ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ଡୁଡଲ ବିଷୟରେ ବ୍ଲଗ୍‌ ପୋଷ୍ଟରେ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି। ତେବେ ଚଳିତ ଥର ଡୁଡଲ ଫର ଗୁଗଲର ବିଜେତା ହେଉଛନ୍ତି ମିଲୋ ଗୋଲ୍ଡିଂ। ତାଙ୍କୁ ପୁରସ୍କାର ସ୍ବରୂପରେ ୨୨ଲକ୍ଷ ଟଙ୍କା ମିଳିିଛି। ପ୍ରତିବର୍ଷ ଡୁଡଲ ଫର ଗୁଗଲ ଏକ ନିର୍ଦ୍ଧିଷ୍ଟ ଥିମ୍‌ ସହ ଆସିଥାଏ। ହେଲେ ଚଳିଥ ଥରର ଥିମ୍‌ ରହିଥିଲା-‘ଫାଇଣ୍ଡିଂ ହୋପ୍‌’। ଏହି ପ୍ରତିଯୋଗୀତାରେ ଆମେରିକାର ବିଭିନ୍ନ ସ୍ଥାନରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜର ଡୁଡଲ ପଠାଇଥିଲେ। ଏଥିରେ ଅଂଶ ଗ୍ରହଣ କରୁଥିବା ପିଲାମାନଙ୍କୁ ଗୁଗଲରେ ସେମାନଙ୍କର ଡୁଡଲ ପଦର୍ଶନ ସହ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ଦିଆଯାଇଥାଏ।

ତେବେ ସମସ୍ତ ଡୁଡଲରୁ କେବଳ ୫୪ଟି ଡୁଡଲକୁ ଚୟନ କରାଯାଇଥିଲା। ଏହାକୁ ପ୍ରତ୍ୟେକ ରାଜ୍ୟ ଓ ଆମେରିକାର ବିଭିନ୍ନ ଅଞ୍ଚଳରୁ ଚୟନ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ଅନ୍‌ଲାଇନ ଭୋଟିଂର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଯେଉଁ ଡୁଡଲକୁ ଅଧିକ ଭୋଟ ମିଳିଛି ତାକୁ ଆଧାର କରି ଏକ ଜଜ୍‌ଙ୍କ ପ୍ୟାନେଲ ଅନ୍ତିମ ବିଜେତା ଚୟନ କରିଥିଲେ। ତେବେ ଡୁଡଲ ଫର ଗୁଗଲର ବିଜେତା ମିଲୋ ଗୋଲ୍ଡିଂ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଥିବା ବେଳେ ସେ ଲେକ୍ସିଂଟନ୍‌ର ବାସିନ୍ଦା। ତାଙ୍କ ଡୁଡଲର ନାଁ ହେଉଛି ‘ଫାଇଣ୍ଡିଂ ହୋପ୍‌’। ଜଣେ କିଶୋର ବାଳକ ଆଉ ଜଣେ ଛୋଟ ପିଲାକୁ ବେଲୁନ ଦେଉଥିବାର ଏହି ଡୁଡଲରେ ଦେଖିବାକୁ ମିଳିଛି। ଏହାକୁ ଗୁଗଲର ହୋମପେଜ୍‌ରେ ପ୍ରଦର୍ଶିତ କରାଯିବ। ଆଜି ମିଲୋଙ୍କୁ ଯେଉଁ ଆର୍ଟ ପାଇଁ ପ୍ରଶଂସିତ କରାଯାଉଛି ଦିନ ଥିଲା ସେହି କାର୍ଯ୍ୟ ପାଇଁ ତାଙ୍କୁ ପରିବାର ଓ ସର୍ମ୍ପକୀୟଙ୍କଠାରୁ ଗାଳି ମିଳୁଥିଲା। କାରଣ ମିଲୋ ଯେତେବେଳେ ଛୋଟ ଥିଲେ ସେ ଘରର କାନ୍ଥଗୁଡ଼ିକରେ ନାନାଦି ଚିତ୍ରମାନ କରୁଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ରବଳ ଗାଳି ମିଳିବା ସହ କ୍ଷମା ମାଗିବାକୁ ପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri