ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ୩୭ ବର୍ଷରେ ପଦାର୍ପଣ କରିଛି ଦୁର୍ଗାପୂଜା। ଏହି ପୂଜା ବଡ଼ ଧୂମ୍ଧାମରେ ପାଳନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୋଲସରା ଗୋଛାବାଡ଼ି ଗ୍ରାମର କଳାକାରମାନଙ୍କ ଦ୍ୱାରା ନିର୍ଦ୍ଦେଶକ ରାଜେନ୍ଦ୍ର ବିଶୋଇଙ୍କ ନିର୍ଦ୍ଦେଶନାରେ ‘ଶ୍ରୀକୃଷ୍ଣ ବଳେ ବିଜୟ ପାର୍ଥ’ ନାଟକ ମଞ୍ଚସ୍ଥ ହୋଇଥିଲା। ଅରୁଣ ସାହୁଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରୀତି ରଞ୍ଜନ ରଥ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ମା’ ଦୁର୍ଗାପୂଜା କମିଟିର ସଭାପତି ଦିଲୀପ ବେହେରା, ସାମାଜିକ କର୍ମୀ ପରମେଶ୍ୱର ପ୍ରଧାନ, ଜିତେନ୍ଦ୍ର ସାହୁ, ସନ୍ତୋଷ ମିଶ୍ର, ମହେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିନୋଦ ସାହୁ, ସରୋଜ ସାହୁ, ଚିତ୍ତରଞ୍ଜନ ସାହୁ, ଅଜିତ ଚୌଧୁରୀ, ଚିରରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସିମନବାଡ଼ିଠାରେ ଆଜକୁ ୩୭ ବର୍ଷ ହେବ ଜାତି, ଧର୍ମ ନିର୍ବିଶେଷରେ ଏହି ଦୁର୍ଗାପୂଜା ସୁରୁଖୁରୁରେ ପାଳନ ହୋଇ ଆସୁଥିବା ଅତିଥିମାନେ ମତ ରଖିଥିଲେ।


