union budget 2025: ମଧ୍ୟବିତ୍ତଙ୍କ ପାଇଁ ଡ୍ରିମ୍‌ ବଜେଟ: ମୁଖ୍ୟମନ୍ତ୍ରୀ କହିଲେ…

ମୁମ୍ବାଇ,୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଜବରଦସ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ମଧ୍ୟବିତ୍ତଙ୍କ ପାଇଁ ଡ୍ରିମ୍‌ ବଜେଟ କୁହାଯାଇପାରିବ। ସେଥିପାଇଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରକାଶ କରିଛନ୍ତି।

ଅର୍ଥମନ୍ତ୍ରୀ ସୀତାରାମନ ବଜେଟ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ଆୟକର ସ୍ଲାବକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ୍‌ ଦେବାକୁ ପଡିବ ନାହିଁ। ବଜେଟରେ ଚାଷୀମାନଙ୍କୁ ଅନେକ ଉପହାର ଦିଆଯାଇଛି। କେସିସି (କିଷାନ କ୍ରେଡିଟ କାର୍ଡ)ର ସୀମା ଏବେ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏପରିକି ବିହାର ପାଇଁ ଅନେକ ବଡ଼ ଘୋଷଣା କରାଯାଇଛି। ଏଠାରେ ମାଖାନା ବୋର୍ଡ ଗଠନ ଘୋଷଣା କରାଯାଇଛି। ସେହିପରି କ୍ୟାନସର ରୋଗ ଭଳି ଗମ୍ଭୀର ରୋଗର ୩୬ଟି ଔଷଧକୁ କଷ୍ଟମ ଶୁଳ୍କରୁ ମୁକ୍ତ କରାଯାଇଛି।

ବଜେଟରେ କାହାକୁ କ’ଣ ମିଳିଛି, ଆସନ୍ତୁ ଜାଣିବା…

– ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା: ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସରକାର ରାଜ୍ୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରିବେ। ଏହି ଯୋଜନାରେ ୧୦୦ଟି ଜିଲାକୁ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବାର ସମ୍ଭାବନା ଅଛି।

– ପ୍ରତିରକ୍ଷା: ବଜେଟରେ ପ୍ରତିରକ୍ଷା ପାଇଁ ୬.୮୧ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ମେକ୍‌ ଇନ ଇଣ୍ଡିଆ ଓ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦିଆଯାଇଛି। ୨୦୨୯ ସୁଦ୍ଧା ୩ ଲକ୍ଷ କୋଟିର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି।

– ଆସାମରେ ୟୁରିଆ ପ୍ଲାଣ୍ଟ: ଆସାମର ନାମରୂପରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ। ପୂର୍ବ ଅଞ୍ଚଳରେ ବନ୍ଦ ଥିବା ତିନୋଟି ୟୁରିଆ ପ୍ଲାଣ୍ଟ ପୁନଃଖୋଲି ଦିଆଯାଇଛି। ଏହା ୟୁରିଆ ଉତ୍ପାଦନରେ ଆତ୍ମନିଭରଶୀଳତା ଦିଗରେ ଏକ ପଦକ୍ଷେପ।

– ଉଦ୍ୟୋଗ: ଷ୍ଟାର୍ଟଅପ୍‌ ଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ନୂତନ ପାଣ୍ଠି ବ୍ୟବସ୍ଥା କରାଯିବ। ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଅବଦାନ ଦିଆଯିବ।

– ଚପଲ ଏବଂ ଚମଡ଼ା କ୍ଷେତ୍ର: ଏହି କ୍ଷେତ୍ର ପାଇଁ ଉତ୍ପାଦ ଯୋଜନା ଆରମ୍ଭ କରାଯିବ। ଯାହା ଦ୍ୱାରା ଚପଲ ଏବଂ ଚମଡା କ୍ଷେତ୍ରରେ ଉତ୍ପାଦକତା, ଗୁଣବତ୍ତା ଏବଂ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯାଇପାରିବ।

– ବିହାର ପାଇଁ: ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗୀତା ଏବଂ ପରିଚାଳନା ପ୍ରତିଷ୍ଠାନ ଖୋଲିବ। ଏହା କୃଷକମାନଙ୍କ ଉତ୍ପାଦର ଗୁଣବତ୍ତା ବୃଦ୍ଧି କରି ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri