ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା କେତେ ସଫଳ ରୂପାୟନ ହେଉଛି ତାର ତଦାରଖ କରିବା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ ଅଧିକାରୀମାନଙ୍କ ମନମୁଖୀ ହେଉ କି ବୈମାତୃକ ମନୋଭାବ ହେଉ ତାହା ତୃଣମୂଳ ସ୍ତରରେ ଫେଲ ମାରିଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମରେ। ଉକ୍ତ ଗ୍ରାମର ସୁକୁମାରି ବିନ୍ଧାଣିଙ୍କୁ ଗତ ୨୦୨୩ ଜୁନ ମାସ ୧୯ରେ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବା ସହ ଆଗୁଆ ୪୦ ହଜାର ଅନୁଦାନ ପ୍ରଦାନ କରାଯାଇଥିଲା। ତେବେ ସେହି ଗ୍ରାମର ଜଣେ ଯୁବକ ଘର ନିର୍ମାଣ କରିଦେବି କହି ପ୍ରଲୋଭନ ଦେଖାଇ ଉକ୍ତ ଅର୍ଥ ନେବା ସହ କାର୍ଯ୍ୟ ଆରମ୍ଭ କରିଥିଲେ। ପୁଣି ସୁକୁମାରୀଙ୍କ ଦିତୀୟ କିସ୍ତି ୬୫ ହଜାର ଆସିବା ପରେ ଘରର କାର୍ଯ୍ୟ ସମ୍ପୂର୍ଣ୍ଣ କରିବି କହି ଉକ୍ତ ଅର୍ଥକୁ ମଧ୍ୟ ଯୁବକ ଜଣଙ୍କ ସୁକୁମାରୀଙ୍କଠାରୁ ନେଇଗଲେ। ସେହିଦିନ ଠାରୁ ଆଉ ଉକ୍ତ ଯୁବକ ନା ଘର କାର୍ଯ୍ୟ ଶେଷ କରୁଛନ୍ତି ନା ସୁକୁମାରୀଙ୍କ ଅର୍ଥ ଫେରାଉଛନ୍ତି। ଫଳରେ ସୁକୁମାରୀ ଏବେ ଗୁହାଳ ଘରେ ଛେଳି ଗହଣରେ ରହିବା ସହ ତାଙ୍କ ପରିବାର ଓ ଛେଳି ଏକାଠି ମୁଣ୍ଡ ଗୁଞ୍ଜୁଛନ୍ତି। ଗୁହାଳ ଘରେ ରୋଷେଇ, ଖାଇବା, ପିଲାଙ୍କ ପାଠପଢା ଆଦି କରିବା ସହ ରାତିରେ ସେହି ଅଧାପନ୍ତରିଆ ଘରେ ପରିବାର ନେଇ ଶୋଇବାକୁ ପଡୁଛି। ଖରା ଦିନ ପରେ ବର୍ଷା ଗଲା ଏବେ ଶୀତରେ ମଧ୍ୟ ଉକ୍ତ ଘରେ ଦିନ ରାତି ବିତାଉଛନ୍ତି।
ସୁକୁମାରୀ ଅନେକ ସ୍ବପ୍ନ ଦେଖିଥିଲେ ଘର ଟିଏ ହେଲା ପରେ ପରିବାର ନେଇ କୋଠା ଘରେ ରହିବେ। ହେଲେ ସ୍ବପ୍ନ ତାଙ୍କର ଧୂଳିସାତ ହୋଇଯାଇଛି। କେବଳ ସୁକୁମାରୀ ନୁହଁନ୍ତି ସେହି ଗ୍ରାମର ଶିବ ବିନ୍ଧାଣି ଏବଂ ନମିତା ପ୍ରଧାନଙ୍କୁ ମଧ୍ୟ ସେହି ଗୋଟିଏ ଦିନରେ କାର୍ଯ୍ୟାଦେଶ ମିଳିଥିଲା ଓ ଯୁବକ ଜଣଙ୍କ ସମସ୍ତଙ୍କ ଘର ଶୀଘ୍ର ନିର୍ମାଣ କରିଦେବି କହି ୨ଟି କିସ୍ତିର ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ନେଇ ସମସ୍ତ ଘର ଅଧାପନ୍ତାରିଆ କରି ଛାଡି ଲୋକଙ୍କ ଅର୍ଥକୁ ହଡପ କରିଦେଇଛନ୍ତି।
ବର୍ତ୍ତମାନ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସୁକୁମାରୀ, ନମିତା ଏବଂ ଶିବ ବିନ୍ଧାଣୀଙ୍କ ଘର ନିର୍ମାଣ କାର୍ଯ୍ୟ ସରିନଥିବା ବେଳେ ଅତି ଚଞ୍ଚକତାର ସହ ଅର୍ଥ ହଡପ ସହ ଅତି ନିମ୍ନମାନର କାର୍ଯ୍ୟ୍‌କୁ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଚିନ୍ତିତ ଅଛନ୍ତି। କେବେ ଓ କେମିତି ତାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରଯାଇପାରିବ ସେନେଇ ପ୍ରଶାସନ ହସ୍ତକ୍ଷେପ କରିବାକୁ ହିତାଧିକାରୀମାନେ ନିବେଦନ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri