ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..

ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ ଥାଏ। କାମ ଚିନ୍ତା, ଖରାପ ଜୀବନଚର୍ଯ୍ୟା ଏବଂ ଖାଇବାର ଭୁଲ ଅଭ୍ୟାସ ଯୋଗୁ ଏହି ରୋଗ ହୋଇଥାଏ। ଏଣୁ ଯଦି କେହି ଉଚ୍ଚ ରକ୍ତଚାପରେ ପୀଡ଼ିତ, ତାଙ୍କୁ ନିଜର ଖାଦ୍ୟପେୟ ପରିବର୍ତ୍ତନ କରିବା ଉଚିତ। କାରଣ ଏହା ବୃଦ୍ଧି ହେଲେ ହୃଦ୍‌ରୋଗ, ହୃଦଘାତ ଭଳି ଅନେକ ମାରାତ୍ମକ ରୋଗର କାରଣ ପାଲଟେ। ଏଣୁ ଜାଣି ରଖନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ଡାଏଟ୍‌ରେ କ’ଣ ଖାଇବା ଉଚିତ ଆଉ କ’ଣ ନୁହେଁ..

-ଅଣ୍ଡାର ହଳଦିଆ ଅଂଶ(କେଶର) ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଭୁଲ୍‌ରେ ମଧ୍ୟ ଅଣ୍ଡାର ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ। କାରଣ ଏଥିରେ ଅଧିକ ମାତ୍ରାରେ କୋଲେଷ୍ଟରଲ ଥାଏ। ଏହା ରକ୍ତଚାପ ରୋଗୀଙ୍କ ପାଇଁ ଭଲ ନୁହେଁ। ଏହାଦ୍ୱାରା ରକ୍ତଚାପ ବଢ଼ିବା ସହ ଓଜନ ମଧ୍ୟ ବୃଦ୍ଧି ପାଇଥାଏ। ଫଳରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିପାରେ।

-କଫି ପିଅନ୍ତୁ ନାହିଁ:
କଫିରେ ଥିବା କୈଫିନ୍‌ ଧିରେ ଧିରେ ରକ୍ତଚାପ ବଢ଼ାଇଥାଏ। ଏଣୁ ପ୍ରତ୍ୟେହ କଫି ପିଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିଥାଏ।

-ମାଂସ ଏବଂ ଚିକେନ୍‌ ଖାଆନ୍ତୁ ନାହିଁ:
ଚିକେନ୍‌ରେ ଚର୍ବି କମ୍‌ ଥାଏ। ହେଲେ ଏହାକୁ ରୋଷେଇ କରିବା ପରେ ଏଥିରେ କୋଲେଷ୍ଟରଲ ଏବଂ ଫ୍ୟାଟ୍‌ର ମାତ୍ରା ବଢ଼ିଯାଇଥାଏ। ଏହା ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀଙ୍କ ପାଇଁ କ୍ଷତିକାରକ। ସେହିଭଳି ମାଂସ(ମଟନ୍‌)ରେ ଫ୍ୟାଟ୍‌ର ପରିମାଣ ଅଧିକ ଥାଏ। ଏଣୁ ରୋଗୀମାନେ ଏହାକୁ ବେଶି ନ ଖାଇବାକୁ ଚେଷ୍ଟା କରନ୍ତୁ।

– ଅଧିକ ଲୁଣ ଖାଆନ୍ତୁ ନାହିଁ:
ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏପରିକି ଖାଉଥିବା ଖାଦ୍ୟରେ ମଧ୍ୟ ପୋଟାସିୟମ ଭାଗ ଅଧିକ ଏବଂ ସୋଡିୟମ ମାତ୍ରା କମ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଏହାଛଡ଼ା ଆଚାର ମଧ୍ୟ ଖାଆନ୍ତୁ ନାହିଁ। କାରଣ ଏଥିରେ ଲୁଣ ଅଧିକ ଥାଏ।

କ’ଣ ଖାଇବେ?
– ପାଳଙ୍ଗ, କୋବି, ବଥୁଆ ଶାଗ ଖାଆନ୍ତୁ।
-ବାଦାମ, ଜୁଆଁଣି, ଅଦା ଖାଆନ୍ତୁ।
-ଅଙ୍ଗୁର, ଡାଳିମ୍ବ, ଅମୃତଭଣ୍ଡା, ସେଉ, କମଳା,ସପୁରୀ ଖାଆନ୍ତୁ।
-ଦିନରେ ଅତି କମ୍‌ରେ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri