ୟୁଜିସି ନିୟମାବଳୀ ଡ୍ରାଫ୍ଟ

ଦୀର୍ଘଦିନ ଧରି ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥା ବିଦେଶୀ ଢାଞ୍ଚାରେ ପରିଚାଳିତ ହେଉଥିଲା। ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ବାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ସ୍ବଦେଶୀ ନୁହେଁ, ପରନ୍ତୁ ଶିକ୍ଷାଦାନର ପ୍ରଣାଳୀ ଓ ପ୍ରକ୍ରିୟା ଥିଲା ବିଦେଶୀ। କାରଣ ସେତେବେଳେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବ୍ରିଟିଶ ନିୟନ୍ତ୍ରଣରେ ଥିଲା। ତେବେ ବର୍ତ୍ତମାନ ଏକ ସଂଘୀୟ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିବା ‘ଶିକ୍ଷା’କୁ ଅଗ୍ରାଧିକାର ଦିଆଯାଉଛି। କେନ୍ଦ୍ର ସରକାର ୟୁଜିସି ଅଧିନିୟମ-୨୦୨୫ର ଡ୍ରାଫ୍ଟ (ଉଚ୍ଚଶିକ୍ଷାର ମାନ ବଜାୟ ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ସର୍ବନିମ୍ନ ଯୋଗ୍ୟତା ଏବଂ ପଦୋନ୍ନତି ନିୟମାବଳୀ-୨୦୨୫) ପ୍ରସ୍ତୁତ ଜରିଆରେ ଏଥିରେ ସଂସ୍କାର ଆଣିବାକୁ ଉଦ୍ୟମ କରୁଛନ୍ତି।
ଏହି ଅଧିନିୟମ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ତଥା ପଦୋନ୍ନତି ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତ ମାନ ବଜାୟ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗକୁ ସହାୟକ ହେବ। ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ସୁଧାର ଯେ ବିରୋଧୀଙ୍କୁ ସୁହାଇବ, ତାହାର ଗ୍ୟାରେଣ୍ଟି ନାହିଁ। କାରଣ ଦୀର୍ଘ ସମୟରୁ ମନ୍ତ୍ରଣାଳୟ ‘ୟୁଜିସି ନିୟମାବଳୀ-୨୦୨୫’ ପ୍ରସ୍ତୁତିରେ ଲାଗିଛି। ଏହା ହୋଇପାରିଲେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ କେନ୍ଦ୍ର ନିୟନ୍ତ୍ରଣକୁ ଆସିଯିବ। ତେବେ ଏଥିରେ ଅସୁବିଧା ବୋଲି ଦର୍ଶାଯାଉଥିବା କାରଣ ପଛରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ।
ଅବଶ୍ୟ ରାଜ୍ୟପାଳଙ୍କ ଦ୍ୱାରା ପରୋକ୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା କେନ୍ଦ୍ରର ଲକ୍ଷ୍ୟ। ଏଥିସହ ସମ୍ପୃକ୍ତ ଡ୍ରାଫ୍ଟ କହୁଛି, ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଚୟନ କିମ୍ବା ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ସଙ୍କୁଚିତ ହେବ। ଏହାଛଡ଼ା ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଗବେଷଣା, ସହଯୋଗ ଏବଂ ଅଧ୍ୟାପକ-କର୍ମଚାରୀ ଚୟନ ଦାୟିତ୍ୱରେ ଥିବା କମିଟିଗୁଡ଼ିକର କ୍ଷମତାକୁ ମଧ୍ୟ ସଂକୁଚିତ କରିଦିଆଯିବ। ଏହା ପରିବର୍ତ୍ତେ ସମସ୍ତ କ୍ଷମତା କୁଳାଧିପତିଙ୍କଠାରେ (ଅର୍ଥାତ୍‌ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ)ଠୁଳ ରହିବ। ତେବେ ନୂଆକରି ପ୍ରସ୍ତାବିତ କମିଟିରେ କୁଳାଧିପତି, ୟୁଜିସି ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ କିମ୍ବା ସିନେଟ୍‌ ଦ୍ୱାରା ଚୟନ କରିଯାଇଥିବା ବ୍ୟକ୍ତିବିଶେଷ ସାମିଲ ହେବେ। କୁଳାଧିପତି ଉକ୍ତ କମିଟି ଦ୍ୱାରା ମନୋନୀତ ତିନିରୁ ପାଞ୍ଚଟି ନାମ ମଧ୍ୟରୁ କାହାରି ଜଣଙ୍କ ନାମ କୁଳପତି ପାଇଁ ଚୟନ କରିବେ।
ପ୍ରସ୍ତାବିତ ଡ୍ରାଫ୍ଟ ଅନୁଯାୟୀ ଏଇଠି ସରକାର ଟିକିଏ କଠୋର ହୋଇପାରନ୍ତି। ଏଇ ଯେମିତିକି, ଏଥିରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ୟୁଜିସି ଯୋଜନାଗୁଡ଼ିକରୁ ବଞ୍ଚିତ ହୋଇପାରେ। ଏଥିସହ ୟୁଜିସି ଅଧିନିୟମ ଅନୁସାରେ ଦିଆଯାଉଥିବା ଆର୍ଥିକ ଅନୁଦାନ ଉପରେ ମଧ୍ୟ କଟକଣା ଲାଗିପାରେ। ବିଭିନ୍ନ ରାଜ୍ୟର ସ୍ଥାନୀୟ ସରକାର ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ବର୍ତ୍ତମାନ ଏହି ଡ୍ରାଫ୍ଟ କଥା ସାମ୍ନାକୁ ଆସିଛି। ତାମିଲନାଡୁ ଭଳି ରାଜ୍ୟରେ ଏହି ଶୀତଳ ଯୁଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେତୃତ୍ୱ ଦାୟିତ୍ୱରୁ ବଞ୍ଚତ୍ତ କରିଛି। ତେଣୁ ସ୍ବାଭାବିକ ଭାବରେ ଏହି ରାଜ୍ୟ ସମେତ ଅନ୍ୟମାନଙ୍କ ପକ୍ଷରୁ ମଧ୍ୟ ବିରୋଧାଭାସ ଦେଖାଦେଇଛି। ଗୃହରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ଏହି ଅଧିନିୟମକୁ ପ୍ରତ୍ୟାହାର କରିବାକୁ ଦାବି ହେଉଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନଙ୍କ କହିବା କଥା, ଏହି ଅଧିନିୟମ ଖାଲି ସମ୍ବିଧାନରେ ନିହିତ ମୂଳ ସଂଘୀୟ ସିଦ୍ଧାନ୍ତକୁ ବିରୋଧ କରିବ ନାହିଁ, ଅଧିକନ୍ତୁ ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଏକ ସତର୍କ ଘଣ୍ଟି ପାଲଟିବ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ସମେତ ଏଆଇଏଡିଏମ୍‌କେ ଏବଂ ସିପିଆଇ(ଏମ୍‌) ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି। ଫଳରେ ଅଣଶିକ୍ଷାବିତ୍‌ଙ୍କୁ କୁଳପତି ପଦରେ ନିଯୁକ୍ତି ଆଶଙ୍କାକୁ ନେଇ ଆଲୋଚନା ହୋଇଛି। ଡ୍ରାଫ୍ଟ ଏକଥା ବି ସୂଚାଉଛି, ଏଭଳି ମହତ୍ତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହେବାପାଇଁ ଶିଳ୍ପ ଜଗତ, ସାଧାରଣ ପ୍ରଶାସନ ଏବଂ ସେହିପରି ସର୍ବସାଧାରଣ କ୍ଷେତ୍ରର ବରିଷ୍ଠ ପଦ ପଦବୀରେ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ଖାଲି ସେତିକି ଯଥେଷ୍ଟ ହେବନାହିଁ, ସମ୍ପୃକ୍ତ ଅଧିକାରୀଙ୍କ ବିଗତ କାର୍ଯ୍ୟକାଳର ଟ୍ରାକ୍‌ ରେକର୍ଡ ମଧ୍ୟ ସନ୍ତୋଷଜନକ ଥିବା ବିଧେୟ।
ତେବେ ବିରୋଧୀ, ବିଶେଷକରି ପିନାରାଇ ବିଜୟନ୍‌ ଏହାକୁ ଭୟ କରିବାର ସବୁଠୁ ହାସ୍ୟାସ୍ପଦ ଦିଗଟି ହେଲା, ସେମାନେ ଆଶଙ୍କା କରୁଛନ୍ତି ହୁଏତ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ତଥା ବିଶ୍ୱସ୍ତମାନଙ୍କୁ କୁଳପତି ପଦରେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଡ୍ରାଫ୍ଟ ପ୍ରସ୍ତୁତ କରୁଛି। ତେବେ ସେମାନେ ଏ ଅଭିଯୋଗ ଉଠାଇବା ସମୟରେ ହୁଏତ ଭୁଲିଯାଉଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତି କେ. ଆର୍‌. ନାରାୟଣନ୍‌ ଏବଂ ବୈଜ୍ଞାନିକ ୱାଇ. ନାଇଡୁମ୍ମାଙ୍କ ପରି ଅଣଶିକ୍ଷାବିତ୍‌ମାନେ ମଧ୍ୟ ଅତୀତରେ ବିଶ୍ୱବିଦ୍ୟାଳୟ କୁଳପତି ପଦ ମଣ୍ଡନ କରିଛନ୍ତି ଓ ସେମାନଙ୍କ ଅଭିଜ୍ଞତାରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟ ଆଶାତୀତ ଲାଭ ପାଇପାରିଛି।
ଏହାଛଡ଼ା ବିରୋଧୀ କେନ୍ଦ୍ରକୁ ଯେଉଁକଥାଟି ପାଇଁ ପ୍ରଶଂସା କରିଛନ୍ତି, ତାହା ହେଲା କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ବଢ଼ାଇ ୫ ବର୍ଷ କରାଯିବା। ତେବେ ସମ୍ପ୍ରତି ୟୁଜିସି ଏହି ଡ୍ରାଫ୍ଟ ନିୟମାବଳୀରେ ଥିବା ସଂଘୀୟ ଢାଞ୍ଚାର ବିରୋଧୀ ଧାରାଗୁଡ଼ିକୁ ଅପସାରଣ କରିବା ସହ ଏ ସମ୍ପର୍କିତ ଆଶଙ୍କାକୁ ଦୂର କରିବା ହିଁ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ। ଏଥିପାଇଁ ଦୀର୍ଘମିଆଦି ସୂତ୍ରରେ ବିଶ୍ୱବିଦ୍ୟାଳୟ ପ୍ରଶାସନରେ କେବଳ ଆର୍ଥିକ ନେଣଦେଣକୁ ଛାଡ଼ି ସରକାରଙ୍କର ଅନ୍ୟ କୌଣସି ଭୂମିକାକୁ ନିଃଶେଷ କରିବା ନେଇ ବିରୋଧୀ ଦୀର୍ଘଦିନରୁ ଦାବି କରୁଛନ୍ତି। ମାତ୍ର ସରକାର ଏହାକୁ କିପରି ଦେଖୁଛନ୍ତି, ଡ୍ରାଫ୍ଟର ଚୂଡ଼ାନ୍ତ ରୂପରେଖ ଆସିବା ପରେ ଓ ନିୟମରେ ପରିଣତ ହେବାପରେ ହିଁ ଜଣାପଡ଼ିବ।
ଯଶିପୁର, ମୟୂରଭଞ୍ଜ
ମୋ:୯୪୩୭୮୭୨୯୦୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri