ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦିଆଯାଇଛି। ଆଉ ୪ ଜଣ ରୋଗୀଙ୍କ ପାଇଁ ୪ ୟୁନିଟ୍‌ ପ୍ଲାଜ୍‌ମା ସମ୍‌ ହସ୍ପିଟାଲ ପଠାଯାଇଛି। ଅବଶିଷ୍ଟ ୩ ୟୁନିଟ୍‌ ଗଚ୍ଛିତ ରହିଛି। ସେଥିରୁ ଆଉ ଗୋଟିଏ ୟୁନିଟ୍‌ ଶୁକ୍ରବାର ଅଶ୍ୱିନୀ ହସ୍ପିଟାଲକୁ ପଠାଯିବ ବୋଲି ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମ ଦିନର ଡୋନରଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଡାକ୍ତର ଭାବେ କରୋନା ଆକ୍ରାନ୍ତ ହୋଇଥିବା କଟକ ସିଟି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଚିଦଭୂଷଣ ପଣ୍ଡା ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦେଇଥିଲେ। ତାଙ୍କ ବ୍ୟତୀତ ମନୋଜ ବରାଳ, ଅବିନାଶ ରାଉତ ଓ ପଙ୍କଜ ବେହେରା ପ୍ଲାଜ୍‌ମା ଦେଇଛନ୍ତି। ଶୁକ୍ରବାର ଅନେକ ବ୍ୟକ୍ତି ଡୋନର ହେବା ପାଇଁ ସ୍ବେଚ୍ଛାକୃତ ଭାବେ ନିଜକୁ ପଞ୍ଜୀକୃତ କରାଇବା ପାଇଁ ଯୋଗାଯୋଗ କରିଥିବା ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ସ୍ବେଚ୍ଛାକୃତ ଡୋନରଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗରୁ ଅମ୍ଫନ ପୁନରୁଦ୍ଧାର କାର୍ଯ୍ୟରୁ ଫେରି କରୋନା ଆକ୍ରାନ୍ତ ହୋଇ ପରେ ସୁସ୍ଥ ହୋଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର ଯବାନ ରହିଛନ୍ତି। ଶୁକ୍ରବାରଠାରୁ ଡୋନରଙ୍କ ପଞ୍ଜୀକରଣ, ସ୍କ୍ରିନିଂ ଓ କାଉନସେଲିଂ ଆରମ୍ଭ ହେବ।

ଡୋନରଙ୍କ ପାଇଁ କ’ଣ ରହିଛି ଗାଇଡ୍‌ଲାଇନ
ଡୋନରଙ୍କ ପ୍ରଥମେ କୋଭିଡ୍‌ ଟେଷ୍ଟ ଓ ପରେ ଅନ୍ୟ ସମସ୍ତ ଆନୁଷଙ୍ଗିକ ନମୁନା ଯାଞ୍ଚ ହେବ। ନିୟମ ଅନୁଯାୟୀ ଡୋନରଙ୍କ ବୟସ ୨୦ରୁ ୫୦ ବର୍ଷ, ଓଜନ ସର୍ବନିମ୍ନ ୫୫ କିଗ୍ରା ଏବଂ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଅତିକମ୍‌ରେ ୪ ସପ୍ତାହ ହୋଇଥିବା ଜରୁରୀ। ମହିଳାଙ୍କ କ୍ଷେତ୍ରରେ ସମସ୍ତ ନିୟମ ସମାନ ରହିବା ସହ କେବଳ ଡୋନର ମହିଳା ଶିଶୁ ଜନ୍ମ କିମ୍ବା ଗର୍ଭଧାରଣ କରି ନ ଥିବା ବାଞ୍ଝନୀୟ।
ଏସ୍‌ସିବିକୁ ନୂଆ ସୁଯୋଗ ଦେଲା ପ୍ଲାଜ୍‌ମାଥେରାପି
ଜଣେ ଡୋନରଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରିବା ପାଇଁ ଆଫେରେସିସ୍‌ ମେଶିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମେଶିନ ଡୋନରଙ୍କ ରକ୍ତରୁ ପ୍ଲାଜ୍‌ମାକୁ ପୃଥକ୍‌ କରି ପୁଣି ଡୋନରଙ୍କ ଶରୀରକୁ ଅବଶିଷ୍ଟ ରକ୍ତାଂଶ ଫେରାଇଦିଏ। ପ୍ଲେଟ୍‌ଲେ୍‌ଟ ସଂଗ୍ରହରେ ମଧ୍ୟ ଏହି ମେଶିନ କାମରେ ଲାଗେ। କିନ୍ତୁ ଏସ୍‌ସିବିର ବ୍ଲଡ୍‌ ବ୍ୟାଙ୍କରେ ୫ ବର୍ଷ ଓ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କରେ ଗତ ୧୦ ବର୍ଷ ହେଲା ଏହି ମେଶିନ ଖରାପ ହୋଇ ପଡ଼ିଥିଲା। ତେଣୁ ଉଭୟ ପ୍ଲାଜ୍‌ମା ଓ ପ୍ଲେଟ୍‌ଲେଟ୍‌ ପାଇଁ ହେଲ୍‌ଥ ହବ୍‌ କଟକ ସିଟିକୁ ରାଜଧାନୀ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗକୁ ପ୍ଲାଜ୍‌ମାଥେରାପିର ନୋଡାଲ ସେଣ୍ଟର ତଥା ପ୍ଲାଜ୍‌ମା ବ୍ୟାଙ୍କ ବୋଲି ଘୋଷଣା କରାଯିବା ପରେ ଏଠାକୁ ଏକ ନୂଆ ଆଫେରେସିସ୍‌ ମେଶିନ ଦିଆଯାଇଛି। ଆଗକୁ ଆଉ ଗୋଟିଏ ନୂଆ ମେଶିନ ମଧ୍ୟ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri