ଅଧିକ ବିୟର ପିଉଛନ୍ତି କି … ଭାଙ୍ଗିଯାଇପାରେ ପିତା ହେବାର ସ୍ବପ୍ନ

ବର୍ତ୍ତମାନର ସମୟରେ ଯୁବପିଢ଼ୀ ବିୟର ପିଇବାକୁ ଭଲ ପାଆନ୍ତି। ଏହି ଅଭ୍ୟାସ ସେମାନଙ୍କ ପାଇଁ ପରେ ସମସ୍ୟା ସୃଷ୍ଟି କରିପାରେ। ଅଧିକ ପରିମାଣର ବିୟର ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏକ ଗବେଷଣାରେ ଏହା ଦାବି କରାଯାଇଛି ଯେ, ବହୁ ପରିମାଣରେ ବିୟର ପିଇବା ପୁରୁଷଙ୍କ ସେକ୍ସ ହରମୋନ୍‌ ଉପରେ ପ୍ରଭାବ ପକାଇଥାଏ। ଗବେଷକଙ୍କ ଅନୁଯାୟୀ, ଅଧିକ ବିୟର ସେବନ କରୁଥିବା ପୁରୁଷଙ୍କ ପିତା ହେବାର କ୍ଷମତାକୁ ୫୦ ପ୍ରତିଶତ ହ୍ରାସ ହୋଇଥାଏ। ଯଦି ଆପଣ ଅଧିକ ବିୟର ପିଅନ୍ତି, ତେବେ ସାବଧାନ ରୁହନ୍ତୁ ଏବଂ ବିୟରର ମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ।

ହରମୋନରେ ପରିବର୍ତ୍ତନ
ଅଧିକ ବିୟର ପିଇବା ଦ୍ୱାରା ଏକ ରାସାୟନିକ ପଦାର୍ଥ ଉତ୍ପନ୍ନ ହୁଏ, ଯାହା ଟେଷ୍ଟୋଷ୍ଟେରନକୁ ମହିଳା ସେକ୍ସ ହରମୋନ ଇଷ୍ଟ୍ରୋଜେନରେ ପରିଣତ କରେ।

ବଢ଼ାଏ ପେଟର ଆକାର
ଅଧିକ ବିୟର ସେବନ ପୁରୁଷଙ୍କ ପେଟର ଆକାରବଢ଼ାଇଥାଏ। ଅନ୍ୟ ଏକ ଗବେଷଣାରେ କୁହାଯାଇଛି, ପେଟର ଚର୍ବି ବୃଦ୍ଧି ହେଲେ ପୁରୁଷମାନଙ୍କ ମଧ୍ୟରେ ପିତା ହେବା ଦକ୍ଷତା ୧୦ ପ୍ରତିଶତ ହ୍ରାସ ପାଇବ।

ପେଟର ଚର୍ବି କ୍ଷତିକାରକ
ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପେଟର ଚର୍ବି ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଅଧିକ ବିପଦଜ୍ଜନକ ଅଟେ। ୪୦ ଇଞ୍ଚର ଅଣ୍ଟା ଥିବା ପୁରୁଷମାନେ ୩୨ ଇଞ୍ଚ ଅଣ୍ଟା ଥିବା ପୁରୁଷଙ୍କ ତୁଳନାରେ ପିତା ହେବାର ସମ୍ଭାବନା ୩୩ ପ୍ରତିଶତ କମ୍‌।

ମେଦବହୁଳତା ଶୁକ୍ରାଣୁ ତିଆରି କରିବା କ୍ଷମତାକୁ କରେ ପ୍ରଭାବିତ
ଗବେଷକଙ୍କ ଅନୁଯାୟୀ, ପୁରୁଷମାନଙ୍କଠାରେ ଥିବା ମୋଟାପଣ ଶୁକ୍ରାଣୁ ତିଆରି କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଏ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri