ଷିତ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନଳକୂପ ଜଳର ‘ସେଲ୍‌ଫ ଲାଇଫ’ ୬ମାସ ପର୍ଯ୍ୟନ୍ତ ରହିଥାଏ। ଛଅ ପରେ ଉକ୍ତ ଜଳରେ କ୍ଲୋରିନର ମାତ୍ରା କ୍ରମଶଃ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥାଏ ଯଦ୍ଦ୍ବାରା ଉକ୍ତ ଜଳରେ ଜୀବାଣୁ ବୃଦ୍ଧିପାଇବା ଆରମ୍ଭ ହୋଇଥାଏ। ଉକ୍ତ ଜଳ ଗରମ ପରିବେଶରେ ରହିଲେ ଜୀବାଣୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଥାଏ। ପ୍ଲାଷ୍ଟିକର ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। କିନ୍ତୁ ଆଜିକାଲି ପ୍ଲାଷ୍ଟିକ ବୋତଲରେ ପାନୀୟ ଜଳ ଓ ଥଣ୍ଡା ପାନୀୟର ବହୁଳ ବ୍ୟବହାର ହେଉଛି। ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ(ଏଫ୍‌ଡିଏ) ବୋତଲ ପାଣିରେ ସେଲ୍‌ଫ ଲାଇଫ ଲେବଲ ଲଗାଇବା ଆବଶ୍ୟକ।
ବୋତଲରେ ପାଣି ସଂରକ୍ଷଣ କରାଯିବାବେଳେ ସିଧାସଳଖ ସୂର୍ଯ୍ୟକିରଣ ଏବଂ କୌଣସି ରାସାୟନିକ ପଦାର୍ଥଠାରୁ ଦୂରେଇ ରଖିବା ଉଚିତ। ସୂର୍ଯ୍ୟକିରଣ ପାଣିରେ ଥିବା ଜୀବାଣୁକୁ ବୃଦ୍ଧି ଘଟାଇବାରେ ସହାୟକ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଜଳ ହେଉ କିମ୍ବା ପାନୀୟ ଜଳ ବୋତଲରେ ସଂରକ୍ଷିତ ବେଳେ ଏସବୁ ପ୍ରତି ଠିକ୍‌ ଧ୍ୟାନଦେବାର ଆବଶ୍ୟକତା ରହିଛି। କାରଣ ଉତ୍ତମ ପାନୀୟ ଜଳ ହିଁ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ତା’ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ଏବଂ ଆମକୁ ଦୀର୍ଘାୟୁ ରଖିବାରେ ସହାୟକ ହୋଇଥାଏ।
ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବିଭିନ୍ନ ଧାତୁ ପାତ୍ରରେ ପାନୀୟ ଜଳ ରଖି ପିଇବା ସ୍ବାସ୍ଥ୍ୟପ୍ରଦ ବୋଲି ଉଲ୍ଲେଖ ରହିଛି। ତମ୍ବାପାତ୍ରରେ ପାଣି ରଖି ପିଇବା ଦ୍ୱାରା କୋଲାଜେନ ନାମକ ଏକ ପଦାର୍ଥର ମାତ୍ରା ଆମ ଶରୀରରେ ବୃଦ୍ଧି ପାଇବା ଦ୍ୱାରା ଆମ ଶରୀରର ବାହ୍ୟ ଚର୍ମ କୁଞ୍ଚନ ହ୍ରାସ ପାଇବା ସହ ଚର୍ମ ପରିଷ୍କାର ରହିଥାଏ। ତେଣୁ ଅନ୍ୟ ପାତ୍ର ଅପେକ୍ଷା ତମ୍ବାପାତ୍ରରେ ପାଣି ପିଇବା ଉଚିତ। ବେଳେବେଳେ ଆମର ଦୈନଦିନ ଖାଦ୍ୟରେ କିଛି ଗୁରୁପାକ ଖାଦ୍ୟ ଖାଇବା ହେତୁ ବଦହଜମୀ ସମସ୍ୟା ସୃଷ୍ଟି ହୋଇଥାଏ। ତମ୍ବା ପାତ୍ରରେ ପାଣି ପିଇଲେ ଏପରି ସମସ୍ୟା ଦୂର ହୋଇଥାଏ। ସେହି ପାଣି ଆମ ଶରୀରର ଓଜନ ହ୍ରାସ କରିବା, ପେଟରେ ଅଲ୍‌ସର ହେବା ଆଶଙ୍କା ଦୂର କରିବା ସହ ଥଣ୍ଡାଜନିତ ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ଖାଲିପେଟରେ ଏହାକୁ ପିଇବା ଦ୍ୱାରା ଶରୀରକୁ ଅଧିକ ପୋଷଣ ମିଳିଥାଏ। ତା’ ସହିତ ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ୟା କେତେକାଂଶରେ ଦୂର ହୋଇଥାଏ। ତମ୍ବାରେ ‘ଆଣ୍ଟିମୟିକ୍ରବାୟଲ’ ଗୁଣ ରହିଥିବାରୁ ଏହା କ୍ଷତିକାରକ ଜୀବାଣୁ ଏବଂ ଭାଇରସ୍‌କୁ ସମୂଳେ ନଷ୍ଟ କରିବା ସହ ଜଳକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ। ତମ୍ବାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍‌ ଉପକାରୀ। ବେଳେବେଳେ ନିମ୍ନମାନର ତମ୍ବାପାତ୍ର ଏବଂ ବିଭିନ୍ନ ମିଶ୍ରିତ ଧାତୁରେ ନିର୍ମିତ ତମ୍ବାପାତ୍ରରେ ପାଣିରଖି ପିଇବା ଦ୍ୱାରା ଏହା ଶରୀର ପାଇଁ ଖରାପ ପ୍ରଭାବ ପକାଇବାର ଅଧିକ ସମ୍ଭାବନା ରହିଥାଏ। କେବଳ ସେତିକି ନୁହେଁ, ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ଝାଡ଼ା ବାନ୍ତି ଆଦି ହେବାର ଆଶଙ୍କା ରହିଥାଏ। ପାନୀୟ ଜଳ ବ୍ୟବହାର ନିମନ୍ତେ ତମ୍ବାପାତ୍ର ଉଚ୍ଚ ମାନର ହେବା ଆବଶ୍ୟକ। ବ୍ୟବହାର ହେଉଥିବା ତମ୍ବାପାତ୍ରକୁ ନିୟମିତ ସଫା କରିବା ଉଚିତ, ଯଦ୍ଦ୍ବାରା ଜୀବାଣୁ ବୃଦ୍ଧି ହ୍ରାସ ଘଟିଥାଏ। ତମ୍ବାପାତ୍ରରେ କୌଣସି ଫଳରସ, ଅମ୍ଳଯୁକ୍ତ ପାନୀୟ ରଖି ସେବନ କରିବା ଅନୁଚିତ। ତମ୍ବା ଏକ ଉଚ୍ଚ ତାପଜ ଧାତୁ ହୋଇଥିବାରୁ ଏଥିରେ ଗରମ ପାଣି ରଖି ପିଇବା ଅନୁଚିତ। କେବଳ ପରିଷ୍କାର ତଥା ସାଧାରଣ ଜଳ ତମ୍ବାପାତ୍ରରେ ରଖି ପିଇବା ଦ୍ୱାରା ଏହା ସ୍ବାସ୍ଥ୍ୟୋପକାରୀ ହେବା ସହ ଦୀର୍ଘାୟୁ ଜୀବନରେ ସହାୟକ ହୋଇଥାଏ।
ମାଟିପାତ୍ରରେ ଜଳ ସେବନ ସ୍ବାସ୍ଥ୍ୟ ପାଇଁ ହିତକର। ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ରରେ ପାଣି ରଖି ପିଇବା ସ୍ବାସ୍ଥ୍ୟପ୍ରଦ। ମାଟି ପାତ୍ରରେ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ରହିଥାଏ। ସାମ୍ପ୍ରତିକ ପରିସ୍ଥିତିରେ ବାୟୁମଣ୍ଡଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧିପାଉଛି। ଏଭଳି ସ୍ଥିତିରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର, ମାଟିହାଣ୍ଡିରେ ପାଣି ରଖି ଦୈନନ୍ଦିନ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦୀର୍ଘାୟୁ ହେବାରେ ସହାୟକ ହୋଇଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri