Posted inଖେଳ

ଭାରତ ପକ୍ଷରୁ ଖେଳିବା ସ୍ବପ୍ନ

ବରଗଡ଼ର ଝିଅ ନିର୍ମାଲ୍ୟା ରାଉତ। ଓଡ଼ିଶାର ଏକ ପଛୁଆ ଜିଲାରୁ ଆସିଥିଲେ ମଧ୍ୟ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କ୍ରୀଡ଼ା ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଛୋଟ ବେଳରୁ ସେ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର ପରିବାପାଇଁ ପ୍ରାଣପଣେ ଲାଗିଛନ୍ତି। ଭବିଷ୍ୟତରେ ସିନିୟର ସ୍ତରରେ ଭାରତ ପକ୍ଷରୁ ଖେଳିବା ତାଙ୍କ ଇଚ୍ଛା। ସମ୍ପ୍ରତି ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ରଗ୍‌ବୀ ଇଭେଣ୍ଟରେ ଚାମ୍ପିୟନ ହୋଇଥିବା କିଟ୍‌ ବିଶ୍ୱବିଦ୍ୟାଳୟ ଦଳର ଅନ୍ୟତମ ସଦସ୍ୟା ଥିଲେ ନିର୍ମାଲ୍ୟା। ତାଙ୍କ ବାପା ବାସୁଦେବ ରାଉତ ଜଣେ କୃଷକ। ପାଠ ପଢ଼ିବା ପାଇଁ ବାପା ତାଙ୍କୁ ଭୁବନେଶ୍ୱର ଛାଡ଼ିଥିଲେ। ମାତ୍ର ନିର୍ମାଲ୍ୟା କେବଳ ପଢ଼ାରେ ନୁହେଁ ଖେଳ ଉପରେ ମଧ୍ୟ ଫୋକସ କଲେ। ଏହା ହିଁ ଆଜି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଗୁରୁ ଗୋବିନ୍ଦ ସିଂ ସ୍ପୋଟର୍‌ସ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ କିଟ୍‌ ବିଶ୍ୱବିଦ୍ୟାଳୟ ୬୦-୦ରେ ମୁମ୍ବାଇକୁ ପରାସ୍ତ କରିଥିଲା। ୧୮ ବର୍ଷୀୟା ନିର୍ମାଲ୍ୟା ବିଜୟୀ ଦଳ ପକ୍ଷରୁ ସର୍ବାଧିକ ୧୦ ପଏଣ୍ଟ ସ୍କୋର କରିଥିଲେ।
ୟୁନିଭର୍ସିଟି ଗେମ୍ସରେ ଭାଗନେବା ନିର୍ମାଲ୍ୟାଙ୍କ ପାଇଁ ଏହା ପ୍ରଥମ ଥିଲା। ଏ ସମ୍ପର୍କରେ ନିର୍ମାଲ୍ୟା କହିଛନ୍ତି ଯେ, ”ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ମୁଁ ମନଭରି ଉପଭୋଗ କରିଛି। ପ୍ରଥମଥର ମୁଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି। ଏହା ପୂର୍ବରୁ ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳିଥିଲେ ହେଁ ୟୁନିଭର୍ସିଟି ଗେମ୍ସକୁ ବେଶି ଉପଭୋଗ କରିଛି। ମୁଁ ସିନିୟର ସ୍ତରରେ ଭାରତ ପାଇଁ ରଗ୍‌ବୀ ଖେଳିବାକୁ ଚାହେଁ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ମୋର ଇଚ୍ଛା। ଏଥିପାଇଁ ମୁଁ କଠିନ ପରିଶ୍ରମ କରୁଛି। ଭାରତୀୟ ଦଳରେ ସ୍ଥାନ ପାଇବା ମୋର ପରବର୍ତ୍ତୀ ଲକ୍ଷ୍ୟ“। ନିର୍ମାଲ୍ୟା ଏହା ପୂର୍ବରୁ ଓଡ଼ିଶା ପକ୍ଷରୁ ଜୁନିୟର ଏବଂ ସିନିୟର ନ୍ୟାଶ୍‌ନାଲ୍ସ ରଗ୍‌ବୀ ଟୁର୍ନାମେଣ୍ଟ ଖେଳି ସାରିଛନ୍ତି। ” ଏହା ପୂର୍ବରୁ ମୁଁ ଜାତୀୟ ଜୁନିୟର ଓ ସିନିୟର ରଗ୍‌ବୀ ପ୍ରତିଯୋଗିତା ଖେଳି ସାରିଛି। ଜାତୀୟ ଜୁନିୟର ପ୍ରତିଯୋଗିତା ୨୦୨୨ରେ ବିହାରରେ ହୋଇଥିଲା। ଏଥିରେ ଓଡ଼ିଶା ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା। ଗୁଜରାଟ ନ୍ୟାଶନାଲ ଗେମ୍ସରେ କିନ୍ତୁ ଓଡ଼ିଶା ଚାମ୍ପିୟନ ହୋଇଥିଲା। ପୂର୍ବରୁ ମୁଁ ରଗ୍‌ବୀ ସମ୍ପର୍କରେ ବିଶେଷ କିଛି ଜାଣି ନ ଥିଲି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ (କିସ୍‌) ଆସିବାପରେ ମୁଁ ଏହି ଖେଳ ସମ୍ପର୍କରେ ଜାଣିବାକୁ ପାଇଲି। ଏହି କ୍ରୀଡ଼ା ମୋତେ ପସନ୍ଦ ଆସିଲା, ତେଣୁ ଖେଳିବାକୁ ଇଚ୍ଛାକଲି। ଏବେ ଏହି କ୍ରୀଡ଼ାରେ ମୁଁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି“ ବୋଲି ନିର୍ମାଲ୍ୟା କହିଛନ୍ତି। ନିର୍ମାଲ୍ୟା ରାଜ୍ୟର ପ୍ରତିଷ୍ଠିତ କୋଚ୍‌ ମାନସ କୁମାର ଜେନାଙ୍କଠାରୁ କୋଚିଂ ନେଇ ଆଗକୁ ବଢ଼ୁଛନ୍ତି।
କିଟ୍‌ ରଗ୍‌ବୀ ଏକାଡେମୀର ଛାତ୍ରୀ ନିର୍ମାଲ୍ୟାଙ୍କର ଅନ୍ତର୍ଜାତୀୟ ପଦାର୍ପଣ ୨୦୨୧ରେ ହୋଇଥିଲା। ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ୨୦୨୨ ନଭେମ୍ବରରେ ଉଜ୍‌ବେକିସ୍ତାନର ୟଙ୍ଗିଆବାଦଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳରୁ ମଧ୍ୟ ସେ ଖେଳିଥିଲେ। ଏହା ବ୍ୟତୀତ ଗତବର୍ଷ ଡିସେମ୍ବରରେ ନେପାଳର କାଠମାଣ୍ଡୁରେ ଆୟୋଜିତ ୧୮ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଦଳରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ।
-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri