Posted inଜାତୀୟ

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର  ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ  ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ସେ ଓକିଲଙ୍କୁ କହିଛନ୍ତି ଯେ ‘ମୋର ଅଧିକାର ସହ ଖେଳିବାକୂ ପ୍ରୟାସ କର ନାହିଁ।

ପ୍ରତ୍ୟେକ ଦିନ ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ସୁପ୍ରିମକୋର୍ଟର ବିଭିନ୍ନ ବେଞ୍ଚ ସମ୍ମୁଖରେ ମାମଲାର ଜରୁରୀ ତାଲିକା ପାଇଁ ହାରାହାରି ୧୦୦ ଟି ମାମଲାର ତାଊିକାଭୁକ୍ତ ସମ୍ପର୍କରେ ଶୁଣନ୍ତି। ମଙ୍ଗଳବାର ସିଜେଆଇଙ୍କ ବେଞ୍ଚ ଏପରି କରୁଥିବାବେଳେ ଜଣେ ଓକିଲ ଶୀଘ୍ର ଏହି ମାମଲାର ତାରିଖ ପାଇବା ପାଇଁ ଉଲ୍ଲେଖ କରିଥିଲେ। ସେହି ମାମଲାକୁ ସିଜେଆଇ ଏପ୍ରିଲ ୧୭ ପାଇଁ ତାଲିକାଭୁକ୍ତ କରିସାରିଥିଲେ। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ଓକିଲ ରାଜି ହୋଇ ନ ଥିଲେ, ଏହାକୁ ନେଇ ସିଜେଆଇ ରାଗି ଯାଇଥିଲେ।

ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ମଧ୍ୟ ସିଜେଆଇଙ୍କ ନେତୃତ୍ୱରେ ଥିବା ବେଞ୍ଚରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହା ପରେ ମଧ୍ୟ ଓକିଲ ରାଜି ହୋଇ ନ ଥିଲେ। ସେ କହିଥିଲେ ମୋତେ କ୍ଷମା କରନ୍ତୁ ଏବଂ ଯଦି ଅନୁମତି ଦିଆଯାଏ, ତେବେ ମୁଁ ଏହାକୁ ଅନ୍ୟ ଏକ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରିପାରିବି । ସିଜେଆଇ ଏଥିରେ ରାଗି ଓକିଲଙ୍କୁ ଭର୍ତ୍ସନା କରି କହିଥିଲେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହିତ ଖେଳ ନାହିଁ। ମୋ ସହିତ ଏହି ଚାଲବାଜି ଖେଳନ୍ତୁ ନାହିଁ । ପ୍ରାରମ୍ଭ ତାରିଖ ପାଇଁ ଆପଣ ଏହାକୁ ଏଠାରେ ଏବଂ ପରେ ଅନ୍ୟତ୍ର ରେଫର୍‌ କରିପାରିବେ ନାହିଁ। ସେ କହିଥିଲେ ଆମେ ଏପ୍ରିଲ ୧୭ ତାରିଖ ଦେଉଛୁ ଏବଂ ଏହା କେବଳ ୧୭ ତାରିଖ ଦିନ ଶୁଣାଣି ହେବ। ଶୀଘ୍ର ତାରିଖ ପାଇବା ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ଏହା ପରେ ଓକିଲ ସିଜେଆଇଙ୍କର ଅସନ୍ତୋଷକୁ ଅନୁଭବ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ସହିତ ଯୁକ୍ତି କରିଥିବାରୁ ପାଇଁ ତାଙ୍କୁ କ୍ଷମା କରାଯିବା ଉଚିତ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri