ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ

ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି ଘଟିଯାଉଛି । ଏହି ସମୟରେ ହଠାତ୍‌ ନିଦ ଭାଙ୍ଗି ଯାଏ। ଆପଣ ନିଶ୍ଚିତ ଭାବେ ଅନେକ ସମୟରେ ଅନୁଭବ କରୁଥିବେ ଯେ, ରାତିରେ ଦେଖୁଥିବା କିଛି ସ୍ବପ୍ନ ଭବିଷ୍ୟତରେ ସତ ହେଉଛି । ଅର୍ଥାତ ସ୍ବପ୍ନ ବାସ୍ତବତାରେ ବଦଳି ଯାଉଛି । ଆଉ ଏଥିପାଇଁ ଶୋଇବାବେଳେ ଦେଖୁଥିବା ସ୍ବପ୍ନ କିମ୍ବା ପାହାନ୍ତିଆ ସ୍ବପ୍ନ ସତ ହୁଏ ବୋଲି କହିଥାଉ। ହେଲେ ଆମେ ଶୋଇଥିବାବେଳେ ଦେଖୁଥିବା ସ୍ବପ୍ନ କେମିତି ସତ ହୋଇଯାଏ ? ଏନେଇ କେବେ ଭାବିଛନ୍ତି? ସ୍ବପ୍ନ, ଜୀବନରେ କଣ ପ୍ରଭାବ ପକାଇଥାଏ। ଏସବୁ ସ୍ବପ୍ନ ଶାସ୍ତ୍ରରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ସ୍ବପ୍ନ ଶାସ୍ତ୍ରରେ ତିନୋଟି ସ୍ବପ୍ନ ବିଷୟରେ କହୁଯାଇଛି। ଯଦି ଆପଣ ଏହି ତିନୋଟି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇପାରେ । ଆସନ୍ତୁ ଜାଣିବା ଏହି ତିନୋଟି ସ୍ବପ୍ନ କ’ଣ ?

विवाह के संकेत का सपना

ସ୍ବପ୍ନ ଶାସ୍ତ୍ର ଅନୁସାରେ, ଯଦି ଆପଣ ସ୍ବପ୍ନରେ ଝରଣା ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ ଶୁଭ ସମୟ ଆସୁଛି । ଆପଣଙ୍କ ଜୀବନରେ ଆଗକୁ ଭଲ ସମୟ ଆସିବା ସହ ଅଧିକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ହେଲେ ଯଦି ଆପଣ ସ୍ବପ୍ନରେ ଆବର୍ଜନାପୂର୍ଣ୍ଣ ଝରଣା ବୋହୁଥିବାର ଦେଖନ୍ତି ତେବେ ଏହାକୁ ସ୍ବପ୍ନ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ।

Waterfall Dream Meaning & Spiritual Messages Explained

ସେହିପରି ଯଦି ସ୍ବପ୍ନରେ ଶିବ ଲିଙ୍ଗରେ କ୍ଷୀର ଢାଳୁଥିବାର ସ୍ବପ୍ନ ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି । ଏପରି ସ୍ବପ୍ନ ଖୁବ ଭାଗ୍ୟଶାଳୀ ଲୋକଙ୍କୁ ଆସିଥାଏ।

From Shivling to Snake, Exploring Mystical Dreams of Bholenath | NewsTrack  Hindi 1

ରାତିରେ ଶୋଇବା ପରେ ଆମେ ଆକଶରେ ଉଡୁଥିବା ଭଳି ଅଜବ ସ୍ବପ୍ନ ଦେଖିଥାଉ । ହେଲେ ଜାଣିଛନ୍ତି ଏହି ସ୍ବପ୍ନ ପଛରେ ମଧ୍ୟ ଅନେକ କାରଣ ରହିଛି । ସ୍ବପ୍ନ ଶାସ୍ତ୍ର ଅନୁସାରେ, ଯଦି ଏପରି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଶୁଭଦାୟକ ହୋଇଥାଏ । ଏପରି ସ୍ବପ୍ନ ଦେଖୁଥିଲେ ଆପଣଙ୍କ ଜୀବନରେ ଖରାପ ସମୟ ସରି ଶୁଭ ସମୟ ଆରମ୍ଭ ହେଉଛି । ଯେକୌଣସି କାମ କରିବାକୁ ଗଲେ ସେଥିରେ ସଫଳ ହେବେ ।

What Does It Mean When You Dream About Flying? | Keen

ତେବେ ଆମେ ଏଠାରେ କହିରଖୁଛୁ ଉପରୋକ୍ତ ସମସ୍ତ ସୂଚନା ଲୋକକଥା ଅନୁସାରେ ରହିଛି । ଯାହା ସ୍ବପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଧରିତ୍ରୀ ଏନେଇ କୌଣସି ପ୍ରମାଣ ପାଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri