ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଶୁକ୍ରବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବଜାର ଗାନ୍ଧୀ ଛକ ଠାରେ ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ପରେ ଆୟୋଜିତ ସଭାରେ ଆଇନଜୀବି କୁରେଶୁ ପଣ୍ଡାଙ୍କ ସଂଯୋଜନା କରିଥିଲେ।  ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ଦକ୍ଷିଣ ଓଡ଼ିଶା ବିକାଶ ସମିତିର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ସଭାରେ ଯୋଗଦେଇ  ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ  କେନ୍ଦ୍ର ଓ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ପ୍ରକଳ୍ପ ର ଚୂଡ଼ାନ୍ତ ମାନଚିତ୍ର ଓ ସର୍ଭେ କାର୍ଯ୍ୟ ଚାଲିଛି। ଓଡ଼ିଶା ପ୍ରତି ଅସହିନଷ୍ଟୁ ଆନ୍ଧ୍ରର କିଛି ମୁଷ୍ଟିମେୟ ରେଲୱେ ଅଧିକାରୀ  ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ରେଲୱେ ଲାଇନ୍ କୁ ଗୋପାଳପୁରରୁ ଭାୟା  ଗଜପତି  ଅଙ୍କା ବଙ୍କା ଦୀର୍ଘ ରାସ୍ତା  ଦେଇ ରାୟଗଡ଼ା କୁ ସଂଯୋଗ ପାଇଁ ନୂତନ ନକ୍ସା କୁ ମଞ୍ଜୁରୀ ପାଇଁ ଯୋଜନାବଦ୍ଧ ଉଦ୍ୟମ ଚଳାଇଛନ୍ତି। ଏହା ବିରୋଧରେ ବ୍ୟାପକ ଗଣ ଆନ୍ଦୋଳନ ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଛି। ପୂର୍ବରୁ ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ରେଳପଥକୁ ସିଧାସଳଖ ଗୋପାଳପୁର ଠାରୁ ଜଗନ୍ନାଥପୁର,ଗୁରୁଣ୍ଠୀ,ବାଲିପଡ଼ା, ଡେଙ୍ଗାପଦର, ଅନଙ୍ଗପୁର, ଦିଗପହଣ୍ଡି,ଗୁମା, ଫାସିଗୁଡ଼ା ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଢେପାଗୁଡ଼ା, ଚାନ୍ଦିପୁଟ, ମୋହନା, ଅନ୍ତର୍ବା,ପଦ୍ମପୁର, ଗୁଡ଼ାରି ଠାରୁ ରାୟଗଡ଼ା ମାତ୍ର ୧୮୦ କି.ମି  ଗୁରୁତ୍ୱପୂର୍ଣ୍ଣ ରେଳଲାଇନର ଚୂଡ଼ାନ୍ତ ରୁଟ୍‌ ନିର୍ଦ୍ଧାରଣ କରାଗଲେ  ଅନାବଶ୍ୟକ ବଙ୍କା ଏବଂ ଦୀର୍ଘ ରୁଟ୍‌କୁ ଏଡ଼ାଇବା ଦ୍ୱାରାରେଳ ମନ୍ତ୍ରଣାଳୟର ପ୍ରାରମ୍ଭିକ ନିର୍ମାଣ ଖର୍ଚ୍ଚ (କାପେକ୍ସ)ରେ ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେବା ସହ ଭବିଷ୍ୟତର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଁ ପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା।ସଭାରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ, ସିପିଆଇ(ଏମ) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ,ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ,ବୃନ୍ଦାବନ ପଣ୍ଡା,ଆଇନଜୀବି ସୂର୍ଯ୍ୟନାରାୟଣ ସାହୁ,ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ଅଶେଷ ନାଥ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁ,ସମ୍ପାଦକ କେ.ନାଗେଶ୍ଵର ରାଓ, ଡ଼. ପ୍ରକାଶ ପାଣିଗ୍ରାହୀ, ହେମନ୍ତ ପାତ୍ର,ସାମାଜିକ କର୍ମୀ ଶୁଭେନ୍ଦୁ ପାଢ଼ୀ,ରାମନାଥ ବିଷୋୟୀ,ଗୋପାଳ କୃଷ୍ଣ ମଲ୍ଲିକ,ରବୀନ୍ଦ୍ର ନାଥ ଡାକୁଆ,ରଞ୍ଜନ ପାତ୍ର, କାଉନସିଲର ସୁନୀଲ ପଣ୍ଡା,ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ। ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସରପଞ୍ଚ ମନୋରଞ୍ଜନ ଗୌଡ଼,ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ,ସନ୍ତୋଷ ଗୌଡ଼, ଅବସରପ୍ରାପ୍ତ କର୍ମଚାରୀ ସଂଘ ପୂର୍ବତନ ସଭାପତି ହରିକୃଷ୍ଣ ପଣ୍ଡା, ଭି. ଶ୍ୟାମ ସୁନ୍ଦର ରାଜୁ,ସୁରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ସାହୁ, ଅନିତା ବେହେରା, ରାଜକିଶୋର ଚୌଧୁରୀ, ମନୋଜ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମିଶ୍ର,ଏମ.ବାଇନାଥ, ଭି. ଧର୍ମା ରାଜୁ,ସଂଗ୍ରାମ ରଥ,ନିଗମ ପଣ୍ଡା,ବିଶ୍ଵନାଥ ଗୌଡ଼ ପ୍ରମୁଖ ଶତାଧିକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?