ପୂର୍ତ୍ତ ବିଭାଗରେ ମନଇଚ୍ଛା କାର୍ଯ୍ୟ, ଭୁଶୁଡ଼ିପଡୁଛି ଡ୍ରେନ୍‌

ଫୁଲବାଣୀ, ୩ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନଇଚ୍ଛା କାର୍ଯ୍ୟ। ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଉଛି। ନୂତନ ଭାବେ ହୋଇଥିବା ଡ୍ରେନ ୬ ମାସ ଯାଉନି, ଭୁଶୁଡି ପଡୁଛି। ଖାଲି ଗୋଟିଏ ସ୍ଥାନରେ ନୁହେଁ, ଅନେକ ସ୍ଥାନରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିତ୍ବା ଡ୍ରେନ ସବୁ ଭୁଶୁଡି ପଡୁଛି। ଯନ୍ତ୍ରୀଙ୍କୁ ପଚାରିଲେ ଖାମଖିଆଲ ଭାବେ ଉତ୍ତର ଦେଉଛନ୍ତି। ହଁ ଭାଙ୍ଗି ଯାଇଛି। ପ୍ରକୃତରେ ଯନ୍ତ୍ରୀଙ୍କ ନିର୍ମାଣ କାର୍ଯ୍ୟରେ ଦକ୍ଷତାର ଅଭାବ ନା ଠିକାଦାର ପ୍ରୀତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିନରେ ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ ଆଦି ବ୍ଲକ ରହିଛି। ଗତ ୬ ମାସରୁ ଊର୍ଦ୍ଧ୍ୱ ହେବ ଏଠାରେ କେହି ଏସ୍‌ଡିଓ ନ ଥିଲେ। ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ସବୁ ବୁଝୁଥିଲେ। ଠିକାଦାରମାନଙ୍କୁ ଦେଢ଼ ଲକ୍ଷରୁ ୫ ଲକ୍ଷ ଯାଏ କାମ ସେ ବାଣ୍ଟିଥିଲେ। ଏଥିରେ ଅଧିକାଂଶ କାମ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଥିଲା। ଯଦି କେହି ଏହାକୁ ନିରୀକ୍ଷଣ କରିବ, ସେଠାରେ ଆଦୌ ଡ୍ରେନ୍‌ର ଆବଶ୍ୟକତା ହିଁ ନ ଥିଲା। କାରଣ ଦୀର୍ଘ ବର୍ଷ ଧରି ବର୍ଷା ପାଣି ରାସ୍ତାର କିଛି କ୍ଷତି କରୁ ନ ଥିଲା। ଯାହାବି ହେଉ, ଠିକାଦାରଙ୍କୁ ତ କାମ ଦିଆଯିବ। ସେମାନେ କାମ ନ କଲେ ବିଭାଗ କିପରି ଚାଲିବ। ତେଣୁ ଦୃରଦୃଷ୍ଟି ସମ୍ପନ୍ନ ଭାବେ କାମ ବାଣ୍ଟି ଦିଆଗଲା। ଅଧିକାଂଶ ଠିକାଦାର ଆବଶ୍ୟକ ମୁତାବକ ପାଣି ନିର୍ମାଣ ହୋଇଥିବା କଂକ୍ରିଟରେ ଦେଲେ ନାହିଁ। ସେପଟେ ଯନ୍ତ୍ରୀ କାମ ଦେଖିତ୍ବାକୁ ବି ଗଲେନି। ଠିକାଦାର ମନଇଚ୍ଛା କାମ କରି ସାରି ଦେଲେ। କିଛି ଦିନ ପରେ ବିଲ ବି ନେଇଗଲେ। ନିର୍ମାଣ ହେବାର ୨/୩ ମାସ ପରେ କଂକ୍ରିଟ ସବୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଡ୍ରେନ ଭିତରକୁ ପଡିଲା। ଏହାକୁ ଦେଖି ଜଣେ ସାଧାରଣ ବ୍ୟକ୍ତି ବି କହିବ, ଆରେ ଏଠାରେ ତ ଆଦୌ ଡ୍ରେନର ଆବଶ୍ୟକତା ନ ଥିଲା। କାହିଁକି ନିର୍ମାଣ ହେଲା।
ଫୁଲବାଣୀ-ଗୋଚ୍ଛାପଡା ରାସ୍ତାର କଟ୍ରିଙ୍ଗିଆ ଛକର ଠିକ୍‌ ୨୦୦ରୁ ୩୦୦ ମିଟର ପଛରୁ ରାସ୍ତା ପାର୍ଶ୍ୱରେ ଡ୍ରେନ ସବୁ ଖଣ୍ଡ ବିଖଣ୍ଡିତ ହୋଇ ପଡିଛି। କଟ୍ରିଙ୍ଗିଆ ମେଡିକାଲ ପାଖରେ ବି ଡ୍ରେନ ଭାଙ୍ଗିଛି। ସେହିପରି ମୁସେଲିପାଙ୍ଗାରୁ-ଗୋଚ୍ଛାପଡା ରାସ୍ତାରେ ବି ସମାନ ଅବସ୍ଥା। ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତାର ବିଶିପଡା ଛକ ପାଖରେ ବି ସେହି ଅବସ୍ଥା। ଏ ସଂକ୍ରାନ୍ତରେ ଯନ୍ତ୍ରୀ ସ୍ବାଇଁଙ୍କୁ ପଚାରିବାରୁ ଖରାଦିନେ କାମ ହେଲା। ପାଣିର ଅଭାବ। ବର୍ଷା ହେବାରୁ ପାଣି ଯୋରରେ ଆସି ଭାଙ୍ଗି ଦେଲା ବୋଲି କହିଛନ୍ତି। ପ୍ରଶ୍ନ ଉଠୁଛି କାମ ପୂର୍ବରୁ କ’ଣ ଯନ୍ତ୍ରୀ ଏ କଥା ଜାଣି ନ ଥିଲେ, ନା ଜାଣି ଅଜଣା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri