ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁନି: ବିଏମ୍‌ସି ପକ୍ଷରୁ ୮୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ

ଭୁବନେଶ୍ୱର, ୨୩।୧୦ (ବନ୍ଦନା ସେଠୀ):ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିବା ପାଇଁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ଆଉ ଏକ ସମୀକ୍ଷା ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଲୋକେ ଭୟଭୀତ ନ ହେବାକୁ ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ୍‌ ଅନୁରୋଧ କରିଛନ୍ତି। ସୋମବାର ହୋଇଥିବା ପ୍ରସ୍ତୁତି ବୈଠକରେ କେଉଁ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ ଏଥିରେ ସମୀକ୍ଷା କରାଯାଇଥିଲା। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍‌ସିର ସାଉଥ-ୱେଷ୍ଟ ଜୋନ୍‌ରେ ୩୦ଟି, ନର୍ଥ ଜୋନ୍‌ରେ ୨୧ଟି ଏବଂ ସାଉଥ-ଇଷ୍ଟ ଜୋନ୍‌ରେ ୨୯ଟି ଏପରି ମୋଟ ୮୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ସେଠାରେ ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଶେଷକରି ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ଜୋନାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରେନେଜ୍‌ ସମସ୍ୟା ପାଇଁ ଲୋକେ ୭୮୦୯୮୯୬୬୨୧ ନମ୍ବରରେ ଫୋନ୍‌ କରି ଜଣାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଚିହ୍ନଟ ହୋଇଥିବା ୩୦ଟି ଜଳବନ୍ଦୀ ଅଞ୍ଚଳରେ ପମ୍ପସେଟ୍‌ ରଖାଯାଇଛି। ସେହିପରି ଖୋଲାଥିବା ଡ୍ରେନଗୁଡିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ବ୍ୟାରିକେଡ୍‌୍‌ କରିବା କିମ୍ବା ସ୍ଲାବ ପକାଇବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାରଠାରୁ ୩ ଜୋନ୍‌ ସହ ବିଏମ୍‌ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକାରୀ ହୋଇଛି। ଜରୁରୀକାଳୀନ ଟେଲିଫୋନ ନଂ ୧୯୨୯ ସହ ୧୦ଟି ଲାଇଫ୍‌ଲାଇନ୍‌ ରହୁଛି। ଏହିସବୁ ଫୋନ୍‌ ଲାଇନରେ ୩ ଶିିଫ୍ଟରେ ୧୦ ଜଣ ଲେଖାଏ କର୍ମଚାରୀ ରହିବେ, ଏବଂ ସେମାନଙ୍କୁ ତଦାରଖ କରିବା ପାଇଁ ଜଣେ ଲେଖାଏ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ। ଏହାବାଦ୍‌ ସମସ୍ତ ଡାକ୍ତରଖାନାରେ ଜେନେରେଟର ଏବଂ ଡିଜେଲ୍‌ ମହଜୁଦ୍‌ ରଖିବା ପାଇଁ କୁହାଯାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗଛର ଡାଳ ତୁରନ୍ତ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ କାଟିବା ପାଇଁ ଆବଶ୍ୟକ ଗାଡ଼ି ସହ ଅଗ୍ନିଶମ ବିଭାଗର ୬୫ଟି ଗଛକଟା ମେଶିନ ଏବଂ ୧୦ଟି ଟିମ୍‌ ସଜାଗ ରହିଛନ୍ତି। ସେମାନଙ୍କ ସହ ବିଏମ୍‌ସିର ଗଛ କଟାଳି, ମେଶିନ ଓ ଗାଡ଼ି ମଧ୍ୟ ପ୍ରସ୍ତୁତ ରହିଛି। ସେମାନଙ୍କୁ ସହାୟତା କରିବା ପାଇଁ ୫୦ ଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ୨୪ ଘଣ୍ଟିଆ କାମ କରିବେ। ସେହିପରି ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ହୋର୍ଡିଂଗୁଡିକୁ ହଟାଇ ଦିଆଯାଇଛି। ପ୍ରତ୍ୟେକ ୱାର୍ଡରେ କର୍ପୋରେଟରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଜାଗ୍ରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ପୋରେଟର, ନୋଡାଲ ଅଫିସର, ଦାୟିତ୍ୱରେ ଥିବା ଅଧିକାରୀ, ମେୟର ସମସ୍ତଙ୍କ ନମ୍ବର ଶେୟାର କରିବାକୁ କୁହାଯାଇଛି। ଯେତେବେଳେ, ଯେଉଁଠି ଏବଂ ଯାହା ଦରକାର ପଡ଼ବ, କାଳ ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ତାଗିଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri