ବାଣ ଫୁଟାଅନି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି ଦେଇଥିବା ଚେତାବନୀ ତାଙ୍କ ନିଜ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରିଛନ୍ତି, ଯାହା ତାଙ୍କ ଭବିଷ୍ୟତ ଆଭିମୁଖ୍ୟକୁ ଅନେକାଂଶରେ ସ୍ପଷ୍ଟ କରିଛି। ଉଲ୍ଲେଖନୀୟ ଯେ, ଆମେରିକାକୁ ବାଦ୍‌ ଦେଇ ୨୦୦୯ରେ ବ୍ରାଜିଲ, ରୁଷିଆ, ଇଣ୍ଡିଆ, ଚାଇନା ଏହି ୪ଟି ଦେଶ ଅନ୍ତଃରାଷ୍ଟ୍ରୀୟ ଗୋଷ୍ଠୀ ବ୍ରିକ୍‌ ସୃଷ୍ଟି କରିଥିଲେ। ତା’ପରେ ଏଥିରେ ସାଉଥ୍‌ ଆଫ୍ରିକା ବା ଦକ୍ଷିଣ ଆଫ୍ରିକା ୨୦୧୦ରେ ଯୋଗଦେବା ପରେ ଏସ୍‌ ଅକ୍ଷର ଯୋଡ଼ା ହୋଇ ତାହା ବ୍ରିକ୍ସ ହୋଇଗଲା। ଏବେ ୯ଟି ଦେଶ ଯଥା ଭାରତ, ରୁଷିଆ, ଚାଇନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥୋପିଆ ଏବଂ ସଂଯୁକ୍ତ ଆରବ ବ୍ରିକ୍ସର ସଦସ୍ୟ ଅଛନ୍ତି ଓ ଏମାନଙ୍କ ଯୋଗଦାନରେ ଏହା ମଜଭୁତ ହୋଇଛି। ଅଣହସ୍ତକ୍ଷେପ, ସମାନତା ତଥା ପାରସ୍ପରିକ ଲାଭକୁ ଆଧାର କରି ପ୍ରତିବର୍ଷ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ବିଭିନ୍ନ ବୁଝମଣା ସ୍ବାକ୍ଷରିତ ହୋଇ ଆସୁଛି। ଟ୍ରମ୍ପ୍‌ ଟ୍ରୁଥ ସୋସିଆଲରେ କହିଛନ୍ତି ଯେ, ବ୍ରିକ୍ସର ଦେଶଗୁଡ଼ିକ ବିଶେଷକରି ବ୍ରାଜିଲ, ଚାଇନା, ରୁଷିଆ, ଭାରତ ଓ ଦକ୍ଷିଣ ଆଫ୍ରିକା ଯଦି ଆମେରିକୀୟ ଡଲାରର ଆଧିପତ୍ୟକୁ ନୂ୍ୟନ କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରନ୍ତି ତେବେ ଏହି ସବୁ ସଦସ୍ୟ ଦେଶ ଉପରେ ୧୦୦ ପ୍ରତିଶତ ଟାରିଫ୍‌ ବା ଆମଦାନୀ ଶୁଳ୍କ ଲାଗୁ କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହାର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜି୍ୟକ କାରବାର ପାଇଁ ନୂଆ କରେନ୍ସି ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ପରେ ୨୪ ଅକ୍ଟୋବର ୨୦୨୪ରେ ରୁଷିଆର କଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀରେ ଏକ ପ୍ରତିକାମତ୍କ ନୋଟ୍‌ ଜାରି କରାଯାଇଥିଲା, ଯେଉଁଥିରେ ବ୍ରିକ୍ସ ଦେଶ ସମୂହର ଜାତୀୟ ପତାକା ରହିଥିଲା। ଏହା ଅନ୍ତର୍ଜାତୀୟ ବ୍ୟବସାୟରେ ଡଲାରର ପ୍ରଭୁତ୍ୱ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ବୋଲି ସେତେବେଳେ ଅର୍ଥନୀତିଜ୍ଞମାନେ ପ୍ରକାଶ କରିଥିଲେ। ସବୁଠୁ ବଡ଼କଥା ହେଉଛି ଏବେ ବ୍ରିକ୍ସ ପ୍ରସ୍ତାବିତ କରେନ୍ସି ଆଣିବାରେ ଯେପରି ପଦକ୍ଷେପ ନ ନିଏ ତାହା ଉପରେ ଟ୍ରମ୍ପ୍‌ ଗ୍ୟାରେଣ୍ଟି ମାଗିଛନ୍ତି। ଏହାସହ କୌଣସି ଦେଶ ଏହାକୁ ଅବଜ୍ଞା କଲେ ଆମେରିକା ବଜାରରେ ପ୍ରବେଶ କଷ୍ଟକର ହୋଇଯିବ ବୋଲି ଧମକ ଦେଇଛନ୍ତି। ଏହି ଧମକ ମୁଖ୍ୟତଃ ରୁଷିଆ ଓ ଚାଇନାକୁ ଲକ୍ଷ୍ୟ କରି ଦିଆଯାଇଥିବା କୁହାଯାଇପାରେ। ଦେଖାଯାଇଛି ରୁଷିଆ ଓ ଚାଇନାକୁ ସବୁବେଳେ ଆମେରିକା ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଘେରିଆସିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାହାର ଅର୍ଥବ୍ୟବସ୍ଥାକୁ କ୍ଷତି କରିବା ଲାଗି ନେଇଥିବା ପଦକ୍ଷେପର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ତେବେ ଆମେରିକା ପାଇଁ ରୁଷିଆ ଯେତିକି ମୁଣ୍ଡବ୍ୟଥାର କାରଣ ନୁହେଁ, ଚାଇନା କ୍ରମାଗତ ଭାବେ ବିଶ୍ୱ ଅର୍ଥନୀତିରେ ଆଗକୁ ବଢ଼ିବା ତା’ ପାଇଁ ଆହ୍ବାନ ପାଲଟିଯାଇଛି। ଏଠାରେ ସୂଚିତ କରାଯାଇପାରେ ଯେ, ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପାଳିରେ ବ୍ରିକ୍ସ ବିରୋଧରେ କଡ଼ା ମନୋଭାବ ପ୍ରକାଶ କରି ନ ଥିଲେ ମଧ୍ୟ ଚାଇନାର ଆର୍ଥିକ ଅଭିବୃଦ୍ଧିକୁ ରୋକିବା ପାଇଁ ପଦକ୍ଷେପ ସ୍ବରୂପ ସେତେବେଳେ ଆମଦାନୀ ଶୁଳ୍କ ବୃଦ୍ଧି କରିଥିଲେ। ବାଇଡେନ ସମାନ ପଥ ଆପଣାଇଥିଲେ କିନ୍ତୁ ଚାଇନାକୁ ରୋକିପାରିନାହାନ୍ତି। ସମ୍ପ୍ରତି ଆଗକୁ ବଢୁଥିବା ଚାଇନାର ଅର୍ଥ ବ୍ୟବସ୍ଥା ଯଦି ସମ୍ଭାବ୍ୟ ବ୍ରିକ୍ସ କରେନ୍ସି ସହାୟତାରେ ଆହୁରି ମଜଭୁତ ହୁଏ ତେବେ ଆମେରିକାର ବୈଶ୍ୱିକ ଆଧିପତ୍ୟ ହ୍ରାସ ପାଇବା ଏକ ପ୍ରକାର ନିଶ୍ଚିତ । ଏହି ଭୟ ହୁଏତ ଟ୍ରମ୍ପଙ୍କୁ ଘାରିଲାଣି। କାରଣ ଚାଇନାର ଅର୍ଥ ବ୍ୟବସ୍ଥା ଏବେ ୧୮ ଟ୍ରିଲିୟନ ଡଲାର ଥିବାବେଳେ ଆମେରିକାର ଏହା ୨୬ ଟ୍ରିଲିୟନ ଡଲାର ଏବଂ ଆମେରିକା ଅଭିବୃଦ୍ଧି ହାର ତୁଳନାରେ ଚାଇନାର ଏହା ଦୁଇଗୁଣ ହାରରେ ବୃଦ୍ଧି ପାଉଛି। ଆଉ ମାତ୍ର ଏକ ଦଶନ୍ଧି ମଧ୍ୟରେ ଆମେରିକା ସହ ଚାଇନା ସମାନ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଣୁ ଟ୍ରମ୍ପ ଚିନ୍ତିତ ହୋଇପଡ଼ିବା ସ୍ବାଭାବିକ।
ଏହି ଅନ୍ତର୍ଜାତୀୟ ଅର୍ଥନୈତିକ ଟଣାଓଟରାରେ ଭାରତର କୌଣସି ଭୂମିକା ଥିବାଭଳି ମନେହେଉନାହିଁ। ଭାରତ ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ହ୍ବାଇଟ ହାଉସ ପୁନଃପ୍ରବେଶକୁ ବିଚାର କଲେ ଅନେକ ଭାରତୀୟ ନେତା ଖୁସି ହେବାଭଳି ମନେହେଉଛି। ଆମେରିକା ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ କାହିଁକି କେଜାଣି କେତେକ ଗୋଷ୍ଠୀ ଭାରତରେ ବାଣଫୁଟାଇ ଉଲ୍ଲସିତ ହୋଇଥିଲେ। ଏହାସହ ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତ୍ୱରୁ ଲାଭ ମିଳିବ ବୋଲି ବିଚାର କରାଯାଉଛି। ହେଲେ ଟ୍ରମ୍ପ୍‌ ଆମଦାନୀ ଶୁଳ୍କ ବୃଦ୍ଧିର ଚେତାବନୀ ଭାରତ ପାଇଁ କ୍ଷତି ଘଟାଇବାର ସମ୍ଭାବନା ଅଧିକ। ଚାଇନାକୁ ସାବାଡ଼ କରିବା ସହ ଆମେରିକାର ବୋଲ ମାନୁ ନ ଥିବା କାନାଡା ଓ ମେକ୍‌ସିକୋ ଭଳି ଦେଶଗୁଡ଼ିକ ଉପରେ ଯେଉଁ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ଟ୍ରମ୍ପ ଯାହା କହିଛନ୍ତି ସେଥିରେ ବି ଭାରତ ଶିକାର ହେବାର ଆଶଙ୍କା ରହିଛି। ଇତିହାସକୁ ଦେଖିଲେ, ଆମେରିକା ୨୦୧୮ରେ ଭାରତର କେତେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲାଗୁ କରିବା ପରେ ଭାରତ ଏହାର ଜବାବରେ ୨୦୧୯ରେ ଆମେରିକାର ୨୮ଟି ଉପତ୍ାଦ ଉପରେ ୭୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲଗାଇଥିଲା। ତେବେ ଆଜିକାର ଦିନରେ ଭାରତ ସେସବୁ ଉପରୁ ବୃଦ୍ଧି ଆମଦାନୀ ଶୁଳ୍କ ଉଠାଇ ନେଇଥିବାବେଳେ ଆମେରିକାର ସ୍ଥିତି ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖନୀୟ ଯେ, ଭାରତର ବାଣିଜ୍ୟ ଓ ବିତ୍ତୀୟ କାରବାର ଡଲାର ଉପରେ ଅଧିକ ନିର୍ଭରଶୀଳ। ୨୦୨୪ ଆର୍ଥିକ ବର୍ଷରେ ଏହି ଦୁଇ ଦେଶ ମଧ୍ୟରେ ମୋଟ ବାଣିଜି୍ୟକ ମୂଲ୍ୟ ୧୨୪ ବିଲିୟନ ଡଲାରକୁ ଟପିଯାଇଛି। ଏହାକୁ ଜାରି ରଖିବାକୁ ହେଲେ ଭାରତକୁ ବୁଝିବିଚାରି ପଦକ୍ଷେପ ନେବାକୁ ପଡ଼ିବ। ପୂର୍ବରୁ ୟୁକ୍ରେନ-ରୁଷିଆ ଯୁଦ୍ଧଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟର ସଂଘର୍ଷରେ ଆମେରିକାର ପ୍ରମୁଖ ଭୂମିକା ରହିଥିଲେ ମଧ୍ୟ ଉଭୟ କ୍ଷେତ୍ରରେ ଭାରତର ଆଭିମୁଖ୍ୟ ରୁଷିଆ ସମର୍ଥନରେ ରହିଥିଲା। ଏବକାର ବ୍ରିକ୍ସ କରେନ୍ସି ବିଚାରକୁ ଭାରତ ସମର୍ଥନ କରେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ କରିବା ସହ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ସେମାନଙ୍କ ନିଜସ୍ବ ମୁଦ୍ରାରେ ବୈଶ୍ୱିକ ବାଣିଜ୍ୟରେ ଜଡ଼ିତ ହେବା ଉଚିତ ବୋଲି କହିଛନ୍ତି। କିନ୍ତୁ ଏହାକୁ ଭବିଷ୍ୟତରେ ଟ୍ରମ୍ପ ପ୍ରଶାସନ କିଭଳି ଗ୍ରହଣ କରିବ ତାହା ସମୟ କହିବ । ହେଲେ ଗୋଟିଏ ବିଷୟ ସ୍ପଷ୍ଟ ଯେ, ଭାରତ ସବୁବେଳେ ଏକ ଦ୍ୱନ୍ଦ୍ୱ ଭିତରେ ରହିଆସୁଥିବାରୁ ଏହାର ଦ୍ୱିପାକ୍ଷିକ ସମ୍ପର୍କ ଓ ଆର୍ଥିକ ଅଭିବୃଦ୍ଧି ସଂଶୟ ଭିତରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri