ବ୍ଲକ୍‌ ହେବ ୩୦ ହଜାରରୁ ଅଧିକ ମୋବାଇଲ ନମ଼୍ବର

ନୂଆଦିଲ୍ଲୀ, ୧୯।୬: ଅନ୍‌ଲାଇନ୍‌ ସହ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଡିଜିଟାଲ୍‌ ଠକମାନେ ଲାଗିପଡ଼ିଛନ୍ତି । ପାର୍ସଲ ଠାରୁ ଆରମ୍ଭ କରି ବିଜୁଳି ବିଲ୍‌ ପର୍ଯ୍ୟନ୍ତ ସମସ୍ତ ଉପାୟ ପ୍ରୟୋଗ କରି ଲୋକଙ୍କୁ ଠକି ପଇସା ଲୁଟୁଛନ୍ତି । ବିଜୁଳି ବିଲ୍‌ କେୟାସି ଅପଡେଟ୍‌ କରିବାକୁ କହୁଥିବାରୁ ଏଥିରେ ଅନେକ ଲୋକ ବିଶ଼୍ବସ କରି ଟଙ୍କା ହରାଇଛନ୍ତି । ତେବେ ଏହିଭଳି ଠକାମିରେ ଲଗାମ୍‌ ଲଗାଇବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ ବା ଡିଓଟି ବଡ଼ ପଦକ୍ଷେପ ନେଇଛି । ୩୯୨ଟି ମୋବାଇଲ୍‌ ଫୋନ୍‌ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଦେଇଛି ।

ଠକମାନେ ଏସ୍‌ଏମ୍‌ଏସ କିମ଼୍ବା ହ଼୍ବାଟ୍ସ ଆପ୍‌ ଜରିଆରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ । କେୱାସି ଅପ୍‌ଡେଟ୍‌ ନକଲେ ସେମନଙ୍କର କନେକ୍ସନ କାଟିଦିଆଯିବ ବୋଲି ସେମାନେ କହୁଥିଲେ । ଏହି ମେସେଜ୍‌ରେ ଏକ ଲିଙ୍କ୍‌ ଆସୁଥିଲା କିମ଼୍ବା ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଦେବାକୁ ଫର୍ମ ଆସୁଥିଲା । ଏହାକୁ କ୍ଲିକ୍‌ କରିବା ପରେ ଟଙ୍କା ହରାଉଥିଲେ ଲୋକେ ।

ଡିଓଟିର ଚକ୍ଷୁ ପୋର୍ଟାଲରେ ଏନେଇ ବାରମ଼୍ବାର ଆଭିଯୋଗ ଦାଖଲ ହୋଇଥିଲା । ଏହାପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଦ଼୍ବାରା ଏକ ତର୍ଜମା କରାଯାଇଥିଲା । ଏହାକୁ ଆଧାର କରି ଡିଓଟି ୩୯୨ ମୋବାଇଲ୍‌ ଏବଂ ୩୧,୭୪୦ରୁ ଅଧିକ ମୋବାଇଲ୍‌ ନମ଼୍ବର ଠକେଇରେ ବ୍ୟବହାର ହୋଇଥିବା ଜାଣିବାକୁ ପାଇଥିଲା । ତେଣୁ ଏଗୁଡ଼ିକୁ ବ୍ଲକ୍‌ କରିବାକୁ ଟେଲିକମ୍‌ କମ୍ପାନୀମାନଙ୍କୁ ଡିଓଟି ନିର୍ଦ୍ଦେଶ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri