Posted inଖେଳ

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଡ୍ରାଭିଡ୍‌ଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୧୧ା୧୧ (ପି.ଟି): ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ବିଶ୍ରାମ। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଡ୍ରାଭିଡଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିବେ। ଏହି ସିରିଜ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଘୋଷଣା କରାଯାଇଛି। ଏହି ସିରିଜରୁ ଏକାଧିକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଭାରତୀୟ କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରୁ ରାହୁଲ ଡ୍ରାଭିଡ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେ ବିଶ୍ୱକପ ପରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଲକ୍ଷ୍ମଣ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳ ସହିତ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏସିଆ କପ୍‌ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳର କୋଚ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri