ପାଟଣାଗଡ ୭।୭ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ସହରର ବ୍ଳକ ଛକର ଅନତି ଦୂରରେ ମୁଖ୍ୟ ରାସ୍ତର ଦୁଇ ପାର୍ଶରେ ଡ୍ରେନ ନ ଥିବାରୁ ଦୀର୍ଘ ଦିନ ହେଲା ମୁଖ୍ୟ ରାସ୍ତା ଉପରେ ଡ୍ରେନ ପାଣି ଜମିରହୁଛି । ଯାହାଫଳରେ ରାସ୍ତା ଉପରୁ ପିଚୁସବୁ ଉଠି ଛୋଟ ଛୋଟ ଗାତ ମାନ ସୃଷ୍ଟି ହେବାକୁ ସିଲାଣି । ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ଏହି ରାସ୍ତାଟି ସହରର ମୁଖ୍ୟ ରାସ୍ତା ହୋଇଥିବାରୁ ଉକ୍ତ ରାସ୍ତା ଦେଇ ଦୈନନ୍ଦିନ କଣ୍ଟାବାଞ୍ଜି, ବେଲପଡା,ଖପ୍ରାଖୋଲ ପଦ୍ମପୁର ଓ ପଡୋଶୀ ରାଜ୍ୟ ଛତିଶଗଡ଼କୁ ମଧ୍ୟ ହଜାର ହଜାର ଯାନବାହାନ ସହ ଲୋକେ ଯିବାଆସିବା କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏବେ ବର୍ଷାରୁତୁ ଚାଲିଛି, ରାସ୍ତା ଉପରେ ଡ୍ରେନ ପାଣି ଜମିରହୁଥିବାରୁ ଜନସାଧାରଣ ଓ ଛାତ୍ରୀଛାତ୍ରୀ ସ୍କୁଲ କଲେଜକୁ ସେହିରାସ୍ତା ଦେଇ ଗଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।


