Posted inଖେଳ

ଡ୍ରେସେଲଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ

ଟୋକିଓ, ୩୦।୭-
ଆମେରିକାର କାଏଲେବ ଡ୍ରେସେଲ ଅଲିମ୍ପିକ୍‌ ରେକର୍ଡ ଭାଙ୍ଗିବା ସହ ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୭.୦୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆର କାଏଲ କାମର୍ସ ମାତ୍ର ୦.୬ ସେକେଣ୍ଡ ସମୟ ଅଧିକ ନେଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ବ୍ରୋଞ୍ଜ ପଦକ ପାଇଥିଲେ ରୁଷିଆର କ୍ଲିମେଣ୍ଟ କୋଲେସ୍ନିକୋଭ। ଚଳିତ ଅଲିମ୍ପିକ୍ସରେ ଡ୍ରେସେଲଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ୪X୧୦୦ ମିଟର ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିବା ଆମେରିକାର ଦଳର ସଦସ୍ୟ ଥିଲେ। ଡ୍ରେସେଲ ଆହୁରି ୪ଟି ଇଭେଣ୍ଟ ପାଇଁ ପଦକ ଦାବିଦାର ଅଛନ୍ତି। ସେ ଆଗକୁ ୧୦୦ ମିଟର ଓ ୫୦ ମିଟର ବଟରଫ୍ଲାଏ ଏବଂ ମିଡ୍‌ଲେ ଓ ମିକ୍ସଡ ମିଡ୍‌ଲେ ରିଲେରେ ଅଂଶଗ୍ରହଣ କରିବେ। ତେଣୁ ସେ ଚଳିତ ଅଲିମ୍ପିକ୍ସ ସନ୍ତରଣ ଇଭେଣ୍ଟର ବ୍ୟକ୍ତିଗତ ବିଭାଗରେ ସବୁଠାରୁ ସଫଳ ବକ୍ସର ହେବା ସମ୍ଭାବନା ରହିଛି। ଅଲିମ୍ପିକ୍‌ ଇତିହାସରେ ମାତ୍ର ୨ ସନ୍ତରଣକାରୀ କୌଣସି ଗୋଟିଏ ଗେମ୍ସରେ ୬ରୁ ଅଧିକ ପାଇଛନ୍ତି। ସେ ହେଉଛନ୍ତି ମାଇକେଲ ଫେଲପ୍ସ ଓ ମାର୍କ ସ୍ପିଜ୍‌। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଫେଲପ୍ସ ୮ ଏବଂ ୧୯୭୨ ମ୍ୟୁନିଚ୍‌ ଅଲିମ୍ପିକ୍ସରେ ସ୍ପିଜ୍‌ ୭ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

ଧୋନଙ୍କ ସହ ଏମିତି କରିବାକୁ ଖୁବ ଆଗ୍ରହୀ ଅଛନ୍ତି ସଞ୍ଜୁ ସମାସନ, Video ଖୋଲିଲା ବଡ଼ ଗୁମର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ସହିତ ଏକ ଟ୍ରେଡରେ ସଞ୍ଜୁ ସାମସନଙ୍କୁ କିଣିଥିଲା। ସେବେଠାରୁ, ପ୍ରଶଂସକମାନେ…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, IPL 2026ରେ ଧମାଲ କରିବେ ଏହି ଷ୍ଟାର, ବଡ଼ ଭବିଷ୍ୟବାଣୀ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ କାଉଣ୍ଟଡାଉନ ଚାଲିଛି। ଲିଗର ୧୯ତମ ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

IPL୨୦୨୬ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଚେତାବନୀ ଦେଲେ ଅନିଲ କୁମ୍ବଲେ,’ସେହ୍ବାଗଙ୍କଠୁ ଶିଖ’

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ ବିଶ୍ୱାସ କରନ୍ତି ଯେ ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଧୂଆଁଧାର ବ୍ୟାଟିଂ ଏବଂ କ୍ରିଜରେ ରହିବା…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri