ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ ଶହ ଲୋକ ଏକତ୍ରିତ ହୋଇ ଶୋକ କରିଥିଲେ। ସେଠାରେ ଥିବା ଲୋକେ ଆକାଶରେ ଦୁଇଟି ଇନ୍ଦ୍ରଧନୁ ଦେଖିଥିଲେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଆଉ ଉପସ୍ଥିତ ଥିବା ଲୋକେ ଫଟୋ ଉଠାଇବା ସହ ଭିଡିଓ କରିବାକୁ ଲାଗିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଖବରଦାତା ଜେନିଫର ଭାଲେଣ୍ଟାଇନ କହିଛନ୍ତି, ଦୁଇଟି ଇନ୍ଦ୍ରଧନୁ ଜୀବନର ଏକ ପରିବର୍ତ୍ତନର ପ୍ରତୀକ ଅଟେ। ପ୍ରାଣ ତ୍ୟାଗ କରିବା ପରେ ଏହା ସ୍ବର୍ଗର ଏକ ଦ୍ୱାର ହୋଇଥାଏ ବୋଲି ସେ କହିଛନ୍ତି।

Share