ବାଘ ଆଣନାହିଁ

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ଶିମିଳିପାଳ ଜଙ୍ଗଲକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ଓଡ଼ିଶା ବନ ବିଭାଗ ଖୁବ୍‌ ନୟାନ୍ତ ହେଲାଣି। ୬୨୫ ବର୍ଗ କିଲୋମିଟର ପରିବ୍ୟାପ୍ତ ମହାରାଷ୍ଟ୍ରର ସର୍ବପୁରାତନ ଓ ସବୁଠୁ ବଡ଼ ତଡ଼ବା ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ୧୧୫ରୁ ଅଧିକ ମହାବଳ ବାଘ ସମେତ ୧୯୫ ପ୍ରଜାତିର ପକ୍ଷୀ ଅଛନ୍ତି। ଏଥିସହ ଏହି ଜଙ୍ଗଲରେ ହରିଣ, ବାର୍‌ହା ଏବଂ ବାଘର ଖାଦ୍ୟ ହେବା ଭଳି ପଶୁ ଭର୍ତ୍ତି ହୋଇଛନ୍ତି। ଜୈବବିବିଧତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରୁ ଜିନ୍ନତକୁ ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳକୁ ଅଣାଯାଇ ଏନ୍‌କ୍ଲୋଜରରେ ରଖାଯିବା ପରେ ଧରିତ୍ରୀର ୫୧ତମ ବାର୍ଷିକୋତ୍ସବ ଦିନ ଅର୍ଥାତ୍‌ ନଭେମ୍ବର ୨୪ରେ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା।

ଜିନ୍ନତ ପ୍ରଥମେ ବାର୍‌ହା ଶିକାର କରିବା ପରେ ଆଶା କରାଯାଉଥିଲା, ସେ ଶିମିଳିପାଳ ଜଙ୍ଗଲରେ ଖାପଖୁଆଇ ରହିଯିବ। କିନ୍ତୁ ଡିସେମ୍ବର ପ୍ରଥମ ସପ୍ତାହରେ ଶିମିଳିପାଳ ଜଙ୍ଗଲ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡର ଚକୁଳିଆ ରେଞ୍ଜରେ ପହଞ୍ଚିଥିଲା। ସେଠାରୁ ସେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜଙ୍ଗଲ ଦେଇ ବାଙ୍କୁରା ଜିଲା କନ୍‌ସାଇ ଜଙ୍ଗଲକୁ ଚାଲିଯାଇଥିଲା। ଶେଷରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନ ବିଭାଗ କର୍ମଚାରୀମାନେ ତଥା ସୁନ୍ଦରବନର ସ୍ବତନ୍ତ୍ର ବାଘ ଧରାଳିମାନେ ଜିନ୍ନତକୁ ଡିସେମ୍ବର ୨୯ରେ ଧରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଏବେ ଜିନ୍ନତକୁ ଶିମିଳିପାଳ ଅଣାଯିବା କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖନୀୟ ଯେ, ଜିନ୍ନତ ପୂର୍ବରୁ ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଶିମିଳିପାଳ ଅଣାଯାଇ ସାଉଥ୍‌ ଡିଭିଜନ୍‌ରେ ଛଡ଼ାଯାଇଥିଲା। କିନ୍ତୁ ଯମୁନା ଏବେ ଏହି ଡିଭିଜନ୍‌ର ବାହାରକୁ ଯାଇ ବାଲେଶ୍ୱରର କୁଲଡିହା ଅଞ୍ଚଳରେ ବୁଲୁଛି। ଏହାର ଭବିଷ୍ୟତ ମଧ୍ୟ ଆଶଙ୍କାରେ।

ଓଡ଼ିଶାକୁ ଅଣାଯାଉଥିବା ବାଘ କେଉଁ ସ୍ଥାନରୁ ଆସୁଛି ତାହାର କେହି ଅନୁଧ୍ୟାନ କରୁନାହାନ୍ତି। ଉଦାହରଣ ସ୍ବରୂପ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଅନେକ ଜଙ୍ଗଲରେ ପ୍ରବଳମାତ୍ରାରେ ହରିଣ ଏବଂ ଅନ୍ୟ ପଶୁ ଅଛନ୍ତି ଯେଉଁମାନେ ବାଘ ପାଇଁ ଖାଦ୍ୟ ହୋଇପାରିବେ। ସେଠାରେ ବିସ୍ତୀର୍ଣ୍ଣ ସମତଳ ତୃଣଭୂମି (ଫ୍ଲାଟ୍‌ ଗ୍ରାସ୍‌ଲ୍ୟାଣ୍ଡ) ଥିବା ହେତୁ ସେଠାରେ ବାଘ ଦୌଡ଼ିକରି ଶିକାର କରିପାରୁଛି। ସେହି ବାଘକୁ ଶିମିଳିପାଳ ଜଙ୍ଗଲକୁ ନେଇଆସିଲେ ସେଠାରେ ପାହାଡ଼ିଆ ଅଞ୍ଚଳରେ ଶିକାର କରିବାର ଶକ୍ତି ଏବଂ କୌଶଳ ହଜିଯାଉଛି। ତେଣୁ ସେସବୁ ଅଞ୍ଚଳରୁ ବାଘ ପଳାଇଯିବା ସ୍ବାଭାବିକ। କାରଣ ସହଜରେ ଖାଦ୍ୟ ମିଳୁନାହିଁ।

ଅନ୍ୟପଟେ ସେହିଭଳି ବିସ୍ତୀର୍ଣ୍ଣ ସମତଳ ତୃଣଭୂମି ଖୋଜୁଥିବା ବାଘ ଶିମିଳିପାଳ ପାହାଡ଼ ଉପରେ ରହିବା ପରିବର୍ତ୍ତେ ତଳକୁ ଓହ୍ଲାଇ ଆସିବ। ତଳେ ଗ୍ରାମ ଥିବା ହେତୁ ସେଠାରେ ମଣିଷର ସମ୍ମୁଖୀନ ହେବା ସହ ଗୃହପାଳିତ ପଶୁଙ୍କୁ ଶିକାର କରିବା ପାଇଁ ସେହି ବାଘ ବାଧ୍ୟ ହୋଇପାରେ। ମନେରଖିବାକୁ ହେବ ଯେ ପଶୁଙ୍କ ପାଇଁ ଖାଦ୍ୟ ହେଉଛି, ସର୍ବୋଚ୍ଚରେ ଯାହାକି ସେମାନେ ନିଜେ ଖୋଜି ବାହାରକରିବା ଦରକାର। ମଣିଷ ସେଭଳି ସମସ୍ୟାର ସମ୍ମୁଖୀନ ହୁଏନାହିଁ। କାରଣ ମଣିଷ ପାଇଁ ଚାଷୀଠାରୁ ଆରମ୍ଭକରି କଂସେଇ ପର୍ଯ୍ୟନ୍ତ ସମସ୍ତେ ଖାଦ୍ୟ ଆଣି ଦିଅନ୍ତି। ଓଡ଼ିଶାକୁ ଅଣାଯାଉଥିବା ବାଘ ଏବଂ ଭାରତକୁ ଅଣାଯାଉଥିବା ଚିତାଙ୍କର ସମସ୍ୟା ପ୍ରାୟତଃ ଏକଭଳି ଦେଖାଯାଉଛି। ବିଶେଷଜ୍ଞମାନଙ୍କ ମତରେ ଏହିଭଳି ଜନ୍ତୁଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କର ବୁଲିବା ଏବଂ ଶିକାର କରିବା ଅଞ୍ଚଳ ସମ୍ପର୍କରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲ ବିଭାଗର ସବୁ ଜ୍ଞାନ ଥିବା ସତ୍ତ୍ୱେ ଆଜିର ବାତାବରଣରେ ଏଭଳି ଗବେଷଣା କରିବାକୁ କାହାରି ମନ ଥିଲା ଭଳି ଜଣାପଡୁନାହିଁ। ଜିନ୍ନତକୁ ନିଶାଗୁଳି ବା ଟ୍ରାଙ୍କୁଲାଇଜର ଦେଇ ଏବଂ ଜୋର୍‌ଜବରଦସ୍ତ ଶିମିଳିପାଳକୁ ପୁନର୍ବାର ଫେରାଇ ଆଣିଲେ ବାଘୁଣୀର ଜୀବନହାନି ହେବା ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ୨୦୧୮ମସିହାରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ର୍‌ଥମେ ମହାବୀର ନାମକ ବାଘ ଅଣାଯାଇ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ପରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା। ଏନ୍‌କ୍ଲେଜରରୁ ଜଙ୍ଗଲକୁ ଛଡ଼ାଯିବାର ୧ ମାସ ପରେ ମହାବୀରର ମୃତ୍ୟୁ ଘଟିଥିଲା ଓ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି ଅନୁଯାୟୀ ତାକୁ ଶିକାର କରାଯାଇଥିବା ଜଣାପଡ଼ିଥିଲା।

ସୁନ୍ଦରୀ ଗ୍ରାମବାସୀଙ୍କୁ ଆକ୍ରମଣ କରିବା ଅଭିଯୋଗ ଆସିବା ପରେ ତାକୁ ଭୋପାଳ ଚିଡ଼ିଆଖାନାକୁ ପଠାଇଦିଆଯାଇଥିଲା। ଗୋଟିଏ ରାଜ୍ୟରୁ ବାଘଙ୍କୁ ସ୍ଥାନାନ୍ତରକରି ଅନ୍ୟ ରାଜ୍ୟର ଜଙ୍ଗଲକୁ ଆଣିିବା ସହଜ ହୋଇପାରେ। କିନ୍ତୁ ଦେଖାଯାଉଛି ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ ହେଉଛି। ମହାବୀର ଓ ସୁନ୍ଦରୀର ବିଫଳତା ପରେ ଜିନ୍ନତ ଉଦାହରଣ ଦର୍ଶାଉଛି ଯେ, ବାଘ ଭଳି ଜନ୍ତୁଙ୍କୁ ସ୍ଥାନାନ୍ତର କରିବା ଉଚିତ ନୁହେଁ। ସେମାନେ ଯେଉଁଠି ଜନ୍ମ ସେହିଠାରେ ରହିଲେ ତାଙ୍କର ସଂଖ୍ୟା ବୃଦ୍ଧିହେବ। ପରିବେଶର ସମନ୍ବୟ ଆଣିବା ପାଇଁ ଜଙ୍ଗଲୀ ଜନ୍ତୁଙ୍କୁ ତାଙ୍କର ଜନ୍ମସ୍ଥାନରେ ସୁରକ୍ଷିତ ରଖିବା ସରକାର ଏବଂ ଲୋକଙ୍କର ମୂଳ ଦାୟିତ୍ୱ । ଓଡ଼ିଶାରେ ଥିବା କଲରାପତରିଆ ବାଘଙ୍କୁ ସବୁଦିନ ଶିକାରୀ ମାରିଦେଉଥିବା ଖବର ଶୁଣିବାକୁ ମିଳେ। ରାଜ୍ୟର ବନ ବିଭାଗ ସେହି କଲରାପତରିଆଙ୍କର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଲେ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri