ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ ହକ ନିମନ୍ତେ ସ୍ବର ଉତ୍ତୋଳନ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ରାଜ୍ୟରେ ବହୁ ପ୍ରତୀକ୍ଷିତ ଡବଲ ଇଞ୍ଜିନ ସରକାର ଆସିଲା ପରେ ଲୋକଙ୍କ ମନରେ ଯେଉଁ ସବୁ ଆଶା ଥିଲାସ୍‌, ନିରାଶାରେ ପରିଣତ ହେଲ ଦରଦାମ ଠାରୁ ଆରମ୍ଭ କରି ଯୁବକ/ଯୁବତୀଙ୍କ କର୍ମ ସଂସ୍ଥାନରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଡବଲ ଇଞ୍ଜିନ ସରକାର ବିକାଶ ନାମରେ ଲୋକଙ୍କ ବିନାଶ କରିବାରେ ଲାଗିଛି । ଲୋକଙ୍କୁ ଧୋକା ଦେବା ସହ ଆଇନ ଶୃଙ୍ଖଳାରେ ବିଫଳତା ହୋଇଛି ମୋହନ ସରକାର ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏନେଇ ସ୍ଥାନୀୟ ଲକ୍ଷ୍ମଣ ଭବନଠାରୁ ଶତାଧିକ ମହିଳା ପୁରୁଷମାନେ ହାତରେ ଦଳୀୟ ପତାକା ଧରି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ନିତ୍ୟ ବ୍ୟବହୃତ ଦ୍ରବ୍ୟର ଦରଦାମ ବୃଦ୍ଧି ହ୍ରାସ କରିବା , ୩ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣା ପ୍ରଦାନ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରାଯାଉ, କରାତଳି ତାମ୍ପରା ଆନ୍ଧ୍ର ମାଫିଆ ବେଆଇନ ଦଖଲ ଓ କବଳରୁ ମୁକ୍ତ କରି ତୁରନ୍ତ ପୁନରୁଦ୍ଧାର କରାଯାଉ, ସମସ୍ତ ଚାଷୀଙ୍କ ଉପରୁ କୃଷି ଋଣ ଛାଡ କରିବା, ରେସନ କାର୍ଡରେ ବାଦ ପଡିଥିବା ହିତାଧିକାରୀଙ୍କୁ କାଡ ପ୍ରଦାନ କରିବା , ପରିବାରର ସମସ୍ତ ସଭ୍ୟଙ୍କୁ ଆୟୁଷ୍ମାନ ଭାରତରେ ସଂଯୁକ୍ତ କରାଯାଉ ଏବଂ ତୃଟି ସଂଶୋଧନ ପର୍ଯ୍ୟନ୍ତ ବିଏସକେୱାଇ କାର୍ଡ କାର୍ଯ୍ୟକାରୀ କରାଯାଉ, ୬୦ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ଚାଷୀ ମୂଲିଆଙ୍କୁ ୩୫୦୦ଟଙ୍କା ଭତ୍ତା ଯୋଗାଇ ଦିଆଯାଉ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଖାଲି ପଡିଥିବା ସମସ୍ତ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଉ, ସମସ୍ତ ବ୍ଲକରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କରି ଚାଷୀମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଉ, ଆଇଆରଇଏଲ, ଗୋପାଳପୁର ବନ୍ଦର, ଟାଟା କମ୍ପାନୀ, ଟିଟାନିୟମ, ଦୀପକ ଫଟିଲାଇନଜର ଓ ଗ୍ରାସିମ ଇଣ୍ଡଷ୍ଟ୍ରିରେ ସ୍ଥାନୀୟ ଯୁବକ/ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ବିଭିନ୍ନ ଦାବୀ ସମ୍ପର୍କରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ଓ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ ନିଜ ନିଜ ଅଭିଭାଷଣ କହିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତିକୁ କଡା ସମାଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଭ୍ୟା ଏନ.ଭାନୁମତୀ ରେଡ୍ଡୀ , ଛତ୍ରପୁର ଜୋନାଲ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, ସହ-ସମ୍ପାଦକ ଦୁର୍ଯ୍ୟେଧନ ପରିଡା, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ମାଗୁଣୀ ବିଷୋୟୀ, ମଥୁରା ଚରଣ ସୁବୁଦ୍ଧି, ସେନାପତି ନାହାକ,ଆଦିଦ୍ୟ ମିଶ୍ର,ଏନ.ମୁନାପାତ୍ରା, ସିମାଞ୍ଚଳ ସାହୁ,ସନ୍ୟାସୀ ପ୍ରଧାନ, କେଶବ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଅଂଚଳବାସୀ ଆବଶ୍ୟକତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri