ପାନୀୟ ଜଳ ଓ ଦୀର୍ଘାୟୁ ଜୀବନ

ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ବୃକ୍ଷଲତା ଓ ସମସ୍ତ ପ୍ରାଣୀଜଗତ ଜଳ ବିନା ବଞ୍ଚତ୍ରହିବା ଅସମ୍ଭବ। ଜଳ ହିଁ ଜୀବନ। ବୃକ୍ଷଲତା ଆଦି ପାଇଁ ଜଳର ପ୍ରକାରଭେଦ ଅଧିକ ଜରୁରୀ ନ ଥିବା ବେଳେ, ମନୁଷ୍ୟ ପାଇଁ ପାନୀୟ ଜଳ ନିମନ୍ତେ ସ୍ବଚ୍ଛ ଓ ପରିଷ୍କାର ତଥା ଜୀବାଣୁ ଭୂତାଣୁବିହୀନ ଜଳ ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଆମେ ସୁସ୍ଥ, ନିରୋଗ ତଥା ଦୀର୍ଘାୟୁ ହୋଇପାରିବା। ସାଧାରଣତଃ ବର୍ଷା ଋତୁରେ ସ୍ବଚ୍ଛ ପରିଷ୍କାର ପାନୀୟ ଜଳ ନିମନ୍ତେ ଅଧିକ ସତର୍କ ରହିବା ଆବଶ୍ୟକ। ବିଶେଷଭାବରେ ନଦୀ, ନାଳ, କୂପ, ଜଳାଶୟ ଆଦିର ଜଳ ଦୂଷିତ ହୋଇଥାଏ। ତେଣୁ ଜଳକୁ ଭଲଭାବେ ଫୁଟାଇ ଛାଣି ପାନୀୟଜଳ ଭାବେ ବ୍ୟବହାର କରିବା ଜରୁରୀ। ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ବନ୍ୟା ବାତ୍ୟା ଆଦିର ପୂର୍ବ ସୂଚନା ବିଭିନ୍ନ ପତ୍ରପତ୍ରିକା ବୈଦ୍ୟୁତିକ ଗଣମାଧ୍ୟମରୁ ମିଳିଯାଉଛି। ଯାହାଫଳରେ ୪ରୁ ୫ଦିନ ପର୍ଯ୍ୟନ୍ତ ପାନୀୟ ଜଳ ସୁରକ୍ଷିତ ଭାବେ ରଖି ବ୍ୟବହାର କରାଯାଇପାରୁଛି। ବନ୍ୟା ବାତ୍ୟାର ପରବର୍ତ୍ତୀ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୟରେ ସବୁ ଜଳାଶୟର ଜଳ ଦୂଷିତ ହୋଇଥାଏ। ତେଣୁ ଆମେ ଅତି କମ୍‌ରେ ୪ରୁ ୫ ଦିନ ପାଇଁ ପରିଷ୍କାର ଜଳ ସୁରକ୍ଷିତ ରଖି ଏହାକୁ ପାନୀୟ ଭାବେ ବ୍ୟବହାର କରିପାରିବା, ଯାହାଦ୍ୱାରା ଡାଇରିଆ,
ଟାଇଫଏଡ୍‌ ଆଦି ବିଭିନ୍ନ ସଂକ୍ରମଣଜନିତ ରୋଗ ତଥା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଆମେ ନିଜକୁ ରକ୍ଷା କରିପାରିବା। ଆଗ କାଳରେ ଆମର ପୂର୍ବ ପିଢ଼ିର ବୟସ୍କ ବ୍ୟକ୍ତିମାନେ ସକାଳୁ ଉଠି ବାସିପାଣି ପିଉଥିଲେ। କାରଣ ଏହି ପାଣି ସ୍ବାସ୍ଥ୍ୟ ପାଇଁ ଭଲ। ତମ୍ବାପାତ୍ର, ମାଟିପାତ୍ରରେ ପାଣି ରଖି ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ।
କୌଣସି କାରଣରୁ ଘରକୁ ଏକାଧିକ ଦିନ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଗଲେ ଆମେ ଅସୁବିଧାରେ ପଡ଼ିଥାଉ। ଜରୁରିକାଳୀନ ପରିସ୍ଥିତିରେ ପାନୀୟ ଜଳର ଆବଶ୍ୟକ ପଡ଼ିଲେ ଘରେ ସଞ୍ଚତ୍ତ ପାଣିକୁ ବ୍ୟବହାର କରିଥାଉ। ଉକ୍ତ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ପରିମାଣରେ ଭଲ କି ଖରାପ ତାହା ଜାଣିବାର ଆବଶ୍ୟକତା ରହିଛି। ଜଳକୁ କାଚ ଗ୍ଲାସ କିମ୍ବା କୌଣସି ପାତ୍ରରେ ରାତିତମାମ ରଖିବା ଦ୍ୱାରା ତାହା ବାୟୁରେ ଥିବା କାର୍ବନ ଡାଇଅକ୍ସାଇଡ ସଂସ୍ପର୍ଶରେ ଆସିଥାଏ। ପାଣି ସହ ଏହା ମିଶିବା ଦ୍ୱାରା ପାନୀୟ ଜଳର ସ୍ବାଦ କିଛି ମାତ୍ରାରେ ଖରାପ ଲାଗିଥାଏ, ତଥାପି ଉକ୍ତ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ସୁରକ୍ଷିତ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନଳକୂପ ଜଳର ‘ସେଲ୍‌ଫ ଲାଇଫ’ ୬ମାସ ପର୍ଯ୍ୟନ୍ତ ରହିଥାଏ। ଛଅ ପରେ ଉକ୍ତ ଜଳରେ କ୍ଲୋରିନର ମାତ୍ରା କ୍ରମଶଃ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥାଏ ଯଦ୍ଦ୍ବାରା ଉକ୍ତ ଜଳରେ ଜୀବାଣୁ ବୃଦ୍ଧିପାଇବା ଆରମ୍ଭ ହୋଇଥାଏ। ଉକ୍ତ ଜଳ ଗରମ ପରିବେଶରେ ରହିଲେ ଜୀବାଣୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଥାଏ। ପ୍ଲାଷ୍ଟିକର ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। କିନ୍ତୁ ଆଜିକାଲି ପ୍ଲାଷ୍ଟିକ ବୋତଲରେ ପାନୀୟ ଜଳ ଓ ଥଣ୍ଡା ପାନୀୟର ବହୁଳ ବ୍ୟବହାର ହେଉଛି। ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ(ଏଫ୍‌ଡିଏ) ବୋତଲ ପାଣିରେ ସେଲ୍‌ଫ ଲାଇଫ ଲେବଲ ଲଗାଇବା ଆବଶ୍ୟକ।
ବୋତଲରେ ପାଣି ସଂରକ୍ଷଣ କରାଯିବାବେଳେ ସିଧାସଳଖ ସୂର୍ଯ୍ୟକିରଣ ଏବଂ କୌଣସି ରାସାୟନିକ ପଦାର୍ଥଠାରୁ ଦୂରେଇ ରଖିବା ଉଚିତ। ସୂର୍ଯ୍ୟକିରଣ ପାଣିରେ ଥିବା ଜୀବାଣୁକୁ ବୃଦ୍ଧି ଘଟାଇବାରେ ସହାୟକ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଜଳ ହେଉ କିମ୍ବା ପାନୀୟ ଜଳ ବୋତଲରେ ସଂରକ୍ଷିତ ବେଳେ ଏସବୁ ପ୍ରତି ଠିକ୍‌ ଧ୍ୟାନଦେବାର ଆବଶ୍ୟକତା ରହିଛି। କାରଣ ଉତ୍ତମ ପାନୀୟ ଜଳ ହିଁ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ତା’ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ଏବଂ ଆମକୁ ଦୀର୍ଘାୟୁ ରଖିବାରେ ସହାୟକ ହୋଇଥାଏ।
ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବିଭିନ୍ନ ଧାତୁ ପାତ୍ରରେ ପାନୀୟ ଜଳ ରଖି ପିଇବା ସ୍ବାସ୍ଥ୍ୟପ୍ରଦ ବୋଲି ଉଲ୍ଲେଖ ରହିଛି। ତମ୍ବାପାତ୍ରରେ ପାଣି ରଖି ପିଇବା ଦ୍ୱାରା କୋଲାଜେନ ନାମକ ଏକ ପଦାର୍ଥର ମାତ୍ରା ଆମ ଶରୀରରେ ବୃଦ୍ଧି ପାଇବା ଦ୍ୱାରା ଆମ ଶରୀରର ବାହ୍ୟ ଚର୍ମ କୁଞ୍ଚନ ହ୍ରାସ ପାଇବା ସହ ଚର୍ମ ପରିଷ୍କାର ରହିଥାଏ। ତେଣୁ ଅନ୍ୟ ପାତ୍ର ଅପେକ୍ଷା ତମ୍ବାପାତ୍ରରେ ପାଣି ପିଇବା ଉଚିତ। ବେଳେବେଳେ ଆମର ଦୈନଦିନ ଖାଦ୍ୟରେ କିଛି ଗୁରୁପାକ ଖାଦ୍ୟ ଖାଇବା ହେତୁ ବଦହଜମୀ ସମସ୍ୟା ସୃଷ୍ଟି ହୋଇଥାଏ। ତମ୍ବା ପାତ୍ରରେ ପାଣି ପିଇଲେ ଏପରି ସମସ୍ୟା ଦୂର ହୋଇଥାଏ। ସେହି ପାଣି ଆମ ଶରୀରର ଓଜନ ହ୍ରାସ କରିବା, ପେଟରେ ଅଲ୍‌ସର ହେବା ଆଶଙ୍କା ଦୂର କରିବା ସହ ଥଣ୍ଡାଜନିତ ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ଖାଲିପେଟରେ ଏହାକୁ ପିଇବା ଦ୍ୱାରା ଶରୀରକୁ ଅଧିକ ପୋଷଣ ମିଳିଥାଏ। ତା’ ସହିତ ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ୟା କେତେକାଂଶରେ ଦୂର ହୋଇଥାଏ। ତମ୍ବାରେ ‘ଆଣ୍ଟିମୟିକ୍ରବାୟଲ’ ଗୁଣ ରହିଥିବାରୁ ଏହା କ୍ଷତିକାରକ ଜୀବାଣୁ ଏବଂ ଭାଇରସ୍‌କୁ ସମୂଳେ ନଷ୍ଟ କରିବା ସହ ଜଳକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ। ତମ୍ବାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍‌ ଉପକାରୀ। ବେଳେବେଳେ ନିମ୍ନମାନର ତମ୍ବାପାତ୍ର ଏବଂ ବିଭିନ୍ନ ମିଶ୍ରିତ ଧାତୁରେ ନିର୍ମିତ ତମ୍ବାପାତ୍ରରେ ପାଣିରଖି ପିଇବା ଦ୍ୱାରା ଏହା ଶରୀର ପାଇଁ ଖରାପ ପ୍ରଭାବ ପକାଇବାର ଅଧିକ ସମ୍ଭାବନା ରହିଥାଏ। କେବଳ ସେତିକି ନୁହେଁ, ଯକୃତ ଉପରେ ଖରାପ ପ୍ରଭାବ ପକାଇବା ସହ ଝାଡ଼ା ବାନ୍ତି ଆଦି ହେବାର ଆଶଙ୍କା ରହିଥାଏ। ପାନୀୟ ଜଳ ବ୍ୟବହାର ନିମନ୍ତେ ତମ୍ବାପାତ୍ର ଉଚ୍ଚ ମାନର ହେବା ଆବଶ୍ୟକ। ବ୍ୟବହାର ହେଉଥିବା ତମ୍ବାପାତ୍ରକୁ ନିୟମିତ ସଫା କରିବା ଉଚିତ, ଯଦ୍ଦ୍ବାରା ଜୀବାଣୁ ବୃଦ୍ଧି ହ୍ରାସ ଘଟିଥାଏ। ତମ୍ବାପାତ୍ରରେ କୌଣସି ଫଳରସ, ଅମ୍ଳଯୁକ୍ତ ପାନୀୟ ରଖି ସେବନ କରିବା ଅନୁଚିତ। ତମ୍ବା ଏକ ଉଚ୍ଚ ତାପଜ ଧାତୁ ହୋଇଥିବାରୁ ଏଥିରେ ଗରମ ପାଣି ରଖି ପିଇବା ଅନୁଚିତ। କେବଳ ପରିଷ୍କାର ତଥା ସାଧାରଣ ଜଳ ତମ୍ବାପାତ୍ରରେ ରଖି ପିଇବା ଦ୍ୱାରା ଏହା ସ୍ବାସ୍ଥ୍ୟୋପକାରୀ ହେବା ସହ ଦୀର୍ଘାୟୁ ଜୀବନରେ ସହାୟକ ହୋଇଥାଏ।
ମାଟିପାତ୍ରରେ ଜଳ ସେବନ ସ୍ବାସ୍ଥ୍ୟ ପାଇଁ ହିତକର। ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ରରେ ପାଣି ରଖି ପିଇବା ସ୍ବାସ୍ଥ୍ୟପ୍ରଦ। ମାଟି ପାତ୍ରରେ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ରହିଥାଏ। ସାମ୍ପ୍ରତିକ ପରିସ୍ଥିତିରେ ବାୟୁମଣ୍ଡଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧିପାଉଛି। ଏଭଳି ସ୍ଥିତିରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର, ମାଟିହାଣ୍ଡିରେ ପାଣି ରଖି ଦୈନନ୍ଦିନ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଦୀର୍ଘାୟୁ ହେବାରେ ସହାୟକ ହୋଇଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri