ବ୍ଲକ ସ୍ତରୀୟ କବାଡି-ଖୋକୋରେ ଅଂଶ ଗ୍ରହଣ ନେଇ ସନ୍ଦେହ, ବୀରମହାରାଜପୁର ଜୋନରେ ହୋଇନି ଜୋନ ସ୍ତରୀୟ ଚୟନ

ଅମରପାଲି,୧୮।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ହାଇସ୍କୁଲ ରେ ଗୁରୁବାର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ହେବ। ଏଥିରେ ବ୍ଲକର ତିନୋଟି ଜୋନରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ମାତ୍ର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର ରେ ପ୍ରତିଯୋଗୀ ଅଂଶ ଗ୍ରହଣ ନେଇ ସନ୍ଦେହ ଦେଖା ଦେଇଛି।

ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ କୁ ତିନୋଟି ଜୋନରେ ସ୍କୁଲ ଗୁଡିକୁ ଭାଗ କରାଯାଇଥିଲା। ସୁବଳୟା ଜୋନ ପାଇଁ ପିତାମହୁଲ ହାଇସ୍କୁଲରେ ଓ ଅମରପାଲି ଜୋନ ପାଇଁ ଅମରପାଲି ହାଇସ୍କୁଲରେ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର କରାଯାଇଥିଲା। ଉଭୟ ବାଳିକା ଓ ବାଳକ ବିଭାଗର ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବର୍ଗ ରେ ଉଭୟ କବାଡି ଓ ଖୋକୋ ଖେଳାଳି ଚୟନ ହୋଇଥିଲା। ଏଥିରେ ଉଭୟ ସୁବଳୟା ଓ ଅମରପାଲି ଜୋନରେ ବିଭିନ୍ନ ସ୍କୁଲରୁ ପ୍ରାୟ ୨୩୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମାତ୍ର ବୀରମହାରାଜପୁର ଜୋନ ପାଇଁ ଉକ୍ତ ଖେଳାଳି ଚୟନ ଶିବିର ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଜୋନ ର ବିଭିନ୍ନ ସ୍କୁଲର ଖୋକୋ ଏବଂ କବାଡି ଖେଳାଳି ଉକ୍ତ ଚୟନ ଶିବିର ରେ ଅଂଶ ଗ୍ରହଣ କରି ପାରି ନାହିଁ। ତେବେ ଗୁରୁବାର ପିତାମହୁଲ ହାଇସ୍କୁଲରେ ହେବାକୁଥିବା ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର ରେ ଏହି ଜୋନର ବିଭିନ୍ନ ସ୍କୁଲର ଖେଳାଳି ଅଂଶ ଗ୍ରହଣ କରିବା ନେଇ ସନ୍ଦେହ ଦେଖା ଦେଇଛି। ତେବେ ଉକ୍ତ ଜୋନରୁ କେଉଁ କେଉଁ ଖେଳାଳି ଅଂଶ ଗ୍ରହଣ କରିବେ ତାହା ଏବେ ପ୍ରଶ୍ନବାଚୀ ଦେଖା ଦେଇଛି। ସରକାର ସ୍କୁଲ ସ୍ତର ରୁ ପ୍ରତିଭା ଚୟନ ପାଇଁ କରିଥିବା ପ୍ରୟାସ ଏବେ ବୀରମହାରାଜପୁର ରେ ଏକ ପ୍ରକାର ମୂଲ୍ୟହୀନ ହୋଇ ପଡ଼ିଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ କେତେକ ର୍ନିଦ୍ଦିଷ୍ଟ ସ୍କୁଲ ରୁ କବାଡି ଓ ଖୋକୋ ଦଳ କୁ ବ୍ଲକ ସ୍ତରୀୟ ଚୟନ ରେ ଅଂଶ ଗ୍ରହଣ ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି। ଏନେଇ ବୀରମହାରାଜପୁର ବିଇଓ ଗଣେଶ କିଶନଙ୍କୁ ପଚାରିବାରୁ ସେ ବିଷୟ ରେ ଜାଣି ନ ଥିବା କହିବା ସହିତ ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକଙ୍କୁ ପଚାରିବାରୁ କହିଥିଲେ। ଏନେଇ ଦାୟିତ୍ୱରେ ଥିବା ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକ ପ୍ରଦୀପ ମହାନନ୍ଦ ଙ୍କୁ ପଚାରିବାରୁ ସେ ବୀରମହାରାଜପୁର ହାଇସ୍କୁଲ ରେ ଜୋନ ସ୍ତରୀୟ ହୋଇଛି ବୋଲି କହିଥିଲେ। ତେବେ ବିଭାଗ ଏହାର ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri