Posted inUncategorized

‘ଜିଲାରେ ଶୀତଳ ଭଣ୍ଡାର ସ୍ବପ୍ନ’

ନବରଙ୍ଗପୁର,୨୫।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲା କଂଗ୍ରେସ କିଷାନ ସେଲର ଚିଠା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ ବିଧାୟକ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଭୁଜବଳ ମାଝି ଓ ନବରଙ୍ଗପୁର ଜିଲା କଂଗ୍ରେସ କମିଟିର ସଭାପତି ମୁନ୍ନା ତ୍ରିପାଠୀ ଯୋଗଦେଇଥିଲେ। ଜିଲା କୃଷକ ସେଲ ସଭାପତି ବୃନ୍ଦାବନ ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ଜିଲାର ଧାନ, ଆଖୁ, ମକା, ବିରି, ପନିପରିବା, ଫୁଲ, ଛତୁ ଓ କୁକୁଡ଼ା ଛେଳି ଚାଷର ମୋଟ ୬୫ ଜଣ ମହିଳା ଓ ପୁରୁଷ ଚାଷୀ ଏହି ପ୍ରସ୍ତାବିତ ଚିଠା ଅନୁମୋଦନ ବୈଠକରେ ଯୋଗଦେଇଥିଲେ।
ରାଜ୍ୟ ବିଜେଡି ଓ କେନ୍ଦ୍ର ଭାଜପା ସରକାରୀ ଚାଷୀ ମାରଣ ନୀତି ଉପରେ ଆଲୋଚନା କରିଥିଲେ। ଜିଲାରେ ଶୀତଳ ଭଣ୍ଡାର, ମକା ଓ ଚିନି କାରଖାନା ସ୍ବପ୍ନ। ମାଣ୍ଡିଆ ମଣ୍ଡିର ମିଥ୍ୟା ପ୍ରତିଶ୍ରୁତି ସରକାରଙ୍କ ଚାଷୀ ବିରୋଧୀ ନୀତି ବୋଲି ଚାଷୀମାନେ କହିଛନ୍ତି। ଚାଷୀ କିଭଳି ଦୁଇ ଗୁଣ ସୁଧରେ ଋଣ ଆଣି ସର୍ବସ୍ବାନ୍ତ ହେଉଛନ୍ତି ସେ ନେଇ ଜେମା ଭତରା କହିଥିଲେ। ଶୀତଳ ଭଣ୍ଡାର, ଛତିଶଗଡ଼ ଢାଞ୍ଚାରେ ପନିପରିବା ବଜାର କରିବାକୁ ଚାଷୀ ସନରାଜ ଗଣ୍ଡ, ଦିବାକର ପୂଜାରୀ ଓ ଅମେଲା ମଣ୍ଡଳ କହିଛନ୍ତି। କୋଷାଗୁମୁଡ଼ା ଲକ୍ଷ୍ମୀଧର ନାୟକ ଛତିଶଗଡ଼ ଦରରେ ଧାନ କିଣିବା କଥା ଓ ସେମାନଙ୍କ ଲ୍ୟାମ୍ପ୍‌ସ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ପାଣି ଯୋଗାଇଦେବା ପାଇଁ ପ୍ରକାଶ ସାମନ୍ତରାୟ ସରକାରଙ୍କ ପାଖରେ ଦାବି ରଖିଥିଲେ। ଆସନ୍ତା ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଚାଷୀ ମହା ପଞ୍ଚାୟତ ଅନୁଷ୍ଠିତ ହେବ ବୋଲି ଅମୀୟ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ। ନିର୍ବାଚନ ପୂର୍ବରୁ ଚାଷୀ ଇସ୍ତାହାର ପ୍ରକାଶ ପାଇବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଓ ଭୁଜବଳ ମାଝି, ଏଆଇସିସି ସଭ୍ୟା ମନଷା ତ୍ରିପାଠୀ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ, ନଗର ଯୁବ କଂଗ୍ରେସ ସଭାପତି ସୁରଜ ଲାଲ, ମଣ୍ଡଳ ସଭାପତି ନବଜୀବନ ମନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri