ବ୍ଲକ ସ୍ତରୀୟ କବାଡି-ଖୋକୋରେ ଅଂଶ ଗ୍ରହଣ ନେଇ ସନ୍ଦେହ, ବୀରମହାରାଜପୁର ଜୋନରେ ହୋଇନି ଜୋନ ସ୍ତରୀୟ ଚୟନ

ଅମରପାଲି,୧୮।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ହାଇସ୍କୁଲ ରେ ଗୁରୁବାର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ହେବ। ଏଥିରେ ବ୍ଲକର ତିନୋଟି ଜୋନରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ମାତ୍ର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର ରେ ପ୍ରତିଯୋଗୀ ଅଂଶ ଗ୍ରହଣ ନେଇ ସନ୍ଦେହ ଦେଖା ଦେଇଛି।

ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ କୁ ତିନୋଟି ଜୋନରେ ସ୍କୁଲ ଗୁଡିକୁ ଭାଗ କରାଯାଇଥିଲା। ସୁବଳୟା ଜୋନ ପାଇଁ ପିତାମହୁଲ ହାଇସ୍କୁଲରେ ଓ ଅମରପାଲି ଜୋନ ପାଇଁ ଅମରପାଲି ହାଇସ୍କୁଲରେ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର କରାଯାଇଥିଲା। ଉଭୟ ବାଳିକା ଓ ବାଳକ ବିଭାଗର ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବର୍ଗ ରେ ଉଭୟ କବାଡି ଓ ଖୋକୋ ଖେଳାଳି ଚୟନ ହୋଇଥିଲା। ଏଥିରେ ଉଭୟ ସୁବଳୟା ଓ ଅମରପାଲି ଜୋନରେ ବିଭିନ୍ନ ସ୍କୁଲରୁ ପ୍ରାୟ ୨୩୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମାତ୍ର ବୀରମହାରାଜପୁର ଜୋନ ପାଇଁ ଉକ୍ତ ଖେଳାଳି ଚୟନ ଶିବିର ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଜୋନ ର ବିଭିନ୍ନ ସ୍କୁଲର ଖୋକୋ ଏବଂ କବାଡି ଖେଳାଳି ଉକ୍ତ ଚୟନ ଶିବିର ରେ ଅଂଶ ଗ୍ରହଣ କରି ପାରି ନାହିଁ। ତେବେ ଗୁରୁବାର ପିତାମହୁଲ ହାଇସ୍କୁଲରେ ହେବାକୁଥିବା ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ଶିବିର ରେ ଏହି ଜୋନର ବିଭିନ୍ନ ସ୍କୁଲର ଖେଳାଳି ଅଂଶ ଗ୍ରହଣ କରିବା ନେଇ ସନ୍ଦେହ ଦେଖା ଦେଇଛି। ତେବେ ଉକ୍ତ ଜୋନରୁ କେଉଁ କେଉଁ ଖେଳାଳି ଅଂଶ ଗ୍ରହଣ କରିବେ ତାହା ଏବେ ପ୍ରଶ୍ନବାଚୀ ଦେଖା ଦେଇଛି। ସରକାର ସ୍କୁଲ ସ୍ତର ରୁ ପ୍ରତିଭା ଚୟନ ପାଇଁ କରିଥିବା ପ୍ରୟାସ ଏବେ ବୀରମହାରାଜପୁର ରେ ଏକ ପ୍ରକାର ମୂଲ୍ୟହୀନ ହୋଇ ପଡ଼ିଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ କେତେକ ର୍ନିଦ୍ଦିଷ୍ଟ ସ୍କୁଲ ରୁ କବାଡି ଓ ଖୋକୋ ଦଳ କୁ ବ୍ଲକ ସ୍ତରୀୟ ଚୟନ ରେ ଅଂଶ ଗ୍ରହଣ ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି। ଏନେଇ ବୀରମହାରାଜପୁର ବିଇଓ ଗଣେଶ କିଶନଙ୍କୁ ପଚାରିବାରୁ ସେ ବିଷୟ ରେ ଜାଣି ନ ଥିବା କହିବା ସହିତ ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକଙ୍କୁ ପଚାରିବାରୁ କହିଥିଲେ। ଏନେଇ ଦାୟିତ୍ୱରେ ଥିବା ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକ ପ୍ରଦୀପ ମହାନନ୍ଦ ଙ୍କୁ ପଚାରିବାରୁ ସେ ବୀରମହାରାଜପୁର ହାଇସ୍କୁଲ ରେ ଜୋନ ସ୍ତରୀୟ ହୋଇଛି ବୋଲି କହିଥିଲେ। ତେବେ ବିଭାଗ ଏହାର ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri