Posted inଜାତୀୟ

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର  ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ  ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ସେ ଓକିଲଙ୍କୁ କହିଛନ୍ତି ଯେ ‘ମୋର ଅଧିକାର ସହ ଖେଳିବାକୂ ପ୍ରୟାସ କର ନାହିଁ।

ପ୍ରତ୍ୟେକ ଦିନ ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ସୁପ୍ରିମକୋର୍ଟର ବିଭିନ୍ନ ବେଞ୍ଚ ସମ୍ମୁଖରେ ମାମଲାର ଜରୁରୀ ତାଲିକା ପାଇଁ ହାରାହାରି ୧୦୦ ଟି ମାମଲାର ତାଊିକାଭୁକ୍ତ ସମ୍ପର୍କରେ ଶୁଣନ୍ତି। ମଙ୍ଗଳବାର ସିଜେଆଇଙ୍କ ବେଞ୍ଚ ଏପରି କରୁଥିବାବେଳେ ଜଣେ ଓକିଲ ଶୀଘ୍ର ଏହି ମାମଲାର ତାରିଖ ପାଇବା ପାଇଁ ଉଲ୍ଲେଖ କରିଥିଲେ। ସେହି ମାମଲାକୁ ସିଜେଆଇ ଏପ୍ରିଲ ୧୭ ପାଇଁ ତାଲିକାଭୁକ୍ତ କରିସାରିଥିଲେ। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ଓକିଲ ରାଜି ହୋଇ ନ ଥିଲେ, ଏହାକୁ ନେଇ ସିଜେଆଇ ରାଗି ଯାଇଥିଲେ।

ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ମଧ୍ୟ ସିଜେଆଇଙ୍କ ନେତୃତ୍ୱରେ ଥିବା ବେଞ୍ଚରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହା ପରେ ମଧ୍ୟ ଓକିଲ ରାଜି ହୋଇ ନ ଥିଲେ। ସେ କହିଥିଲେ ମୋତେ କ୍ଷମା କରନ୍ତୁ ଏବଂ ଯଦି ଅନୁମତି ଦିଆଯାଏ, ତେବେ ମୁଁ ଏହାକୁ ଅନ୍ୟ ଏକ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରିପାରିବି । ସିଜେଆଇ ଏଥିରେ ରାଗି ଓକିଲଙ୍କୁ ଭର୍ତ୍ସନା କରି କହିଥିଲେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହିତ ଖେଳ ନାହିଁ। ମୋ ସହିତ ଏହି ଚାଲବାଜି ଖେଳନ୍ତୁ ନାହିଁ । ପ୍ରାରମ୍ଭ ତାରିଖ ପାଇଁ ଆପଣ ଏହାକୁ ଏଠାରେ ଏବଂ ପରେ ଅନ୍ୟତ୍ର ରେଫର୍‌ କରିପାରିବେ ନାହିଁ। ସେ କହିଥିଲେ ଆମେ ଏପ୍ରିଲ ୧୭ ତାରିଖ ଦେଉଛୁ ଏବଂ ଏହା କେବଳ ୧୭ ତାରିଖ ଦିନ ଶୁଣାଣି ହେବ। ଶୀଘ୍ର ତାରିଖ ପାଇବା ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ଏହା ପରେ ଓକିଲ ସିଜେଆଇଙ୍କର ଅସନ୍ତୋଷକୁ ଅନୁଭବ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ସହିତ ଯୁକ୍ତି କରିଥିବାରୁ ପାଇଁ ତାଙ୍କୁ କ୍ଷମା କରାଯିବା ଉଚିତ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri