Posted inଖେଳ

ଡୋପ୍‌ ଟେଷ୍ଟ: ଜାଡେଜା ଆଗରେ

ନୂଆଦିଲ୍ଲୀ,୧୦ା୮(ପି.ଟି.): ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ କ୍ରିକେଟରମାନଙ୍କ ଡୋପ୍‌ ଟେଷ୍ଟିଂକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସମୁଦାୟ ୫୫ ଜଣ କ୍ରିକେଟରଙ୍କଠାରୁ ୫୮ ଥର ନମୁନା(ସାମ୍ପଲ) ସଂଗ୍ରହ କରାଯାଇଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କଠାରୁ ସର୍ବାଧିକ ୩ ଥର ଏହି ନମୁନା ସଂଗ୍ରହ କରାଯାଇଛି। ଜୁନ୍‌ ମାସ ମଧ୍ୟରେ ୫୫ ଜଣ ପୁରୁଷ ଓ ମହିଳା କ୍ରିକେଟରଙ୍କଠାରୁ ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଜାନୁୟାରୀରୁ ଜୁନ୍‌ ମାସ ମଧ୍ୟରେ ନମୁନା ସଂଗ୍ରହ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜା ସର୍ବାଧିକ ଥର ଦେଇଛନ୍ତି। ଜାଡେଜାଙ୍କ ୩ ସାମ୍ପଲ ଫେବୃୟାରୀ ୧୯, ମାର୍ଚ୍ଚ ୨୬ ଓ ଏପ୍ରିଲ ୨୬ରେ ନିଆଯାଇଥିଲା। ୨୦୨୧ରେ ସମୁଦାୟ ୫୪ ଓ ୨୦୨୨ରେ ସମୁଦାୟ ୬୦ କ୍ରିକେଟରଙ୍କ ନମୁନା ପରୀକ୍ଷଣ କରିଥିଲା ନାଡା। ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳିଙ୍କଠାରୁ ଥରେ ମଧ୍ୟ ନମୁନା ସଂଗୃହୀତ ହୋଇନାହିଁ।
ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଥରେ ସାମ୍ପଲ ନିଆଯାଇଛି। ୨୦୨୧ ଓ ୨୦୨୨ରେ ରୋହିତ ଶର୍ମା ସର୍ବାଧିକ ଟେଷ୍ଟ କରାଯାଇଥିବା ଖେଳାଳି ରହିଥିଲେ। ଚଳିତ ବର୍ଷ ମହିଳା ଖେଳାଳିଙ୍କ ମଧ୍ୟରେ ହରମନ୍‌ପ୍ରୀତ୍‌ କୌର ଓ ସ୍ମୃତି ମାନ୍ଧନା ରହିଛନ୍ତି। ସେହିପରି ଓମେନ୍ସ ପ୍ରିମିୟର ଲିଗ୍‌ ସମୟରେ ପ୍ରାୟ ୨୦ ଖେଳାଳିଙ୍କ ସାମ୍ପଲ ନିଆଯାଇଥିବା ଜଣାପଡିଛି। ୫୮ ସାମ୍ପଲ ମଧ୍ୟରୁ ୭ଟି ରକ୍ତ ନମୁନା ରହିଛି। ଏପ୍ରିଲ୍‌ ୨୭ ତାରିଖରେ ଟି. ନଟରାଜନଙ୍କ ଉଭୟ ମୂତ୍ର ଓ ରକ୍ତ ନମୁନା ପରୀକ୍ଷଣ ପାଇଁ ଯାଇଥିଲା।
କ୍ରିକେଟରମାନଙ୍କ ବ୍ୟତୀତ ଅଲିମ୍ପିକ୍ସ ପଦକ ବିଜେତା ମୀରାବାଈ ଚାନୁ, ବକ୍ସର ଲଭଲିନା ବୋର୍ଗୋହେନ୍‌, ସାଇନା ନେହ୍ବାଲ, କିଡାମ୍ବି ଶ୍ରୀକାନ୍ତ, ରେସ୍‌ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ହକି ଖେଳାଳି ପି. ଆର. ଶ୍ରୀଜେସ୍‌, ହରମନ୍‌ପ୍ରୀତ୍‌ ସିଂ ଓ ସବିତା ପୁନିଆଙ୍କଠାରୁ ମଧ୍ୟ ନମୁନା ନିଆଯାଇଥିଲା। ୬୦ ପୃଷ୍ଠାର ରିପୋର୍ଟରେ ସମୁଦାୟ ୧୫୦୦ ଖେଳାଳି ଡୋପ୍‌ ଟେଷ୍ଟ ପାଇଁ ନମୁନା ଦେଇଥିବା ଜଣାପଡିଛି। ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରୁ ସର୍ବାଧିକ ୫୦୦ ନମୁନା ପରୀକ୍ଷଣ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri