ରାଜଧାନୀରେ ଡବଲ ହେଲ୍‌ମେଟ୍‌ ଚେକିଂ: ୫୦ରୁ ଊର୍ଦ୍ଧ୍ୱ ଅମାନିଆ ଜରିମାନା ଗଣିଲେ

ଭୁବନେଶ୍ୱର,୨।୧(ବ୍ୟୁରୋ): କିଛିଦିନର ନିସ୍ତାର ଓ ସଚେତନତା ପରେ ଜାନୁୟାରୀ ୧ରୁ ଡବଲ ହେଲମେଟ୍‌ ଚେକିଂ ଆରମ୍ଭ ହୋଇଛି। ବାଇକ ଚଲାଇବା ସମୟରେ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ ହେଲ୍‌ମେଟ୍‌ ଚେକିଂ କରାଯାଇଥିଲା। ଚେକିଂ ସମୟରେ ୫୦ରୁ ଊର୍ଦ୍ଧ୍ୱ ଅମାନିଆ ପୋଲିସ ହାତରେ ଧରାପଡିଥିଲେ। ନୂତନ ମୋଟର ଯାନ ନିୟମ ଅନୁଯାୟୀ, ସେମାନଙ୍କ ନିକଟରୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥଲା। ତେବେ ପ୍ରଥମ ଦିନରେ ଚେକିଂ ସାମାନ୍ୟ କୋହଳ କରାଯାଇଥିବାବେଳେ ଲୋକଙ୍କୁ ସଚେତନ କରାଯାଇଥିଲା। ଶନିବାରଠାରୁ ଡବଲ ହେଲ୍‌ମେଟ୍‌ ଚେକିଂ କଡାକଡି କରାଯିବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଥିବାବେଳେ କିଛିମାସ ତଳେ ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ପାଇଁ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୁଳକ କରାଯାଇଥିଲା। ଜାନୁୟାରୀ ୧ରୁ ଏହି ନିୟମ କଡାକଡି ପାଇଁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଏହି ନିୟମ ଲାଗୁ କରାଯିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଭୟ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ଜରିମାନା ସହ ସାମୟିକ ସମୟ ପାଇଁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। କରୋନା ପାଇଁ ଗାଡି ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ରରେ ବିଳମ୍ବ ହେଉଥିବାରୁ ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି। ହେଲେ ଏହା ମଧ୍ୟରେ ଯେଉଁ ବ୍ୟକ୍ତି ହେଲ୍‌ମେଟ୍‌ ନ ପିନ୍ଧି ଗାଡି ଚଳାଉଥିବା ସମୟରେ ଧରାପଡିବେ ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯିବ। କାଗଜପତ୍ର ନ ଥିଲେ ସେହି ଅନୁଯାୟୀ ଜରିମାନା ଲାଗୁ କରାଯିବ। ତେବେ ନିଶାସକ୍ତ ବ୍ୟକ୍ତି ଯଦି ଗାଡି ଚଲାଇବା ସମୟରେ ଧରାପଡେ ତାଙ୍କର ସମସ୍ତ କାଗଜପତ୍ର ଥିଲେ ମଧ୍ୟ ତାଙ୍କୁ ଜେଲ ପଠାଯିବ ବୋଲି ଟ୍ରାଫିକ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri