ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ ସରକାର ମଧ୍ୟ ବ୍ୟାକ୍‌ଫୁଟ୍‌ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସରକାରୀସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍‌’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍‌’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତ୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀସ୍ତରରେ ଏକପ୍ରକାର ନିଷ୍ପତ୍ତି ହୋଇଛି। ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ପୂର୍ଣ୍ଣାଙ୍ଗ ରୂପରେଖ ଜଣାପଡ଼ିବ। ତେବେ ପୂର୍ବ ସରକାର ସମୟରେ ୬୪କି.ମି.ର ମେଟ୍ରୋ ରେଳପ୍ରକଳ୍ପ ପାଇଁ ୬ହଜାର ୨୫୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହାକୁ ନେଇ ପୂର୍ବ ସରକାର ତରବରିଆ ଭାବେ ଏହାକୁ କ୍ୟାବିନେଟ୍‌ରେ ପାରିତ କରିଥିଲେ। ଏହାପରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣା ହୋଇଥିଲା। କଟକଠାରୁ ତ୍ରିଶୂଳିଆ-ବାରଙ୍ଗ ଦେଇ ଖୋର୍ଦ୍ଧା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପ ହେବାକୁ ଯୋଜନା ରହିଥିଲା। ମାତ୍ର ବର୍ତ୍ତମାନ ପରିବର୍ତ୍ତନ ହୋଇ ଏହି ଡିପିଆର୍‌ରେ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଖୋର୍ଦ୍ଧା ରିଜିଅନକୁ ଯୋଡ଼ିବାପାଇଁ ପ୍ରସ୍ତାବ ରହିଛି। ଏହାଦ୍ୱାରା ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମେଟ୍ରୋ ରେଳପ୍ରକଳ୍ପକୁ ଏହିସବୁ ଅଞ୍ଚଳକୁ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହିତ କେନ୍ଦ୍ର ସରକାରଙ୍କ ସହିତ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ରହିଛି, ଯାହାଫଳରେ ରାଜ୍ୟ ଉପରେ ଏତେବଡ଼ ଆର୍ଥିକବୋଝ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହାର ରୂପରେଖ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯିବାକୁ ଥିବା ଏହି ମେଟ୍ରୋ ରେଳପ୍ରକଳ୍ପ ଯଦି ପାରାଦୀପ ଓ ରାଉରକେଲା ପର୍ଯ୍ୟନ୍ତ ଗଡ଼ିବ ତାହା କେତେଦୂର ଆର୍ଥିକ ଦୃଷ୍ଟିକୋଣରୁ ଉଚିତ ହେବ ତାକୁ ନେଇ ସରକାର କେତେଦୂର ଚିନ୍ତା କରୁଛନ୍ତି ତାହା ଦେଖିବାର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri