Posted inଜାତୀୟ

ଯୌତୁକ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି, ମହିଳାଙ୍କ ବାପାଙ୍କ ଏନକାଉଣ୍ଟର ଦାବି ପରେ ଆକ୍ସନରେ ପୋଲିସ

ନୂଆଦିଲ୍ଲୀ,୨୪ା୮: ଗ୍ରେଟର ନୋଏଡାରେ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ ବିପିନ ଭାଟୀଙ୍କୁ ପୋଲିସ ହେପାଜତରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଗୁଳି କରିଛି। ବିପିନଙ୍କ ପତ୍ନୀ ନିକ୍କୀ ଭାଟୀ (୨୮) ତାଙ୍କ ଶାଶୁଘରେ ଆକ୍ରମଣ ଓ ନିଆଁ ଲଗାଇ ହତ୍ୟାର ଶିକାର ହୋଇଥିଲେ। ଗୁରୁବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ନିକ୍କୀଙ୍କ ମୃତ୍ୟୁ ହୋଇଥିଲା।

ନିକ୍କୀଙ୍କ ଭଉଣୀ କାଞ୍ଚନ, ଯିଏ ବିପିନଙ୍କ ଭାଇ ରୋହିତଙ୍କୁ ବିବାହ କରିଛନ୍ତି, ଅଭିଯୋଗ କରିଛନ୍ତି ଯେ ବିପିନ ଓ ତାଙ୍କ ମା’ ଦୟା ମିଳିତ ଭାବେ ନିକ୍କୀଙ୍କୁ ନିଆଁ ଲଗାଇଥିଲେ। କାଞ୍ଚନ ଶେୟାର କରିଥିବା ଏକ ଭିଡିଓରେ ବିପିନ ଓ ତାଙ୍କ ମା’ ନିକ୍କୀଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଅନ୍ୟ ଏକ ଦୃଶ୍ୟରେ ନିକ୍କୀ ନିଆଁରେ ଜଳି ସିଢ଼ିରୁ ଖସି ପଡୁଥିବା ଦେଖାଯାଇଛି। ବିପିନଙ୍କୁ ଗିରଫ କରାଯାଇଥିବା ବେଳେ, ତାଙ୍କ ମା’ ଦୟା, ବାପା ସତ୍ୟବୀର ଓ ଭାଇ ରୋହିତ ଫେରାର ଅଛନ୍ତି।

ରବିବାର ସକାଳେ ନିକ୍କୀଙ୍କ ବାପା ଭିକାରୀ ସିଂ ପାୟଲା ଗଣମାଧ୍ୟମକୁ କହିଥିଲେ, “ସେମାନେ ହତ୍ୟାକାରୀ, ସେମାନଙ୍କୁ ଗୁଳି କରାଯାଉ, ଘର ଭାଙ୍ଗି ଦିଅ। ମୋ ଝିଅ ପାର୍ଲର ଚଳାଇ ପୁଅକୁ ମଣିଷ କରୁଥିଲା। ସେମାନେ ତାକୁ ନିର୍ଯାତନା ଦେଇ ହତ୍ୟା କଲେ।” ଏହାର କିଛି ଘଣ୍ଟା ପରେ ବିପିନ ପୋଲିସ ହେପାଜତରୁ ପଳାଇବାକୁ ଚେଷ୍ଟା କରି ଗୁଳିବିଦ୍ଧ ହୋଇଛନ୍ତି।

ବରିଷ୍ଠ ପୋଲିସ ଅଧିକାରୀ ସୁଧୀର କୁମାର କହିଛନ୍ତି, “ଆଜି ବିପିନଙ୍କୁ ନିଆଁ ଲଗାଇବା ପାଇଁ ବ୍ୟବହୃତ ଜ୍ୱଳନ୍ତ ତରଳ ପଦାର୍ଥର ବୋତଲ ଉଦ୍ଧାର କରିବାକୁ ତାଙ୍କ ଘରକୁ ନିଆଯାଇଥିଲା। ସେ ଜଣେ ପୋଲିସଙ୍କ ପିସ୍ତଲ ଛଡ଼ାଇ ଗୁଳି ଚଳାଇଥିଲେ। ଜବାବୀ ଗୁଳିରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା।”

ଗୁଳିବିଦ୍ଧ ହେବା ପରେ ବିପିନ ଏଏନଆଇକୁ କହିଛନ୍ତି, “ମୁଁ କିଛି କରିନାହିଁ। ସେ ନିଜେ ମରିଗଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସବୁଠି ହୁଏ, ଏହା କୌଣସି ବଡ଼ କଥା ନୁହେ।”

ଏନକାଉଣ୍ଟର ପରେ ନିକ୍କୀଙ୍କ ବାପା କହିଛନ୍ତି, “ମୁଁ ଖୁସି। ଏପରି ଲୋକଙ୍କୁ ଗୁଳି କରାଯାଉ କିମ୍ବା ଫାଶୀ ଦିଆଯାଉ। ତାଙ୍କୁ ଛାତିରେ ଗୁଳି କରାଯାଇଥାନ୍ତା। ଯେଉଁମାନେ ଫେରାର ଅଛନ୍ତି, ସେମାନଙ୍କୁ ଫାଶୀ ଦିଆଯାଉ।” ନିକ୍କୀ ଓ କାଞ୍ଚନ ୨୦୧୬ ଡିସେମ୍ବର ୧୦ରେ ଭାଇ ବିପିନ ଓ ରୋହିତଙ୍କୁ ବିବାହ କରିଥିଲେ।

କାଞ୍ଚନ କହିଛନ୍ତି, “ଆମ ବାପା ଏକ ସ୍କର୍ପିଓ ଏସୟୁଭି, ରୟାଲ ଏନଫିଲ୍ଡ ବାଇକ, ନଗଦ ଓ ସୁନା ଦେଇଥିଲେ। କର୍ବା ଚୌଥରେ ମଧ୍ୟ ଉପହାର ପଠାଯାଉଥିଲା। କିନ୍ତୁ ଶାଶୁଘର ଲୋକେ ସନ୍ତୁଷ୍ଟ ନଥିଲେ। ସେମାମେ ଆମ ପରିବାର ଦେଇଥିବା ପୋଷାକର ମୂଲ୍ୟ ୨ ଟଙ୍କା ବୋଲି କଟୁକଥା କହୁଥିଲେ।” କାଞ୍ଚନ ଅଭିଯୋଗ କରିଛନ୍ତି ଯେ ବିପିନ ଓ ରୋହିତ ରାତି ଅଧିକା ବାହାରେ ରହୁଥିଲେ ଓ ସ୍ତ୍ରୀଙ୍କ ଫୋନ ଉଠାଉ ନଥିଲେ। “ଆମେ ପଚାରିଲେ ଝଗଡ଼ା କରୁଥିଲେ। ଅନ୍ୟ ମହିଳାଙ୍କ ସହ ସମୟ କାଟୁଥିଲେ ଓ ପ୍ରଶ୍ନ କଲେ ମାଡ଼ ମାରୁଥିଲେ। ଆମ ରାତିଗୁଡ଼ିକ କାନ୍ଦି କାନ୍ଦି ବିତୁଥିଲା,” କାଞ୍ଚନ କହିଛନ୍ତି।

ସେ କହିଛନ୍ତି, “ଆମେ ଦୁଇ ଭଉଣୀ ଏକ ମେକଅପ ଷ୍ଟୁଡିଓ ଚଳାଉଥିଲୁ, କିନ୍ତୁ ଶାଶୁଘର ଲୋକେ ଏହା ପସନ୍ଦ କରୁ ନଥିଲେ। ସେମାନେ ଆମ ରୋଜଗାର ନେଇ ଯାଉଥିଲେ ଓ ଏହା ନେଇ ମାଡ଼ ମାରୁଥିଲେ। ମୁଁ ଭିଡିଓ ନ ଉଠାଇଥିଲେ, ମୋ ଭଉଣୀଙ୍କ ମୃତ୍ୟୁର ସତ୍ୟ କେହି ଜାଣି ପାରି ନଥାନ୍ତେ। ମୁଁ ପାଣି ଢାଳି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ମଝିରେ ଜ୍ଞାନ ହରାଇଥିଲି।”

ନିକ୍କୀ ଓ ବିପିନଙ୍କ ଛଅ ବର୍ଷର ପୁଅ ତାଙ୍କ ମା’ଙ୍କ ଉପରେ ହୋଇଥିବା ନିର୍ଯାତନା ଓ ମୃତ୍ୟୁ ଦେଖିଛି। ସେ କହିଛି, “ସେମାନେ ପ୍ରଥମେ ମମିଙ୍କ ଉପରେ କିଛି ଢାଳିଲେ। ତା’ପରେ ତାଙ୍କୁ ଚାପୁଡ଼ା ମାରିଲେ, ପରେ ଲାଇଟରରେ ନିଆଁ ଲଗାଇ ଦେଲେ।”


Enter your email to get our daily news in your inbox.

All Right Reserved By Dharitri.Com

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri