ସକାଳେ ଖାଲିପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ,ନଚେତ…

ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ ସକାଳ ଖାଦ୍ୟ ଯେତେ ସନ୍ତୁଳିତ, ପୋଷଣଯୁକ୍ତ ହେବ ସେତେ ଭଲ। କିନ୍ତୁ କେତେକେ ସକାଳେ କଫି/ଚା’ ପିଇବାକୁ ଭଲ ପାଆନ୍ତି। ହେଲେ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍‌ ଖାଇବାର ଅଭ୍ୟାସ କଲେ ଭଲ ହେବ। ସେହିପରି କେତେକେ ଫିଟ୍‌ନେସ୍‌ କିମ୍ବା ଓ୍ବେଟ୍‌ ଲସ୍‌ ପାଇଁ ସକାଳେ ସାଲାଡ୍‌ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। କାରଣ ସାଲାଡ୍‌ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍‌ ଟାଇମ୍‌। ଅନ୍ୟପକ୍ଷେ ଏକ ଗବେଷଣାରୁ ଜଣାପଡିଛି, ଗୋଟିଏ ମିଡିୟମ୍‌ ସାଇଜ୍‌ର ସେଓକୁ ଡାଇଜେଷ୍ଟ କରିବା ପାଇଁ ୧/୨ ଘଣ୍ଟା ସମୟ ଲାଗିଥାଏ। ତେଣୁ ସକାଳେ ଖାଲିପେଟରେ ସେଓ ଖାଇବା ଦ୍ୱାରା ହଜମକ୍ରିୟାକୁ ନେଇ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଆଉ କେତେକେ ସକାଳେ ଲସି ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଖାଲିପେଟରେ ଲସି ପିଇଲେ ବି ଶରୀରକୁ କ୍ଷତି ପହଞ୍ଚିଥାଏ। ସେହିପରି ଏମିତି ଅନେକେ ଅଛନ୍ତି, ଯେଉଁମାନେ କି ସକାଳେ ଛଣାଛଣି, ଫାଷ୍ଟଫୁଡ୍‌ ଖାଇବାକୁ ଭଲ ପାଆନ୍ତି; କିନ୍ତୁ ଏହାର କୁପ୍ରଭାବ ସେମାନଙ୍କର ହଜମଶକ୍ତି ଉପରେ ପଡିବା ସହ ଶରୀରର ଓଜନ ବଢାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri