ମିଳୁନି ସୁନାଘାସ ନାଳିଆ: ଚିନ୍ତାରେ ବୁଣାକାର ପରିବାର

ମହାକାଳପଡ଼ା, ୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳ ନଦୀ ନାଳଘେରା ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ସୁନାଘାସ ନାଳିଆ ବିଲୁପ୍ତହେବାକୁ ବସିଲାଣି। ନାଳିଆ ଏକ ଶକ୍ତ ଘାସ, ଲୁଣା ହେନ୍ତାଳ ଜଙ୍ଗଲ ଅବକ୍ଷୟ ରୋକିବାରେ ସହାୟକ ହୋଇଥାଏ। ଜଙ୍ଗଲ ପାଶର୍‌ବ ନଦୀନାଳ କଡ଼ରେ ବହୁ ମାତ୍ରାରେ ନାଳିଆ ଘାସ ଦେଖିବାକୁ ମିଳୁଥିଲା। ଏଥିରେ କୌଳିକ ବୃତ୍ତିଧାରୀ ବୁଣାକାର ପରିବାରମାନେ ଟୋକେଇ, ପାଚିଆ, ଚାଉଳ ଧୁଆ ଝାଙ୍କି, କୁଆଁର ପୁନେଇ ତାଟ ଓ ରଙ୍ଗ ବେରଙ୍ଗର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକରି ଗଁା ଗଁା ବୁଲ ବିକ୍ରି କରୁଥିବା ଦୃଷ୍ଟିକୁ ଆସୁଛି।
ଏମାନେ କହିବା କଥା ପୂର୍ବରୁ ନଦୀନାଳ ପାର୍ଶ୍ୱରେ ମିଳୁଥିବା ନାଳିଆ ଘାସ ବିଲୁପ୍ତହେବାକୁ ବସିଲାଣି। ଦିନ ସାରା ବୁଲି ସନ୍ଧ୍ୟାରେ ଅଟାଇ ହେଉନି ବୋଲି କୁହାଯାଉଛି। ଏହି ନାଳିଆ ଘାସ ସଂଗ୍ରହକରି ଖରାରେ ଶୁଖାଇ ରଙ୍ଗବେରଙ୍ଗର ବୁଣାବୁଣି କରିବା ସହ ଗଁା ଗଁା ବୁଲିଲେ ମଧ୍ୟ ମଜୁରି ମିଳେନି ବୋଲି କହିଛନ୍ତି ବୁଣାକାର ପରିବାର। ଅପରପକ୍ଷରେ ବତିଘର, ଖରିନାସୀ, ରାମନଗର, ଜମ୍ବୁ, ସୁନିତି ଓ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଜଙ୍ଗଲ ଅଞ୍ଚଳରେ ନାଳିଆ ଘାସ ସଂଗ୍ରହ କରିଥାଉ ବୋଲି କୁହାଯାଉଛି।
ବ୍ଲକ୍‌ ଅଧୀନ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ପାରେଶ୍ୱରପୁର ଯେନାସାହିରେ ୫୦ରୁ ଅଧିକ ନାଳିଆ ବୁଣାକାର ପରିବାର ମହିଳା ବିଭିନ୍ନ ଘରକରଣା ସାମଗ୍ରୀ ବୁଣାବୁଣି କରି ପରିବାର ପ୍ରତିପୋଷଣ କରୁଛନ୍ତି। ନାଳିଆ ଟୋକେଇ ୨ଟା (ହଳ ପ୍ରତି) ହଜାରରୁ ୧୨ ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଭିନ୍ନ ଭିନ୍ନ ମୂଲ୍ୟ ଥାଏ ବୋଲି କୁହାଯାଉଛି। ସୋମବାର ପୂର୍ବାହ୍ନରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧରେ ଝୁମୁରୀ ଯେନା ଓ ଚମ୍ପେଇ ଯେନା ମୁଣ୍ଡେଇ ନାଳିଆ ଓ ଟୋକେଇ ଗଁା ଗଁା ବୁଲି ବିକ୍ରିକରିବା ପାଇଁ ଯାଉଥିବା ଦେଖିବକୁ ମିଳିଛି। ଆଗାମୀ ଦିନରେ କୌଳିକ ବୃତ୍ତି ବିପନ୍ନହେବାର କାରଣ ପ୍ଲାଷ୍ଟିକ୍‌ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ବୋଲି କହିଛନ୍ତି। ଏହି ବୁଣାକାର ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ ଓ ଅଙ୍କୁର ପଲାଇ ପ୍ରମୁଖ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri