‘ଭୟଭିତ ହୁଅ ନାହିଁ’

ନୂଆଦିଲ୍ଲୀ,୧୬।୨: ୟୁକ୍ରେନରେ ବସବାସ କରୁଥିବା ଭାରତୀୟଙ୍କୁ ସ୍ବଦେଶ ଫେରିବା ପାଇଁ ଫ୍ଲାଇଟ୍‌ ମିଳୁନାହିଁ। ଏହାକୁ ନେଇ ଭୟବିତ ନ ହେବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏହାର ପଡ଼ୋଶୀ ରୁଷିଆ ଅନ୍ତର୍ଜାତୀୟ ସୀମାରେ ବିପୁଳ ପରିମାଣାରେ ସୈନ୍ୟ, ଟ୍ୟାଙ୍କ ଓ ଯୁଦ୍ଧ ବିମାନ ଠୁଳ କରିଥିବାରୁ ୟୁକ୍ରେନ ସହ ଯୁଦ୍ଧ ନିଶ୍ଚିତ ମନେ ହେଉଛି।

ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି, ଭାରତୀୟଙ୍କୁ ସ୍ବଦେଶ ଫେରିବା ପାଇଁ ଫ୍ଲାଇଟ୍‌ ମିଳୁନାହିଁ। ଏହା ଆମକୁ ଜଣାଅଛି। ଏହାସତ୍ତ୍ୱେ ଭୟଭିତ ହେବାର ଆବଶ୍ୟକତା ନାହିଁ। ଉଦ୍ଧାର କାର୍ଯ୍ୟରେ ଆହୁରି ଫ୍ଲାଇଟ୍‌ ମୁତୟନ କରିବାକୁ ଯୋଜନା କରାଯାଇଛି।

ତେବେ ଦୂତାବାସ ପକ୍ଷରୁ ଅତିରିକ୍ତ ଫ୍ଲାଇଟ୍‌ କେବେ କାର୍ଯ୍ୟକ୍ଷମ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଦିଆଯିବ ବୋଲି କୁହାଯାଇଛି।

 

Share