ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି। ଏହି ଡୁଡଲ ବିଷୟରେ ବ୍ଲଗ୍‌ ପୋଷ୍ଟରେ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି। ତେବେ ଚଳିତ ଥର ଡୁଡଲ ଫର ଗୁଗଲର ବିଜେତା ହେଉଛନ୍ତି ମିଲୋ ଗୋଲ୍ଡିଂ। ତାଙ୍କୁ ପୁରସ୍କାର ସ୍ବରୂପରେ ୨୨ଲକ୍ଷ ଟଙ୍କା ମିଳିିଛି। ପ୍ରତିବର୍ଷ ଡୁଡଲ ଫର ଗୁଗଲ ଏକ ନିର୍ଦ୍ଧିଷ୍ଟ ଥିମ୍‌ ସହ ଆସିଥାଏ। ହେଲେ ଚଳିଥ ଥରର ଥିମ୍‌ ରହିଥିଲା-‘ଫାଇଣ୍ଡିଂ ହୋପ୍‌’। ଏହି ପ୍ରତିଯୋଗୀତାରେ ଆମେରିକାର ବିଭିନ୍ନ ସ୍ଥାନରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜର ଡୁଡଲ ପଠାଇଥିଲେ। ଏଥିରେ ଅଂଶ ଗ୍ରହଣ କରୁଥିବା ପିଲାମାନଙ୍କୁ ଗୁଗଲରେ ସେମାନଙ୍କର ଡୁଡଲ ପଦର୍ଶନ ସହ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ଦିଆଯାଇଥାଏ।

ତେବେ ସମସ୍ତ ଡୁଡଲରୁ କେବଳ ୫୪ଟି ଡୁଡଲକୁ ଚୟନ କରାଯାଇଥିଲା। ଏହାକୁ ପ୍ରତ୍ୟେକ ରାଜ୍ୟ ଓ ଆମେରିକାର ବିଭିନ୍ନ ଅଞ୍ଚଳରୁ ଚୟନ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ଅନ୍‌ଲାଇନ ଭୋଟିଂର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଯେଉଁ ଡୁଡଲକୁ ଅଧିକ ଭୋଟ ମିଳିଛି ତାକୁ ଆଧାର କରି ଏକ ଜଜ୍‌ଙ୍କ ପ୍ୟାନେଲ ଅନ୍ତିମ ବିଜେତା ଚୟନ କରିଥିଲେ। ତେବେ ଡୁଡଲ ଫର ଗୁଗଲର ବିଜେତା ମିଲୋ ଗୋଲ୍ଡିଂ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଥିବା ବେଳେ ସେ ଲେକ୍ସିଂଟନ୍‌ର ବାସିନ୍ଦା। ତାଙ୍କ ଡୁଡଲର ନାଁ ହେଉଛି ‘ଫାଇଣ୍ଡିଂ ହୋପ୍‌’। ଜଣେ କିଶୋର ବାଳକ ଆଉ ଜଣେ ଛୋଟ ପିଲାକୁ ବେଲୁନ ଦେଉଥିବାର ଏହି ଡୁଡଲରେ ଦେଖିବାକୁ ମିଳିଛି। ଏହାକୁ ଗୁଗଲର ହୋମପେଜ୍‌ରେ ପ୍ରଦର୍ଶିତ କରାଯିବ। ଆଜି ମିଲୋଙ୍କୁ ଯେଉଁ ଆର୍ଟ ପାଇଁ ପ୍ରଶଂସିତ କରାଯାଉଛି ଦିନ ଥିଲା ସେହି କାର୍ଯ୍ୟ ପାଇଁ ତାଙ୍କୁ ପରିବାର ଓ ସର୍ମ୍ପକୀୟଙ୍କଠାରୁ ଗାଳି ମିଳୁଥିଲା। କାରଣ ମିଲୋ ଯେତେବେଳେ ଛୋଟ ଥିଲେ ସେ ଘରର କାନ୍ଥଗୁଡ଼ିକରେ ନାନାଦି ଚିତ୍ରମାନ କରୁଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ରବଳ ଗାଳି ମିଳିବା ସହ କ୍ଷମା ମାଗିବାକୁ ପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri