Categories: ଫୁରସତ

ଚନ୍ଦ୍ର ଗ୍ରହଣରେ ଭୁଲ୍‌ରେ ବି କରନ୍ତୁ ନାହିଁ  ଏସବୁ , ନହଲେ ମାଡ଼ି ଆସିବ ଭୟଙ୍କର … 

୨୦୨୫ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଖୁବ ଶୀଘ୍ର ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ପିତୃପକ୍ଷ ଆରମ୍ଭରେ ହେବାକୁ ଯାଉଛି। ଏହା ଭାରତରେ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଏ। ଭାଦ୍ରବ  ମାସର ପୂର୍ଣ୍ଣିମା ତିଥି ତଥା ସେପ୍ଟେମ୍ବର ୭ ତାରିଖରେ ହେବାକୁ ଯାଉଛି ,ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣର ମୋଟ ଅବଧି ୫ ଘଣ୍ଟା ୨୭ ମିନିଟ ହେବ।ଆରମ୍ଭ ସମୟ: ରାତି ୮:୫୮ ରୁ ରାତି ୧:୨୫ ପର୍ଯ୍ୟନ୍ତ, ଯାହାର ମୋଟ ଅବଧି ସକାଳ ୨:୨୭ ହେବ।ଏହି ସମୟରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ କରିବା ନିଷେଧ। ଏଥିସହ ଭ୍ରମଣ, ଭୋଜନ ଏବଂ ରାନ୍ଧିବାକୁ ନିଷେଧ କରାଯାଇଥାଏ। ଆସନ୍ତୁ ଜାଣିବା ଗ୍ରହଣ ସମୟରେ କ’ଣ କରିବା ଅନୁଚିତ।
ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ ନାହିଁ।
-ଏହି ସମୟରେ ସମସ୍ତ ଶୁଭ ଏବଂ ମାଙ୍ଗଳିବ କାର୍ଯ୍ୟ କରିବା ନିଷେଧ। ଏଥିଲାଗି କୌଣସି ଶୁଭ କାର୍ଯ୍ୟର ଆୟୋଜନ କରନ୍ତୁ ନାହିଁ।
-ଏହି ସମୟରେ ମନ୍ଦିରର କବାଟ ବନ୍ଦ କରନ୍ତୁ। କାରଣ ଏହି ସମୟରେ ପୂଜା ନିଷେଧ।
-ଗର୍ଭବତୀ ହୋଇଥିଲେ ଘରୁ ବାହାରକୁ ଆସନ୍ତୁ ନାହିଁ। ନଚେତ ଗର୍ଭସ୍ଥ ସନ୍ତାନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
-ଗର୍ଭବତୀ ମହିଳାମାନେ ମଧ୍ୟ ଗ୍ରହଣ ସମୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।
-ଏହି ସମୟରେ ଶୋଇବା ନିଷେଧ ବୋଲି କୁହାଯାଏ। ହେଲେ ପିଲା, ବୃଦ୍ଧା ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଏହା ଲାଗୁ ନୁହେଁ।
 ତେବେ ଏସବୁ କଲେ ଘୋର ବିପଦ ମାଡ଼ି ଆସିବ ବୋଲି ବିବେଚନା କରାଯାଏ।

Share