Posted inଜାତୀୟ

ଯୌତୁକ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି, ମହିଳାଙ୍କ ବାପାଙ୍କ ଏନକାଉଣ୍ଟର ଦାବି ପରେ ଆକ୍ସନରେ ପୋଲିସ

ନୂଆଦିଲ୍ଲୀ,୨୪ା୮: ଗ୍ରେଟର ନୋଏଡାରେ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ ବିପିନ ଭାଟୀଙ୍କୁ ପୋଲିସ ହେପାଜତରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୁଳି କରିଛି। ବିପିନଙ୍କ ପତ୍ନୀ ନିକ୍କୀ ଭାଟୀ (୨୮) ତାଙ୍କ ଶାଶୁଘରେ ଆକ୍ରମଣ ଓ ନିଆଁ ଲଗାଇ ହତ୍ୟାର ଶିକାର ହୋଇଥିଲେ। ଗୁରୁବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ନିକ୍କୀଙ୍କ ମୃତ୍ୟୁ ହୋଇଥିଲା।

ନିକ୍କୀଙ୍କ ଭଉଣୀ କାଞ୍ଚନ, ଯିଏ ବିପିନଙ୍କ ଭାଇ ରୋହିତଙ୍କୁ ବିବାହ କରିଛନ୍ତି, ଅଭିଯୋଗ କରିଛନ୍ତି ଯେ ବିପିନ ଓ ତାଙ୍କ ମା’ ଦୟା ମିଳିତ ଭାବେ ନିକ୍କୀଙ୍କୁ ନିଆଁ ଲଗାଇଥିଲେ। କାଞ୍ଚନ ଶେୟାର କରିଥିବା ଏକ ଭିଡିଓରେ ବିପିନ ଓ ତାଙ୍କ ମା’ ନିକ୍କୀଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଅନ୍ୟ ଏକ ଦୃଶ୍ୟରେ ନିକ୍କୀ ନିଆଁରେ ଜଳି ସିଢ଼ିରୁ ଖସି ପଡୁଥିବା ଦେଖାଯାଇଛି। ବିପିନଙ୍କୁ ଗିରଫ କରାଯାଇଥିବା ବେଳେ, ତାଙ୍କ ମା’ ଦୟା, ବାପା ସତ୍ୟବୀର ଓ ଭାଇ ରୋହିତ ଫେରାର ଅଛନ୍ତି।

ରବିବାର ସକାଳେ ନିକ୍କୀଙ୍କ ବାପା ଭିକାରୀ ସିଂ ପାୟଲା ଗଣମାଧ୍ୟମକୁ କହିଥିଲେ, “ସେମାନେ ହତ୍ୟାକାରୀ, ସେମାନଙ୍କୁ ଗୁଳି କରାଯାଉ, ଘର ଭାଙ୍ଗି ଦିଅ। ମୋ ଝିଅ ପାର୍ଲର ଚଳାଇ ପୁଅକୁ ମଣିଷ କରୁଥିଲା। ସେମାନେ ତାକୁ ନିର୍ଯାତନା ଦେଇ ହତ୍ୟା କଲେ।” ଏହାର କିଛି ଘଣ୍ଟା ପରେ ବିପିନ ପୋଲିସ ହେପାଜତରୁ ପଳାଇବାକୁ ଚେଷ୍ଟା କରି ଗୁଳିବିଦ୍ଧ ହୋଇଛନ୍ତି।

ବରିଷ୍ଠ ପୋଲିସ ଅଧିକାରୀ ସୁଧୀର କୁମାର କହିଛନ୍ତି, “ଆଜି ବିପିନଙ୍କୁ ନିଆଁ ଲଗାଇବା ପାଇଁ ବ୍ୟବହୃତ ଜ୍ୱଳନ୍ତ ତରଳ ପଦାର୍ଥର ବୋତଲ ଉଦ୍ଧାର କରିବାକୁ ତାଙ୍କ ଘରକୁ ନିଆଯାଇଥିଲା। ସେ ଜଣେ ପୋଲିସଙ୍କ ପିସ୍ତଲ ଛଡ଼ାଇ ଗୁଳି ଚଳାଇଥିଲେ। ଜବାବୀ ଗୁଳିରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା।”

ଗୁଳିବିଦ୍ଧ ହେବା ପରେ ବିପିନ ଏଏନଆଇକୁ କହିଛନ୍ତି, “ମୁଁ କିଛି କରିନାହିଁ। ସେ ନିଜେ ମରିଗଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସବୁଠି ହୁଏ, ଏହା କୌଣସି ବଡ଼ କଥା ନୁହେ।”

ଏନକାଉଣ୍ଟର ପରେ ନିକ୍କୀଙ୍କ ବାପା କହିଛନ୍ତି, “ମୁଁ ଖୁସି। ଏପରି ଲୋକଙ୍କୁ ଗୁଳି କରାଯାଉ କିମ୍ବା ଫାଶୀ ଦିଆଯାଉ। ତାଙ୍କୁ ଛାତିରେ ଗୁଳି କରାଯାଇଥାନ୍ତା। ଯେଉଁମାନେ ଫେରାର ଅଛନ୍ତି, ସେମାନଙ୍କୁ ଫାଶୀ ଦିଆଯାଉ।” ନିକ୍କୀ ଓ କାଞ୍ଚନ ୨୦୧୬ ଡିସେମ୍ବର ୧୦ରେ ଭାଇ ବିପିନ ଓ ରୋହିତଙ୍କୁ ବିବାହ କରିଥିଲେ।

କାଞ୍ଚନ କହିଛନ୍ତି, “ଆମ ବାପା ଏକ ସ୍କର୍ପିଓ ଏସୟୁଭି, ରୟାଲ ଏନଫିଲ୍ଡ ବାଇକ, ନଗଦ ଓ ସୁନା ଦେଇଥିଲେ। କର୍ବା ଚୌଥରେ ମଧ୍ୟ ଉପହାର ପଠାଯାଉଥିଲା। କିନ୍ତୁ ଶାଶୁଘର ଲୋକେ ସନ୍ତୁଷ୍ଟ ନଥିଲେ। ସେମାମେ ଆମ ପରିବାର ଦେଇଥିବା ପୋଷାକର ମୂଲ୍ୟ ୨ ଟଙ୍କା ବୋଲି କଟୁକଥା କହୁଥିଲେ।” କାଞ୍ଚନ ଅଭିଯୋଗ କରିଛନ୍ତି ଯେ ବିପିନ ଓ ରୋହିତ ରାତି ଅଧିକା ବାହାରେ ରହୁଥିଲେ ଓ ସ୍ତ୍ରୀଙ୍କ ଫୋନ ଉଠାଉ ନଥିଲେ। “ଆମେ ପଚାରିଲେ ଝଗଡ଼ା କରୁଥିଲେ। ଅନ୍ୟ ମହିଳାଙ୍କ ସହ ସମୟ କାଟୁଥିଲେ ଓ ପ୍ରଶ୍ନ କଲେ ମାଡ଼ ମାରୁଥିଲେ। ଆମ ରାତିଗୁଡ଼ିକ କାନ୍ଦି କାନ୍ଦି ବିତୁଥିଲା,” କାଞ୍ଚନ କହିଛନ୍ତି।

ସେ କହିଛନ୍ତି, “ଆମେ ଦୁଇ ଭଉଣୀ ଏକ ମେକଅପ ଷ୍ଟୁଡିଓ ଚଳାଉଥିଲୁ, କିନ୍ତୁ ଶାଶୁଘର ଲୋକେ ଏହା ପସନ୍ଦ କରୁ ନଥିଲେ। ସେମାନେ ଆମ ରୋଜଗାର ନେଇ ଯାଉଥିଲେ ଓ ଏହା ନେଇ ମାଡ଼ ମାରୁଥିଲେ। ମୁଁ ଭିଡିଓ ନ ଉଠାଇଥିଲେ, ମୋ ଭଉଣୀଙ୍କ ମୃତ୍ୟୁର ସତ୍ୟ କେହି ଜାଣି ପାରି ନଥାନ୍ତେ। ମୁଁ ପାଣି ଢାଳି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ମଝିରେ ଜ୍ଞାନ ହରାଇଥିଲି।”

ନିକ୍କୀ ଓ ବିପିନଙ୍କ ଛଅ ବର୍ଷର ପୁଅ ତାଙ୍କ ମା’ଙ୍କ ଉପରେ ହୋଇଥିବା ନିର୍ଯାତନା ଓ ମୃତ୍ୟୁ ଦେଖିଛି। ସେ କହିଛି, “ସେମାନେ ପ୍ରଥମେ ମମିଙ୍କ ଉପରେ କିଛି ଢାଳିଲେ। ତା’ପରେ ତାଙ୍କୁ ଚାପୁଡ଼ା ମାରିଲେ, ପରେ ଲାଇଟରରେ ନିଆଁ ଲଗାଇ ଦେଲେ।”


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri